ETV Bharat / sports

କମ ହେଲା ଆକମଲଙ୍କ ବାସନ୍ଦାଦେଶ - Umar Akmal

ପୂର୍ବରୁ 3 ବର୍ଷ ପାଇଁ ବ୍ୟାନ ହୋଇଥିବା ଆମକଲଙ୍କ ବାସନ୍ଦ କାଳକୁ 18 ମାସକୁ ହ୍ରାସ କରାଯାଇଛି । ଜଣେ ସ୍ବାଧୀନ ବିଚାରପତିଙ୍କ ନିର୍ଦ୍ଦେଶକ୍ରମେ ଏହା ହୋଇଛି ।

umar-akmals-three-year-ban-reduced-to-18-months
କମ ହେଲା ଆକମଲଙ୍କ ବାସନ୍ଦାଦେଶ
author img

By

Published : Jul 29, 2020, 8:25 PM IST

ଲାହୋର: ଦୁର୍ନୀତି ଅଭିଯୋଗରେ କ୍ରିକେଟରୁ ବାସନ୍ଦ ହୋଇଥିବା ପାକିସ୍ତାନୀ କ୍ରିକେଟର୍‌ ଉମର ଆକମଲଙ୍କ ବାସନ୍ଦାଦେଶକୁ ହ୍ରାସ କରାଯାଇଛି । ପୂର୍ବରୁ 3 ବର୍ଷ ପାଇଁ ବ୍ୟାନ ହୋଇଥିବା ଆମକଲଙ୍କ ବାସନ୍ଦ କାଳକୁ 18 ମାସକୁ ହ୍ରାସ କରାଯାଇଛି । ଜଣେ ସ୍ବାଧୀନ ବିଚାରପତିଙ୍କ ନିର୍ଦ୍ଦେଶକ୍ରମେ ଏହା ହୋଇଛି ।

କ୍ରିକେଟ୍ ପାକିସ୍ତାନରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ (ଅବସରପ୍ରାପ୍ତ) ଫାକିର ମହମ୍ମଦ ଖୋଖର ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ଉମରଙ୍କ ଆବେଦନ ଉପରେ ନିଷ୍ପତ୍ତି ନେଇଥିଲେ । ଗତ ଏପ୍ରିଲରେ ପାକିସ୍ତାନ କ୍ରିକେଟ୍ ବୋର୍ଡ ତାଙ୍କୁ 3 ବର୍ଷ ପାଇଁ କ୍ରିକେଟର ସମସ୍ତରୁ ବ୍ୟାନ କରିଥିଲେ । ଏକ ମ୍ୟାଚ୍ ଫିକ୍ସିଂ ମାମଲାରେ ନିଜର ପକ୍ଷ ରଖିବାକୁ ବିଫଳ ହେବାରୁ ଉମରଙ୍କୁ ବ୍ୟାନ କରିଥିଲା ପିସିବି ।

ତେବେ ବର୍ତ୍ତମାନ ନିଷେଧାଦେଶ ଅନୁସାରେ ପାକିସ୍ତାନ ୱିକେଟକିପର ବ୍ୟାଟ୍ସମ୍ୟାନ୍ 19 ଅଗଷ୍ଟ 2021 ରୁ ପୁନର୍ବାର କ୍ରିକେଟ୍ ଖେଳିବାକୁ ଯୋଗ୍ୟ ହେବେ । ପାକିସ୍ତାନ ପାଇଁ 16 ଟି ଟେଷ୍ଟ, 121 ଟି ଦିନିକିଆ ଏବଂ 84 ଟି-20 ଖେଳିଥିବା ଉମର ପୂର୍ବରୁ ଏକ ସାକ୍ଷାତକାରରେ କହିଥିଲେ ଯେ ତାଙ୍କୁ ଭାରତ ବିପକ୍ଷରେ ମ୍ୟାଚ୍ ଛାଡିବାକୁ ଟଙ୍କା ଦିଆଯାଇଥିଲା । ବୁକିଙ୍କ ଦ୍ବାରା ଏକ ମ୍ୟାଚରେ ଦୁଇଟି ଡେଲିଭରି ଛାଡିବାକୁ କୁହାଯାଇଥିବା ସେ ପ୍ରକାଶ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.