ETV Bharat / sports

କ୍ରିକେଟର ସମସ୍ତ ଫର୍ମାଟରୁ ବ୍ୟାନ ହେଲେ ଉମର ଆକମଲ - Umar Akmal banned

ସ୍ପଟ ଫିକ୍ସିଂ ଅଭିଯୋଗରେ ଫସିଥିବା ପାକ କ୍ରିକେଟର ଉମର ଅକମଲଙ୍କୁ 3 ବର୍ଷ ପର୍ଯ୍ୟନ୍ତ କ୍ରିକେଟର ସମସ୍ତ ଫର୍ମାଟରୁ ବ୍ୟାନ କରାଯାଇଛି ।

umar-akmal-banned-from-all-forms-of-cricket-for-three-years
କ୍ରିକେଟର ସମସ୍ତ ଫର୍ମାଟରୁ ବ୍ୟାନ ହେଲେ ଉମର ଆକମଲ
author img

By

Published : Apr 27, 2020, 7:00 PM IST

କରାଚୀ: କ୍ରିକେଟର ସମସ୍ତ ଫର୍ମାଟରୁ ବ୍ୟାନ ହେଲେ ପାକ୍‌ କ୍ରିକେଟ । ସୂଚନା ଦେଲା ପାକିସ୍ତାନ କ୍ରିକେଟ ବୋର୍ଡ । ସ୍ପଟ ଫିକ୍ସିଂଅଭିଯୋଗରେ ଫସିଥିବା ପାକ କ୍ରିକେଟର ଉମର ଅକମଲଙ୍କୁ 3 ବର୍ଷ ପର୍ଯ୍ୟନ୍ତ କ୍ରିକେଟର ସମସ୍ତ ଫର୍ମାଟରୁ ବ୍ୟାନ କରାଯାଇଛି ।

ପିସିବି ଟ୍ବିଟ କରି ଲେଖିଛି, "ଉମର ଆକମଲଙ୍କୁ କ୍ରିକେଟର ସମସ୍ତ ଫର୍ମାଟରୁ 3 ବର୍ଷ ପର୍ଯ୍ୟନ୍ତ ବ୍ୟାନ କରାଗଲା ।’’ ତେବେ ପୂର୍ବରୁ ଉମର ନିଜ ଦୋଷ ସ୍ବୀକାର କରି କହିଥିଲେ ତାଙ୍କୁ ଭାରତ ବିପକ୍ଷ ମ୍ୟାଚ୍ ଛାଡିବାକୁ ଟଙ୍କା ଦିଆଯାଇଥିଲା । ସେହିପରି ଏକ ମ୍ୟାଚରେ ଦୁଇଟି ବଲ ଛାଡିବା ତାଙ୍କୁ ଟଙ୍କା ଦିଆଯାଇଥିଲା ।

ପାକିସ୍ତାନର ଏକ ଟିଭି ସାକ୍ଷାତକାରରେ ସେ କହିଛନ୍ତି, "ମୋତେ ଦୁଇଟି ବଲ ଛାଡିବା ପାଇଁ 200,000 ଡଲାର ଦିଆଯାଇଥିଲା । ମୋତେ ଭାରତ ବିପକ୍ଷରେ ମ୍ୟାଚ୍ ଛାଡ଼ିବାକୁ ମଧ୍ୟ ପ୍ରସ୍ତାବ ଦିଆଯାଇଥିଲା । ’’ ତେବେ ପିସିବି ଦୁର୍ନୀତି ନିବାରଣ ସଂହିତାର ଧାରା 2.4.4 ଉଲ୍ଲଂଘନ ଅଭିଯୋଗରେ ସେ ଦୋଷୀ ସାବ୍ୟସ୍ତ ହେବା ପରେ ଦୁର୍ନୀତି ନିବାରଣ ଟ୍ରିବ୍ୟୁନାଲରେ ଶୁଣାଣି ପାଇଁ ଅନୁରୋଧ ମଧ୍ୟ କରି ନଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.