ETV Bharat / sports

ୟୁଏଇରେ ଆଇପିଏଲ 2020 ଚର୍ଚ୍ଚା: ଦୁବାଇ ପ୍ରସ୍ତୁତ, ସ୍ପୋର୍ଟ ସିଟି ମୁଖ୍ୟଙ୍କ ଦୃଢୋକ୍ତି - ୟୁଏଇ ପ୍ରସ୍ତୁତ

ୟୁଏଇରେ ଆଇପିଏଲ ଖେଳାଯିବା ନେଇ ଚର୍ଚ୍ଚା ପରେ, ସମସ୍ତ ପ୍ରକାର ସୁବିଧା ପ୍ରସ୍ତୁତ ରଖିଥିବା କହିଛନ୍ତି ଦୁବାଇ ସ୍ପୋର୍ଟ୍ସ ସିଟିର କ୍ରିକେଟ ଓ ଇଭେଣ୍ଟ ମୁଖ୍ୟ ସଲମନ ହନିଫ ।

UAE Keeping itself ready in case IPL comes calling
ୟୁଏଇରେ ଆଇପିଏଲ 2020 ଚର୍ଚ୍ଚା: ଦୁବାଇ ପ୍ରସ୍ତୁତ, ସ୍ପୋର୍ଟ ସିଟି ମୁଖ୍ୟଙ୍କ ଦୃଢୋକ୍ତି
author img

By

Published : Jul 17, 2020, 4:09 PM IST

ଦୁବାଇ: ଭାରତରେ କୋରୋନା ଭାଇରସ କେସ ବୃଦ୍ଧି ପାଉଥିବାରୁ ଚଳିତ ବର୍ଷର ଆଇପିଏଲ ୟୁଏଇରେ ଆୟୋଜନ ହେବାନେଇ ଚର୍ଚ୍ଚା ହେଉଛି । ସେଥିପାଇଁ ୟୁଏଇ ପ୍ରସ୍ତୁତିରେ ଲାଗିପଡିଥିବା ଜଣାପଡିଛି । ଏହି ମେଗା ଇଭେଣ୍ଟ ପାଇଁ ସମସ୍ତ ପ୍ରକାର ସୁବିଧା ପ୍ରସ୍ତୁତ ରଖିଥିବା କହିଛନ୍ତି ଦୁବାଇ ସ୍ପୋର୍ଟ୍ସ ସିଟିର କ୍ରିକେଟ ଓ ଇଭେଣ୍ଟ ମୁଖ୍ୟ ସଲମନ ହନିଫ ।

UAE Keeping itself ready in case IPL comes calling
ୟୁଏଇରେ ଆଇପିଏଲ 2020 ଚର୍ଚ୍ଚା: ଦୁବାଇ ପ୍ରସ୍ତୁତ, ସ୍ପୋର୍ଟ ସିଟି ମୁଖ୍ୟଙ୍କ ଦୃଢୋକ୍ତି
UAE Keeping itself ready in case IPL comes calling
ୟୁଏଇରେ ଆଇପିଏଲ 2020 ଚର୍ଚ୍ଚା: ଦୁବାଇ ପ୍ରସ୍ତୁତ, ସ୍ପୋର୍ଟ ସିଟି ମୁଖ୍ୟଙ୍କ ଦୃଢୋକ୍ତି

ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ସମ୍ଭବତଃ ଆଇପିଏଳ ଖେଳାଯିବା ନେଇ ବିସିସିଆଇ ସୂଚୀ ପ୍ରସ୍ତୁତ କରିପାରେ । ତେବେ ଅକ୍ଟୋବର 18ରୁ ନଭେମ୍ବର 15 ପର୍ଯ୍ୟନ୍ତ ଅଷ୍ଟ୍ରେଲିଆରେ ହେବାକୁ ଥିବା, ଟି-20 ବିଶ୍ବକପ ନେଇ ଏବେବି ଚିତ୍ର ଅସ୍ପଷ୍ଟ ରହିଛି । ଏପରି ସ୍ଥିତିରେ ଆଇସିସିର ନିଷ୍ପତିକୁ ବିସିସିଆଇ ପକ୍ଷରୁ ଅପେକ୍ଷା କରାଯାଇଛି ।

ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ, ଦୁବାଇ ସ୍ପୋର୍ଟ୍ସ ସିଟି ଓ ଆଇସିଏ ଏକାଡେମୀ ଟି-20 ଲିଗ ପାଇଁ ପ୍ରସ୍ତୁତ ରହିଛି । ଏକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଏହା କହିଛନ୍ତି ହନିଫ୍ ।

ୟୁଏଇରେ ଏଯାବତ 50,000ରୁ ଅଧିକ କୋରୋନା ଭାଇରସ ପଜିଟିଭ କେସ ଚିହ୍ନଟ ହୋଇଛନ୍ତି । 300ରୁ ଅଧିକ ଲୋକେ ଏହି ଭାଇରସ ସଂକ୍ରମଣରେ ମୃତ୍ୟୁବରଣ କରିଛନ୍ତି । ଅନ୍ୟପଟେ ଭାରତରେ ସ୍ଥିତି ଅତ୍ୟନ୍ତ ଉଦବେଗଜନକ ରହିଛି । ଭାରତରେ ମୋଟ ପଜିଟିଭଙ୍କ ସଂଖ୍ୟା 10 ଲକ୍ଷ ପାର ହୋଇଥିବାବେଳେ, 25,000 କୋଭିଡ-19 ଜନିତ ମୃତ୍ୟୁ ହୋଇସାରିଲାଣି ।

ଆସନ୍ତା ସପ୍ତାହରେ ଆଇସିସି ଟି-20 ବିଶ୍ବକପ ନେଇ ବୋର୍ଡ ବୈଠକରେ ନିଷ୍ପତି ନେବାର ସମ୍ଭାବନା ରହିଛି । ଏହାପରେ ଆନନୁଷ୍ଠାନିକ ଭାବେ ବିସିସିଆଇ ପକ୍ଷରୁ ଆଇପିଏଲ ଆୟୋଜନର ସ୍ଥାନ ମଧ୍ୟ ସ୍ପଷ୍ଟ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.