କେପ ଟାଉନ(ଦକ୍ଷିଣ ଆଫ୍ରିକା): ଦକ୍ଷିଣ ଆଫ୍ରିକା ପୁରୁଷ କ୍ରିକେଟ ଟିମର ଦୁଇ ଖେଳାଳି କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡ ପକ୍ଷରୁ ଆଜି(ଗୁରୁବାର) ଘୋଷଣା କରାଯାଇଛି ।
ତେବେ ବୋର୍ଡ ପକ୍ଷରୁ ଖେଳାଳିଙ୍କ ନାମ ଗୋପନୀୟ ରଖାଯାଇଛି । ପଜିଟିଭ ଚିହ୍ନଟ ହେବାପରେ ସିଏସଏ ପକ୍ଷରୁ ଆରମ୍ଭ ହୋଇଥିବା ଥିବା ଟ୍ରେନିଂ କ୍ୟାମ୍ପରୁ ବାଦ ପଡିଛନ୍ତି । ଏଥିସହିତ ଉଭୟ ଖେଳାଳିଙ୍କୁ ଆଇସୋଲେସନରେ ରଖାଯାଇଛି ।
ଅଗଷ୍ଟ 18ରୁ ସ୍କୁକୁଜାଠାରେ 32ଜଣ ଖେଳାଳି ଓ ସପୋର୍ଟ ଷ୍ଟାଫଙ୍କୁ ନେଇ ଟ୍ରେନିଂ କ୍ୟାମ୍ପ ଆରମ୍ଭ ହୋଇଛି । ଏହି କ୍ୟାମ୍ପ ପୂର୍ବରୁ ମୋଟ 50 ଜଣ ସଦସ୍ୟଙ୍କ କୋଭିଡ-19 ଟେଷ୍ଟ କରାଯାଇଥିଲା । ଏଥିରୁ ଦୁଇଜଣଙ୍କ ରିପୋର୍ଟ ପଜିଟିଭ ଥିବା ଜଣାପଡିଥିଲା ।
ଅନ୍ୟପଟେ ଫାଫ ଡୁପ୍ଲେସିସ ଦ୍ବିତୀୟ ସନ୍ତାନର ପିତା ହେବାକୁଥିବାରୁ କ୍ୟାମ୍ପରେ ଯୋଗ ଦେବାନେଇ ଅସମର୍ଥ ଦର୍ଶାଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ