ମେଲବୋର୍ଣ୍ଣ: ମହିଳା ତ୍ରିରାଷ୍ଟ୍ରୀୟ ଟି2 0ସିରିଜରେ ପୁଣି ଏକ ପରାଜୟର ସାମ୍ନା କରିଛି ଭାରତ । ସିରିଜର 4ର୍ଥ ମୁକାବିଲାରେ ଇଂଲଣ୍ଡକୁ ଭେଟିଥିଲା ହରମନପ୍ରିତଙ୍କ ଦଳ । ଏହି ମ୍ୟାଚରେ 4 ୱିକେଟରେ ବିଜୟୀ ହୋଇଛି ଇଂଲଣ୍ଡ ।

ଟସ ଜିତି ପ୍ରଥମ ବ୍ୟାଟିଂ ପାଇଁ ଭାରତକୁ ଆମନ୍ତ୍ରଣ କରିଥିଲା ଇଂଲଣ୍ଡ । ତେବେ ନିର୍ଦ୍ଧାରିତ 20 ଓଭରରେ ଭାରତ ମାତ୍ର 123 କରିପାରିଥିଲା । ଦଳ ପକ୍ଷରୁ ଓପନର ସ୍ମୃତି ମନ୍ଧାନା 40 ବଲରୁ 7ଟି ଚୌକା ଓ ଗୋଟିଏ ଛକା ସହାୟତାରେ 45 ରନର ଉପଯୋଗୀ ଇଂନିସ ଖେଳିଥିଲେ।
ଜେମିମ୍ମା 23 ଓ କ୍ୟାପଟେନ ହରମନପ୍ରିତ 14 ରନ କରିଥିଲେ । ତେବେ ଅନ୍ୟ କୌଣସି ଖେଳାଳି ବଡ ସ୍କୋର କରିବାରେ ସମର୍ଥ ହୋଇନଥିଲେ । ଫଳରେ 124 ରନର ସହଜସାଧ୍ୟ ବିଜୟ ଲକ୍ଷ୍ୟକୁ ଗୋଟିଏ ଓଭର ପୂର୍ବରୁ ହାସଲ କରିନେଇଥିଲା ଇଂଲଣ୍ଡ । ଦଳ ପକ୍ଷରୁ ମ୍ୟାଚ ବିଜୟୀ ଇଂନିସ ଖେଳିଥିଲେ ନାର୍ଟଲି ସ୍କିଭର । 38 ବଲରୁ 6 ଚୌକା ଓ ଗୋଟିଏ ଛକା ସହ 50 ରନର ଇଂନିସ ଖେଳି ଦଳକୁ ବିଜୟୀ କରାଇଥିଲେ ସ୍ପିଭର ।