ନୂଆଦିଲ୍ଲୀ: ଇଂଲଣ୍ଡର ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡରେ ଅଭ୍ୟାସ କରୁଛନ୍ତି ଭାରତୀୟ କ୍ରିକେଟ ଦଳର ପୂର୍ବତନ କ୍ୟାପଟେନ ସୌରଭ ଗାଙ୍ଗୁଲି । ଅଭ୍ୟାସ ବେଳର ଏକ ଫଟୋ ଗାଙ୍ଗୁଲି ନିଜେ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ଏହା ଭାଇରାଲ ହୋଇଛି ।

ବର୍ଷ 1996ର ଏହି ଫଟୋଟି ହୋଇଥିବା ଜଣପଡିଛି । ଗାଙ୍ଗୁଲିଙ୍କର ଏହି ଫଟୋଟି ନିଜର ଟେଷ୍ଟ ଡେବ୍ୟୁ ପୂର୍ବରୁ ଅଭ୍ୟାସ କରୁଥିବା ସସମୟର । ବାମହାତୀ ବ୍ୟାଟ୍ସମ୍ୟାନ ଗାଙ୍ଗୁଲି 1996ରେ ଲର୍ଡ୍ସ ଗ୍ରାଉଣ୍ଡରେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିଲେ । ପ୍ରଥମ ଥର ପାଇଁ ନଂ ସ୍ଥାନରେ ବ୍ୟାଟିଂ ପାଇଁ ଆସି 301 ବଲରେ 20 ଚୌକା ସହାୟତାରେ 131ରନର ଦମଦାର ଶତକୀୟ ଇଂନିସ ଖେଳିଥିଲେ ।
ମୋଟ 113ଟି ଟେଷ୍ଟ ଓ 311ଟି ଦିନିକିଆ ମ୍ୟାଚ ଖେଳିଛନ୍ତି ସୌରଭ ଗାଙ୍ଗୁଲି । ସମସ୍ତ ଫର୍ମାଟରେ 18,575 ଅନ୍ତର୍ଜାତୀୟ ରନ୍ ଗାଙ୍ଗୁଲିଙ୍କ ନାମରେ ରହିଛି । ପରେ ଅକ୍ଟୋବର 2019ରେ ବିସିସିଆଇର ସଭାପତି ଭାବେ ଦାୟିତ୍ବରେ ରହିଛନ୍ତି ଗାଙ୍ଗୁଲି ।