ETV Bharat / sports

ଆଜି ଇଣ୍ଡିଜ ବିପକ୍ଷ ଭାରତୀୟ ଦଳ ଘୋଷଣା - india vs west indies series time table

ଡିସେମ୍ବରରେ ଭାରତ- ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ 3ମ୍ୟାଚ ବିଶିଷ୍ଟ ଟି-20 ଓ  ଦିନିକିଆ ସିରିଜ ଖେଳାଯିବ । ଇଣ୍ଡିଜ ବିପକ୍ଷ ଭାରତୀୟ ଦଳର ଘୋଷଣା ଆଜି କରାଯିବାର ସୂଚନା ରହିଛି ।

india cricket squad
author img

By

Published : Nov 21, 2019, 12:09 PM IST

ହାଇଦ୍ରାବାଦ: ଡିସେମ୍ବରରେ ଇଣ୍ଡିଜ କ୍ରିକେଟ ଦଳ ଭାରତ ଗସ୍ତରେ ଆସିବେ । ଭାରତ- ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ 3ମ୍ୟାଚ ବିଶିଷ୍ଟ ଟି-20 ଓ ସମାନ ସଂଖ୍ୟକ ଦିନିକିଆ ସିରିଜ ଖେଳାଯିବ । ଏନେଇ ଆଜି (ଗୁରୁବାର) ଜାତୀୟ ସିନିୟର ମନୋନୀୟ କମିଟି ସଦସ୍ୟ ଭାରତୀୟ ଟିମ୍‌ର ଘୋଷଣା କରିବ । ତେବେ ଏହି ସିରିଜରେ ରୋହିତ ଶର୍ମାଙ୍କୁ ବିଶ୍ରାମ ମିଳିପାରେ । କାରଣ ରୋହିତ ଚଳିତବର୍ଷ କ୍ରମାଗତ ଭାବେ ଗୋଟିଏ ପରେ ଗୋଟିଏ ସିରିଜ ଖେଳି ଆସିଛନ୍ତି । ଆଗକୁ ନ୍ୟୁଜଲାଣ୍ଡ ଟୁର୍‌ରେ ଭାରତ ଯିବାର ଅଛି । ଏହା ପୂର୍ବରୁ ହିଟମ୍ୟାନଙ୍କୁ ବିଶ୍ରାମ ଦିଆଯାଇପାରେ ।

ଅନ୍ୟପଟେ ପନ୍ତ ଓ ଧଓ୍ବନ ଇଣ୍ଡିଜ ବିପକ୍ଷରେ ଖେଳିବେ କି ନାହିଁ ପ୍ରଶ୍ନ ଉଠିଛି । କାରଣ ଉଭୟ ବାଂଲା ବିପକ୍ଷରେ ଆଖିଦୃଶିଆ ପ୍ରଦର୍ଶନ କରି ପାରି ନାହାଁନ୍ତି । ମୟଙ୍କ ଓ ଲୋକେଶ ରାହୁଲଙ୍କୁ ଓପନୋର ଭାବେ ସୁଯୋଗ ମିଳି ପାରେ । ସେହିପରି ବରିଷ୍ଠ ଓ୍ବିକେଟରକ୍ଷକ ଧୋନି ବିଶ୍ବକପ ପର ଠାରୁ ଖେଳଠାରୁ ଦୂରରେ ରହିଥେଲେ । ତେବେ କିଛି ଦିନ ହେବ ଅଭ୍ୟାସ କରୁଛନ୍ତି ମାହି । ତେବେ ଧୋନିଙ୍କ ଫ୍ୟାନ୍ସଙ୍କ ନଜର ଭାରତୀୟ ସ୍କ୍ବାର୍ଡ ଉପରେ ନିଶ୍ଚିତ ଭାବେ ରହିବ ।

ବୋଲରମାନଙ୍କ ମଧ୍ୟରେ ହାର୍ଦ୍ଦିକ ପାଣ୍ଡ୍ୟା, ବୁମରା, ଭୁବନେଶ୍ବର କୁମାର ଓ ନବଦୀପ ସଇନି ଆଘାତ କାରଣରୁ ବିଶ୍ରାମ ଦିଆଯାଇଛି । ତେଣୁ ଶିବମ ଦୁବେ ଓ ସାର୍ଦ୍ଦୁଳ ଠାକୁର ଦଳରେ ସାମିଲ ହେବା ଏକ ପ୍ରକାର ନିଶ୍ଚିତ ରିହିଛି । ସେହିପରେ ଯଦି ଜାଡେଜା ଦଳକୁ ଫେରିଲେ କୃଣାଳ ଓ ଓ୍ବାସ୍ଂଟନ ମଧ୍ୟରେ ଜଣେ କେହି ବାଦ୍‌ ପଡି ପାରନ୍ତି । ଚହଲ ବି ନିଜର ସ୍ଥାନ ପକ୍କା ରଖିପାରନ୍ତି ।

ଟି20 ସିରିଜ କାର୍ଯ୍ୟସୂଚୀ:-

  • ଡିସେମ୍ବର 6: ପ୍ରଥମ ଟି20 ମ୍ୟାଚ(ମୁମ୍ବାଇ )
  • ଡିସେମ୍ବର 8: 2ୟ ଟି20 ମ୍ୟାଚ (ଥିରୁଅନନ୍ତପୁରମ)
  • ଡିସେମ୍ବର 11: 3ୟ ଟି20(ହାଇଦ୍ରାବାଦ)

ଦିନିକିଆ ସିରିଜ କାର୍ଯ୍ୟସୂଚୀ:-

  • ଡିସେମ୍ବର 15: ପ୍ରଥମ ଦିନିକିଆ(ଚେନ୍ନାଇ)
  • ଡିସେମ୍ବର 18:2ୟ ଦିନିକିଆ(ବିଶାଖାପାଟଣା)
  • ଡିସେମ୍ବର 22: 3ୟ ଦିନିକିଆ (କଟକ)

Intro:Body:

d

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.