ETV Bharat / sports

ଏହି କ୍ରିକେଟରଙ୍କ ଖୁଲାସା, 3ଥର ଆସିଛି ଆତ୍ମହତ୍ୟା ଭାବନା - ମହମ୍ମଦ ସାମି ଆହତ

ସ୍ପିଡଷ୍ଟାର ମହମ୍ମଦ ସାମିଙ୍କ ବଡ ଖୁଲାସା । ଜୀବନରେ କିଛି କଠିନ ପରିସ୍ଥିତିରେ ସେ 3ଥର ଆତ୍ମହତ୍ୟା ପାଇଁ ଭାବିଥବା କହିଛନ୍ତି । ରୋହିତ ଶର୍ମାଙ୍କ ସହ ଏକ ଇନଷ୍ଟାଗ୍ରାମ ଲାଇଭ ସେସନରେ ଏହା କହିଛନ୍ତି ସାମି ।

Thought of committing suiside three times: Mohammed Shami
ଏହି କ୍ରିକେଟରଙ୍କ ଖୁଲାସା, 3ଥର ଆସିଛି ଆତ୍ମହତ୍ୟା ଭାବନା
author img

By

Published : May 3, 2020, 12:31 PM IST

ନୂଆଦିଲ୍ଲୀ: ସ୍ପିଡଷ୍ଟାର ମହମ୍ମଦ ସାମିଙ୍କ ବଡ ଖୁଲାସା । ଜୀବନରେ କିଛି କଠିନ ପରିସ୍ଥିତିରେ ସେ 3ଥର ଆତ୍ମହତ୍ୟା ପାଇଁ ଭାବିଥବା କହିଛନ୍ତି । ରୋହିତ ଶର୍ମାଙ୍କ ସହ ଏକ ଇନଷ୍ଟାଗ୍ରାମ ଲାଇଭ ସେସନରେ ଏହା କହିଛନ୍ତି ସାମି ।

2015 ବିଶ୍ବକପରେ ସମୟରେ ଆହତ ହୋଇଥିଲେ ସାମି । ଏହାପରେ ଆହତ ସମସ୍ୟାରୁ ମୁକୁଳିବା ପାଇଁ 18 ମାସର ଦୀର୍ଘ ସମୟ ଲାଗିଥିଲା । ପରେ ଭାରତୀୟ ଟିମକୁ କମବ୍ୟାକ କରିଥିଲେ । ମାତ୍ର ବ୍ୟକ୍ତିଗତ ଜୀବନର ବିଷମ ପରିସ୍ଥିତି ସହିତ ସାମ୍ନା କରିବାକୁ ପଡିଥିଲା । ଏହି ସମୟରେ ସେ ଘୋର ମାନସିକ ଅଶାନ୍ତି ଦେଇ ଗତି କରୁଥିଲେ । ବିଶ୍ବକପ ନେଇ ଫୋକସ କରିପାରୁନଥିଲେ । ଏମିତିକି ଆଇପିଏଲର 10-12 ଦିନ ପୂର୍ବରୁ ଏକ ଦୁର୍ଘଟଣାର ମଧ୍ୟ ଶୀକାର ହୋଇଥିଲେ । ଗଣମାଧ୍ୟମରେ ବ୍ୟକ୍ତିଗତ ଜୀବନରେ ଉଠିଥିବା ସମସ୍ୟା ଖବର ନେଇ ସେ ମର୍ମାହତ ଥିଲେ । ଏହି ସମୟ ଜୀବନର ସବୁଠୁ କଠିନ ସମୟ ଥିଲା ବୋଲି ସାମି କହିଛନ୍ତି ।

ସାମି କହିଛନ୍ତି "ସେହି ସମୟରେ ପରିବାରର ସାଥ ନରହିଲେ କ୍ରିକେଟ ଛାଡିଦେବେ ବୋଲି ଭାବିଥିଲି । ଏହି ସମୟରେ 3ଥର ଆତ୍ମହତ୍ୟା କଥା ମଧ୍ୟ ମନକୁ ଆସିଛି । ରହୁଥିବା ଘର 24ତମ ମହଲାରେ ରହିଥିଲା । ସେଥିପାଇଁ ମୋ ପାଖେ ପାଖେ ଜଣେ ରହି ମୋ ଉପରେ ନଜର ରଖୁଥିଲେ । ଘର ଲୋକଙ୍କ ମନରେ ଛାତରୁ ତଳକୁ ଡେଇଁ ପଡିବାର ଡର ଥିଲା ।"

ତେବେ ପରିବାରର ଭରପୁର ସାଥ ମିଳିଥିଲା । ସେ ଏହି କଠିନ ପରିସ୍ଥିତିକୁ ସାମ୍ନା କରିବା ସହ ମୁକୁଳିପାରିଥିଲେ । ପରେ କ୍ରିକେଟକୁ ସଫଳ କମବ୍ୟାକ କରିଥିଲେ ବୋଲି କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.