ETV Bharat / sports

29 ବର୍ଷ ପୂର୍ବେ ଆଜିର ଦିନରେ, ବିଶ୍ବ କ୍ରିକେଟକୁ ମିଳିଥିଲେ ମାଷ୍ଟର-ବ୍ଳାଷ୍ଟର - This day, that year

ଆଜିକୁ ଠିକ 29 ବର୍ଷ ତଳେ 1989 ନଭେମ୍ବର 15 ତାରିଖରେ ପାକିସ୍ତାନ ବିପକ୍ଷରେ ସଚିନ କ୍ରିକେଟର ଲମ୍ବା ଫର୍ମାଟରେ କ୍ୟାରିୟରର ପ୍ରଥମ ମ୍ୟାଚ ଖେଳିଥିଲେ ।

ସଚିନ ତେନ୍ଦୁଲକର
author img

By

Published : Nov 15, 2019, 12:38 PM IST

Updated : Nov 15, 2019, 12:53 PM IST

ନୂଆଦିଲ୍ଲୀ: ଆଜିକୁ ଠିକ 29 ବର୍ଷ ତଳେ ଭାରତୀୟ କ୍ରିକେଟକୁ ମିଳିଥିଲା ଏକ ଅମୂଲ୍ୟ ରତ୍ନ । ମାତ୍ର 16 ବର୍ଷ ବୟସରେ ଟିମ ଇଣ୍ଡିଆ ପାଇଁ କ୍ରିକେଟର ଲମ୍ବା ଫର୍ମାଟରେ ସେ ଖେଳିଥିଲେ କ୍ୟାରିୟରର ପ୍ରଥମ ମ୍ୟାଚ । ପରେ ବିଶ୍ବ କ୍ରିକେଟର ସେ ହୋଇଥିଲେ ମାଷ୍ଟର ବ୍ଳାଷ୍ଟର ସଚିନ ତେନ୍ଦୁଲକର । 1989 ନଭେମ୍ବର 15 ତାରିଖରେ ପାକିସ୍ତାନ ବିପକ୍ଷରେ ସଚିନ ଟେଷ୍ଟ କ୍ରିକେଟରେ ଡେବ୍ୟୁ କରିଥିଲେ ।

sachin test-debut
କପିଳ ଦେବ- ସଚିନ ତେନ୍ଦୁଲକର-ମହମ୍ମଦ ଆଝାରୁଦ୍ଦିନ

ପ୍ରଥମ ଆନ୍ତଜାର୍ତିକ ଟେଷ୍ଟ ସ୍କୋର ଭାବେ ମାତ୍ର 16 ବର୍ଷର ସଚିନ 15 ରନ କରିଥିଲେ । ତେବେ ସଫଳତାର ସହ ସେତେବେଳର ଶକ୍ତିଶାଳୀ ପାକିସ୍ତାନ ପେସ ବୋଲରଙ୍କୁ ସାମ୍ନା କରିଥିଲେ । ଇମ୍ରାନ ଖାନ, ୱାସିମ ଆକ୍ରମ ଓ ୱାକର ୟୁନିସଙ୍କ ଭଳି ମହାନ ବୋଲରଙ୍କୁ ମୁକାବିଲା କରିଥିଲେ ସଚିନ । ସଚିନ କରାଚୀ ଟେଷ୍ଟରେ ପ୍ରଥମ ଇଂନିସରେ ୱାକର ୟୁନିସଙ୍କ ଦ୍ବାରା ଆଉଟ ହୋଇଥିଲେ । ତେବେ 2ୟ ଟେଷ୍ଟରେ ସଚିନ ପ୍ରଥମ ଇଂନିସରେ 59 ଓ 2ୟ ଇଂନିସରେ 57 ରନ କରିଥିଲେ ।

sachin test-debut
ମହମ୍ମଦ ଆଝାରୁଦ୍ଦିନଙ୍କ ସହ ସଚିନ ତେନ୍ଦୁଲକର

ଡେବ୍ୟୁର କିଛି ମାସ ପରେ ଅଗଷ୍ଟ 14 1990ରେ ଇଂଲଣ୍ଡ ବିପକ୍ଷରେ ସଚିନ ପ୍ରଥମ ଟେଷ୍ଟ ଶତକ ହାସଲ କରିଥିଲେ । ତେବେ ଏହାପରେ ସବୁକିଛି ରେକର୍ଡ ଓ ଇତିହାସ ହୋଇଛି । 200 ଟେଷ୍ଟ ମ୍ୟାଚରୁ 51 ଶତକ ଓ 68 ଅର୍ଧଶତକ ସହ ଅବିଶ୍ବସନୀୟ 15,921 ରନ ସଚିନଙ୍କ ନାମରେ ରହିଛି । ଟେଷ୍ଟରେ ଆଭରେଜ ଥିଲା 53.78 । ଯାହାକି ବିଶ୍ବ କ୍ରିକେଟରେ ବିରଳ । ଅପରାଜିତ 24 ସଚିନଙ୍କ ବ୍ୟକ୍ତିଗତ ସର୍ବାଧିକ ସ୍କୋର ।

sachin test-debut
ଫଟୋ ସୌଜନ୍ୟ: twitter@ICC

ସେହି ମ୍ୟାଚରେ ୱାକର ୟୁନିସ ମଧ୍ୟ ନିଜର ଟେଷ୍ଟ ଡେବ୍ୟୁମ୍ୟାଚ ଖେଳିଥିଲେ । ଏନେଇ ଆଇସିସି ଏକ ଟ୍ବିଟ କରି ସଚିନ ଓ ୱାକରଙ୍କ ଡେବ୍ୟୁ ବେଳର ଫଟୋ ସେୟାର କରିଛି ।

Intro:Body:

BLANK FOR LINK  

Conclusion:
Last Updated : Nov 15, 2019, 12:53 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.