ETV Bharat / sports

'2021 ବିଶ୍ବକପର ଦାବିଦାର ନାହାଁନ୍ତି କୌଣସି ଟିମ'

author img

By

Published : May 4, 2020, 5:20 PM IST

ନ୍ୟୁଜିଲାଣ୍ଡରେ ହେବାକୁ ଥିବା 2021 ମହିଳା କ୍ରିକେଟ ବିଶ୍ବକପକୁ ନେଇ ମିତାଲି ରାଜେଙ୍କ ବଡ ବୟାନ । ବିଶ୍ବକପର ଏହି ସଂସ୍କରଣର କେହି ପ୍ରମୁଖ ଦାବିଦାର ନଥିବା ସେ କହିଛନ୍ତି ।

There are no favorites for 2021 world cup: Mithali Raj
'2021 ବିଶ୍ବକପର ଦାବିଦାର ନାହାନ୍ତି କୌଣସି ଟିମ'

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡରେ ହେବାକୁ ଥିବା 2021 ମହିଳା କ୍ରିକେଟ ବିଶ୍ବକପକୁ ନେଇ ମିତାଲି ରାଜେଙ୍କ ବଡ ବୟାନ । ବିଶ୍ବକପର ଏହି ସଂସ୍କରଣର କେହି ପ୍ରମୁଖ ଦାବିଦାର ନଥିବା ସେ କହିଛନ୍ତି ।

ତେବେ ଏହାର କାରଣ କୋରୋନା ଭାଇରସ ବୋଲି ଭାରତୀୟ ମହିଳା କ୍ରିକେଟ ଟିମର ଏହି ପୂର୍ବତନ କ୍ୟାପଟେନ କହିଛନ୍ତି । କୋରୋନା ଭାଇରସ ଯୋଗୁଁ ବିଶ୍ବତମାମ ସମସ୍ତ ପ୍ରକାର କ୍ରିକେଟ ବନ୍ଦ ରହିଛି । ସେଥିପାଇଁ କୌଣସି ଟିମକୁ ପ୍ରଦର୍ଶନ ଭିତ୍ତିରେ ବିଶ୍ବକପ ଦାବିଦାର କୁହାଯିବା ସମ୍ଭବ ହୋଇପାରିନାହିଁ ।

37 ବର୍ଷିୟ ଭେଟେରାନ ଭାରତୀୟ ମହିଳା କ୍ରିକେଟର ମିତାଲି ରାଜେ ଟି-20ରୁ ଗତବର୍ଷ ଅବସର ଗ୍ରହଣ କରିସାରିଛନ୍ତି । ଦିନିକିଆ ମହିଳା କ୍ରିକେଟରେ 6,888 ରନ ସହ ସର୍ବାଧିକ ରନର ରେକର୍ଡ ମିତାଲିଙ୍କ ନାମରେ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.