ETV Bharat / sports

'ଆମେ ଭାବିଥିଲୁ ବିଜୟଲକ୍ଷ୍ୟ କମ୍‌ ଅଛି କିନ୍ତୁ ବୋଲର ଭଲ ପ୍ରଦର୍ଶନ କଲେ'

ବିଜୟ ପରେ ଆୟର କହିଛନ୍ତି ଯେ, ପ୍ରଥମ ଇଂନିସ ପରେ ଆମେ ଯେପରି ପ୍ରଦର୍ଶନ କଲୁ ସେଥିରେ ମୁଁ ବହୁତ ଖୁସି ଅଛି । ବୋଲରମାନେ ଭଲ ପ୍ରଦର୍ଶନ କଲେ ।

author img

By

Published : Oct 10, 2020, 8:41 AM IST

'ଆମେ ଭାବିଥିଲୁ ବିଜୟଲକ୍ଷ୍ୟ କମ୍‌ ଅଛି କିନ୍ତୁ ବୋଲର ଭଲ ପ୍ରଦର୍ଶନ କଲେ'
'ଆମେ ଭାବିଥିଲୁ ବିଜୟଲକ୍ଷ୍ୟ କମ୍‌ ଅଛି କିନ୍ତୁ ବୋଲର ଭଲ ପ୍ରଦର୍ଶନ କଲେ'

ଶାରଜାହ: ସିମରନ ହେଟମେୟରଙ୍କ 45ରନ ଓ ମାର୍କସ ଷ୍ଟୋଇନିସଙ୍କ 39ରନ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ନିର୍ଦ୍ଧାରିତ ଓଭରରେ 8 ୱିକେଟ ବିନିମୟରେ 184 ରନ କରିଥିଲା । ଜବାବରେ ରାଜସ୍ଥାନ ରୟାଲ୍ସ 19.4 ଓଭରରେ 138 ରନ୍‌ରେ ଅଲଆଉଟ ହୋଇଯାଇଥିଲା ।

ଦିଲ୍ଲୀ ପକ୍ଷରୁ ରାବାଡା ସର୍ବାଧିକ 3, ଅନରିଚ ନର୍ଟଜେ 1, ଆର ଅଶ୍ବିନ 2, ହର୍ଷଲ ପଟେଲ 1, ଅକ୍ସର ପଟେଲ 1 ଓ ମାର୍କସ ଷ୍ଟୋଇନିସ 2ଟି ଲେଖାଏଁ ଓ୍ବିକେଟ ହାସଲ କରିଥିଲେ । ତେବେ ଶାରଜାହ ଷ୍ଟାଡିୟମ ଛୋଟ ଥିବାରୁ 200ରନ ସ୍କୋରକୁ ଚ୍ୟାଲେଞ୍ଜିଂ ସ୍କୋର ମନେକରାଯାଏ । କିନ୍ତୁ ଦିଲ୍ଲୀ 185ରନ୍‌ର ବିଜୟଲକ୍ଷ୍ୟ ଦେଇଥିଲା । ଏହି ବିଜୟଲକ୍ଷ୍ୟ କମ୍‌ ଅଛି ବୋଲି ମନେକରୁଥିଲେ ଦିଲ୍ଲୀର ଅଧିନାୟକ ଶ୍ରେୟାସ ଆୟର ।

ଦଳର ବିଜୟ ପରେ ଆୟର କହିଛନ୍ତି ଯେ, ପ୍ରଥମ ଇଂନିସ ପରେ ଆମେ ଯେପରି ପ୍ରଦର୍ଶନ କଲୁ ସେଥିରେ ମୁଁ ବହୁତ ଖୁସି ଅଛି । ଆମେ ଭାବିଥିଲୁ ଏହି ବିଜୟଲକ୍ଷ୍ୟ କମ୍‌ ରହିଛି ବିପକ୍ଷ ଦଳ ପାଇଁ ସହଜ ହେବ । କିନ୍ତୁ ବୋଲରମାନେ ଭଲ ପ୍ରଦର୍ଶନ କରି ଦଳକୁ ବିଜୟ ସ୍ବାଦ ଚଖାଇଛନ୍ତି । ଏହି ବିଜୟ ପରେ 10 ପଏଣ୍ଟ ସହ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି ଦିଲ୍ଲୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.