ETV Bharat / sports

କୋରୋନା ଆଁରେ ଆଇପିଏଲ, ଟ୍ବିଟର ଫାଇଟରେ ଟିମ ! - RCB for winning 'Indian Poll League'

କୋରୋନା ଭାଇରସ ଲକଡାଉନରେ ବନ୍ଧାପଡିଛି 2020 ଆଇପିଏଲର ଭାଗ୍ୟ । ଅନ୍ୟପଟେ ଚଳିତ ଥର କପ୍ ତୁମର ବୋଲି ଆରସିବି ଉଦ୍ଦେଶ୍ୟରେ କଟାକ୍ଷ କରିଛି ଚେନ୍ନାଇ ସୁପର କିଙ୍ଗ୍ସ । ଅଧିକ ପଢନ୍ତୁ...

'The Cup is yours this year': CSK roasts RCB for winning 'Indian Poll League'
କୋରୋନା ଆଁ ରେ ଆଇପିଏଲ, ଟ୍ବିଟର ଫାଇଟରେ ଟିମ !
author img

By

Published : May 26, 2020, 1:25 PM IST

ହାଇଦ୍ରାବାଦ: କୋରୋନା ଭାଇରସ ଲକଡାଉନରେ ବନ୍ଧାପଡିଛି 2020 ଆଇପିଏଲର ଭାଗ୍ୟ । ପ୍ରଥମେ ଏପ୍ରିଲ 15 ପରେ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ବାତିଲ ଘୋଷଣା ହୋଇଛି ।

ତେବେ ଲକଡାଉନ ସମୟରେ କ୍ରିକେଟର ସୋସିଆଲ ମିଡିଆରେ ସମୟ କାଟୁଛନ୍ତି । ପଡିଆରେ ନହେଲେ ନାହିଁ ମାତ୍ର ଫ୍ୟାନ୍ସଙ୍କ ପାଇଁ ଟ୍ବିଟର ୱାରରେ ବ୍ୟସ୍ତ ଅଛନ୍ତି ଆଇପିଏଲ ଟିମ ।

ବିରାଟ କୋହଲିଙ୍କ ଟିମ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ପକ୍ଷରୁ ଇଣ୍ଡିଆନ ପୋଲ ଲିଗ ନାମରେ, ଏକ ଫ୍ୟାନ୍ସ ଭୋଟିଂ କରାଯାଇଥିଲା । ଫ୍ୟାନ୍ସଙ୍କ ଭୋଟ ଆଧାରରେ ମ୍ୟାଚ ଖେଳାଯିବା ସହ ବିଜେତା ମଧ୍ୟ ଘୋଷଣା ହେଉଥିଲା । ଏଥିରେ ପ୍ଳେ-ଅଫ୍ ଷ୍ଟେଜ, ଏଲିମିନେଟର, କ୍ବାଲିଫାୟର ମଧ୍ୟ ଷ୍ଟେଜ ରହିଥିଲା । ତେବେ ଫାଇନାଲରେ ସନରାଇଜର୍ସ ହାଇଦ୍ରାବାଦକୁ ହରାଇ ଭୋଟିଂ ଆଧାରରେ କୋହଲିଙ୍କ ଆରସିବି ବିଜେତା ହୋଇଥିଲା । ଏହାପରେ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ଏକ ଟ୍ବିଟରେ କଟାକ୍ଷ କରାଯାଇ ଚଳିତ ଥର କପ ତୁମର ବୋଲି ଆରସିବି ଉଦ୍ଦେଶ୍ୟରେ କୁହାଯାଇଛି ।

ବିରାଟ କୋହଲିଙ୍କ ଆରସିବି ଗୋଟିଏ ବି ଥର ଆଇପିଏଲ ଟ୍ରଫି ଜିତିବାରେ ସଫଳ ହୋଇନାହିଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.