ETV Bharat / sports

ଠାକୁର-ସୁନ୍ଦରଙ୍କ ଲଢୁଆ ବ୍ୟାଟିଂ, ପ୍ରଶଂସା କଲେ ହେଜଲଉଡ

author img

By

Published : Jan 17, 2021, 6:02 PM IST

ଶାର୍ଦ୍ଦୁଳ ଠାକୁର ଓ ୱାସିଂଟନ ସୁନ୍ଦରଙ୍କୁ ପ୍ରଶଂସା କରିଛନ୍ତି ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ଜସ ହେଜେଲଉଡ । ଅଧିକ ପଢନ୍ତୁ...

Thakur, Sundar batted beautifully: Hazlewood on India's fightback at the Gabba
ଠାକୁର-ସୁନ୍ଦରଙ୍କ ଲଢୁଆ ବ୍ୟାଟିଂ, ପ୍ରଶଂସା କଲେ ହେଜଲଉଡ

ବ୍ରିସବେନ: ଶାର୍ଦ୍ଦୁଳ ଠାକୁର ଓ ୱାସିଂଟନ ସୁନ୍ଦରଙ୍କୁ ପ୍ରଶଂସା କରିଛନ୍ତି ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ଜସ ହେଜେଲଉଡ । ମିଚେଲ ଷ୍ଟାର୍କ, ହେଜଲଉଡ, କମିନ୍ସ ଓ ନାଥନ ଲାୟନଙ୍କ ପରି ବୋଲରଙ୍କ ଭଳି ବିଶ୍ବର ଅନ୍ୟତମ ଶ୍ରେଷ୍ଠ ବୋଲିଂ ଆକ୍ରମଣକୁ ସକରାତ୍ମକ ରଣନୀତି ସହ ସଫଳ ସାମ୍ନା କରିଥିବା ଦୁଇ ଭାରତୀୟ ଶେଷକ୍ରମ ଖେଳାଳିଙ୍କୁ ସବୁମହଲରୁ ପ୍ରଶଂସା କରାଯାଉଛି । ବ୍ରିସବେନରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ସିରିଜ ନିର୍ଣ୍ଣାୟକ ଟେଷ୍ଟରେ ଲଢୁଆ ପ୍ରଦର୍ଶନ କରିଛି ଭାରତ । ପ୍ରଥମ ଇଂନିସରେ ମାର୍ନସ ଲବୁସାନଙ୍କ ଶତକ ଓ କ୍ୟାପଟେନ ଟିମ ପେନଙ୍କ ଅର୍ଦ୍ଧଶତକ ଭଲରେ 369 ରନର ବିଶାଳ ସ୍କୋର କରିଛି ଘରୋଇ ଦଳ ।

Thakur, Sundar batted beautifully: Hazlewood on India's fightback at the Gabba
ଶାର୍ଦ୍ଦୁଳ ଠାକୁର- ୱାସିଂଟନ ସୁନ୍ଦର

ପରେ ଭାରତ ମଧ୍ୟ ଲଢୁଆ ଜବାବ ସହ 336 ରନ କରିଛି । ତେବେ 186 ରନରେ 6 ପ୍ରମୁଖ ଆଗଧାଡିର ବ୍ୟାଟ୍ସମ୍ୟାନଙ୍କୁ ହରାଇ ସଙ୍କଟରେ ପଡିଥିଲା ଭାରତ । ମାତ୍ର ସ୍ପିନର ୱାସିଂଟନ ସୁନ୍ଦର ଓ ଦ୍ରୁତ ବୋଲର ଶାର୍ଦ୍ଦୁଳ ଠାକୁର 7ମ ୱିକେଟ ଯୋଡିରେ ଅବିଶ୍ବସନୀୟ ରେକର୍ଡ ଶତକୀୟ ଭାଗିଦାରୀ କରିଥିଲେ । ଉଭୟ ସୁନ୍ଦର ଓ ଠାକୁର ପ୍ରାୟ 34 ଓଭର ଅଷ୍ଟ୍ରେଲୀୟ ବୋଲରଙ୍କୁ ୱିକେଟ ଦେଇନଥିଲେ ।

ଭାରତୀୟ ଇଂନିସର 66.3 ଓଭରରେ 186 ରନରେ ଋଷଭ ପନ୍ତଙ୍କ ରୂପରେ ଷଷ୍ଠ ୱିକେଟ ହରାଇଥିଲା ଭାରତ । ଏହାପରେ ୱାସିଂଟନ ସୁନ୍ଦର ଓ ଶାର୍ଦ୍ଦୁଳ ଠାକୁର 123 ରନ ଯୋଡିଥିଲେ । ଏପରିକି 67 ରନର ଚମତ୍କାର ଅର୍ଦ୍ଧଶତକୀୟ ଇଂନିସ ସହ ଭାରତୀୟ ଇଂନିସର ସର୍ବାଧିକ ରନସଂଗ୍ରହକାରୀ ଖେଳାଳି ରହିଥିଲେ ଶାର୍ଦ୍ଦୁଳ ଠାକୁର । ସୁନ୍ଦର ମଧ୍ୟ 62 ରନର ଇଂନିସ ଖେଳିଥିଲେ । ତେବେ ଭାରତର ସ୍କୋର 309 ଥିବାବେଳେ ଠାକୁର 7ମ ଖେଳାଳି ଭାବେ ଆଉଟ ହୋଇଥିଲେ । ଏହାର 10 ଓଭର ମଧ୍ୟରେ ଶେଷ 3ଟି ୱିକେଟ ହରାଇ 336 ରନରେ ସୀମିତ ରହିଥିଲା ଭାରତର ପ୍ରଥମ ଇଂନିସ ।

ତୃତୀୟ ଦିର ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ 54 ରନରେ ଆଗୁଆ ରହିଛି । ମାର୍କ ହାରିସ 1 ଓ ଡେଭିଡ ୱାର୍ଣ୍ଣର 20 ରନରେ ଅପରାଜିତ ଅଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.