ETV Bharat / sports

ବର୍ତ୍ତମାନ ଯୁଗରେ 1.30 ଲକ୍ଷ ରନ କରିଥାନ୍ତେ ସଚିନ: ଅଖତର

author img

By

Published : May 21, 2020, 10:35 PM IST

ତେନ୍ଦୁଲକରଙ୍କୁ ବର୍ତ୍ତମାନ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ସହ ତୁଳନା କରିବା ଠିକ ନୁହେଁ ବୋଲି କହିଛନ୍ତି ପୂର୍ବତନ ପାକିସ୍ତାନ ଖେଳାଳି ଶୋଏବ ଅଖତର । ଅଧିକ ପଢ଼ନ୍ତୁ..

Tendulkar would have scored 1.30 lakh runs, today's era, Akhtar on comparison between kohli and sachin,  ବର୍ତ୍ତମାନ ଯୁଗରେ 1.30 ଲକ୍ଷ ରନ କରିଥାନ୍ତେ ସଚିନ, ଶୋଏବ ଅଖତର, ସଚିନଙ୍କ ସହ ବିରାଟ କୋହଲି ତୁଳନା
ବର୍ତ୍ତମାନ ଯୁଗରେ 1.30 ଲକ୍ଷ ରନ କରିଥାନ୍ତେ ସଚିନ: ଅଖତର

ଲାହୋର: ପୂର୍ବତନ ପାକିସ୍ତାନ କ୍ରିକେଟର ଶୋଏବ ଅଖତର ଅନୁଭବ କରନ୍ତି ଯେ ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କୁ ବର୍ତ୍ତମାନ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ସହ ତୁଳନା କରିବା ଠିକ ନୁହେଁ । କାରଣ ‘ମାଷ୍ଟର ବ୍ଲାଷ୍ଟର’ ସଚିନ କ୍ରିକେଟର ସବୁଠାରୁ କଠିନ ଯୁଗରେ ଅନେକ ଗୁଡ଼ିଏ ରେକର୍ଡ ସୃଷ୍ଟି କରିଛନ୍ତି ।

କୋହଲିଙ୍କୁ ପ୍ରାୟ ସମସ୍ତେ ଦ୍ବିତୀୟ ତେନ୍ଦୁଲକର ବୋଲି କୁହନ୍ତି, ଆଉ କୋହଲି ମଧ୍ୟ ତାଙ୍କ ଆଦର୍ଶ ସଚିନଙ୍କ ଦ୍ବାରା ସ୍ଥାପିତ କିଛିଟା ରେକର୍ଡକୁ ଭାଙ୍ଗି ଦେଇଛନ୍ତି ।

କୋହଲିଙ୍କୁ ଆଧୁନିକ କ୍ରିକେଟର ଜଣେ ଶ୍ରେଷ୍ଠ ଖେଳାଳି ବୋଲି ସ୍ବୀକାର କରିବା ସତ୍ତ୍ବେ ଅଖତର କହିଛନ୍ତି ଯେ ତେନ୍ଦୁଲକର କଠିନ ସ୍ଥିତିରେ ନିଜକୁ ଶ୍ରେଷ୍ଠ ବୋଲି ପ୍ରମାଣିତ କରିଛନ୍ତି ତେଣୁ ଉଭୟଙ୍କ ତୁଳନା କରିବା ଠିକ ହେବ ନାହିଁ ।

‘‘ତେନ୍ଦୁଲକର କ୍ରିକେଟ କଠିନତମ ଯୁଗରେ ବ୍ୟାଟିଂ କରିଛନ୍ତି । ଏବେ ତାଙ୍କୁ ସୁଯୋଗ ମିଳିଲେ ବୋଧହୁଏ ସେ 1.30 ଲକ୍ଷ ରନ କରିଥାନ୍ତେ । ତେଣୁ ଉଭୟ ସଚିନ ଓ କୋହଲିଙ୍କ ମଧ୍ୟରେ ତୁଳନା କରିବା ଠିକ ହେବ ନାହିଁ,’’ ବୋଲି ଏକ ଭିଡିଓ ଚାଟରେ କହିଛନ୍ତି ଅଖତର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.