ETV Bharat / sports

ଭାରତୀୟ କ୍ରିକେଟର ଭାଗ୍ୟ ବଦଳାଉଛି ମନ୍ଦିର ! - Cricket

ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଥିବା ଏକ ଗଣେଶ ମନ୍ଦିର ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଅନ୍ୟଦିନରେ ଫାଙ୍କା ରହୁଥିବା ଏହି ମନ୍ଦିରରେ ମ୍ୟାଚ ଦିନ କିନ୍ତୁ ପ୍ରବଳ ଭିଡ ଜମିଥାଏ । କାରଣ ଏଠାରେ ଭାରତର ବିଜୟ ପାଇଁ ଲୋକେ ମୁଣ୍ଡିଆ ମାରିଥାନ୍ତି ।

ଫାଇଲ ଫଟୋ
author img

By

Published : Mar 2, 2019, 6:30 PM IST

ହାଇଦ୍ରାବାଦ: ଖରାପ ସମୟରେ ଲୋକେ ଭଗବାନଙ୍କୁ ସ୍ମରଣ କରି ଆଶୀର୍ବାଦ ଲୋଡିଥାନ୍ତି । ଆଉ ଖେଳ ଏଥିରୁ ଭିନ୍ନ ନୁହେଁ । ଖେଳରେ ମଧ୍ୟ ଭଗବାନଙ୍କ ଆଶୀର୍ବାଦରେ ମିଳିଛି ସଫଳତା । ଆଉ ଏହି ଆଶୀର୍ବାଦ ଲୋଡିଛି ଭାରତୀୟ କ୍ରିକେଟ ଟିମ ।

ସୂଚନାନୁସାରେ ଶନିବାର ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଛି ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜର ପ୍ରଥମ ମ୍ୟାଚ । ତେବେ ଏହି ଷ୍ଟାଡିୟମରେ ଥିବା ଏକ ଗଣେଶ ମନ୍ଦିର ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଅନ୍ୟଦିନରେ ଫାଙ୍କା ରହୁଥିବା ଏହି ମନ୍ଦିରରେ ମ୍ୟାଚ ଦିନ କିନ୍ତୁ ପ୍ରବଳ ଭିଡ ଜମିଥାଏ । କାରଣ ଏଠାରେ ଭାରତର ବିଜୟ ପାଇଁ ଲୋକେ ମୁଣ୍ଡିଆ ମାରିଥାନ୍ତି ।

ଏପରିକି ଏହି ମନ୍ଦିରରେ ଭାରତୀୟ ଖେଳାଳି ମଧ୍ୟ ଆସି ଭଗବାନ ଗଣେଶଙ୍କୁ ପୂଜା କରିଥାନ୍ତି । ପୂର୍ବରୁ ଭାରତୀୟ ୱିକେଟକିପର ମହେନ୍ଦ୍ର ସିଂହ ଧୋନି ଏଠାକୁ ଆସି ପୂଜା କରିଛନ୍ତି । ମ୍ୟାଚରେ ସଫଳତା ପାଇଁ ଖେଳାଳି ପ୍ରଭୁ ଗଣେଶଙ୍କ ଆଶୀର୍ବାଦ ନେଇଥାନ୍ତି । ଖେଳାଳିଙ୍କ ବିଶ୍ୱାସ ଭଗବାନ ଗଣେଶଙ୍କ କୃପା ରହିଲେ ଭାରତ କେବେ ହେଲେ ମ୍ୟାଚ ହାରିବ ନାହିଁ । ତେବେ ଏହା କୌଣସି ଅନ୍ଧବିଶ୍ୱାସ ନୁହେଁ ବରଂ ସତ କାହାଣୀ ।

ପୂର୍ବରୁ 2011ରେ ସେତେବେଳର ଆଇପିଏଲ ଟିମ ଡେକାନ ଚାର୍ଜସ ଲଗାତାର ମ୍ୟାଚ ହାରିଯାଉଥିଲା । ଘରୋଇ ପରିବେଶରେ ଦଳର ପରାଜୟ ପାଇଁ ଫ୍ରାଞ୍ଚାଇଜ ନିରାଶ ହେଉଥିଲେ । ଏଥିପାଇଁ ସେମାନେ ଜ୍ୟୋତିଷର ସାହାଯ୍ୟ ନେଇଥିଲେ । ପରେ ଏହି ଷ୍ଟାଡିୟମରେ ବାସ୍ତୁ ଦୋଷ ଥିବାରେ ନେଇ ଜ୍ୟୋତିଷ କହିଥିଲେ । ସେଥିପାଇଁ ବାସ୍ତୁ ବିନାଶକାରୀ ଭଗବାନ ଗଣେଶଙ୍କ ଏକ ମନ୍ଦିର ସ୍ଥାପନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।

undefined

ପରେ ଗଣେଶଙ୍କ ଏହି ମନ୍ଦିର ତିଆରି ହୋଇଥିଲା । ତେବେ ଏହାପରେ ଡେକାନର ଭାଗ୍ୟ ସେତେ ବଦଳିନଥିଲେ ମଧ୍ୟ ଭାରତୀୟ କ୍ରିକେଟ ଟିମର ଭାଗ୍ୟ ବଦଳି ଯାଇଥିଲା । 2011 ପରଠାରୁ ଏଠାରେ ଭାରତ କୌଣସି ମ୍ୟାଚ ହାରିନଥିବାର ଦାବି କରାଯାଏ । ଆଜି ମଧ୍ୟ ଟିମ ଇଣ୍ଡିଆକୁ ପ୍ରଭୁ ଗଣେଶ ସାହା ହେବେ ବୋଲି ପ୍ରଶଂସକ ଆଶା ରଖିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.