ETV Bharat / sports

'ଶେଫାଳିଙ୍କୁ ନିର୍ଭିକ ହୋଇ ଖେଳିବାକୁ କହିଥିଲା ଟିମ'

author img

By

Published : Feb 25, 2020, 6:13 PM IST

ଶିଖା ପାଣ୍ଡେ କହିଛନ୍ତି ଯେ, ଶେଫାଳି ଶାନଦାର । 16ବର୍ଷ ବୟସରେ ମୁଁ କ୍ରିକେଟର ପ୍ରଶିକ୍ଷଣ ନେଇ ବି ନଥିଲି । ସେ ଏହି ବୟସରେ ଦେଶ ପାଇଁ ଖେଳୁଛନ୍ତି ।

shafali verma
shafali verma

ପର୍ଥ: ଭାରତୀୟ ମହିଳା କ୍ରିକେଟ ଟିମର ଅନୁଭବୀ ଦ୍ରୁତ ବୋଲର ଶିଖା ପାଣ୍ଡେ ଯୁବ ଖେଳାଳି ଶେଫାଳି ବର୍ମାଙ୍କୁ ନେଇ ବଡ ଖୁଲାସା କରିଛନ୍ତି । ଟି-20 ବିଶ୍ବକପରେ ଭାରତ-ବାଂଲାଦେଶ ମୁକାବିଲାରେ ଭାରତ ବିଜୟ ହାସଲ କରିଛି । ଏହି ବିଜୟ ପରେ ଶିଖା କହିଛନ୍ତି ଯେ, ଭାରତୀୟ ଟିମ ପ୍ରବନ୍ଧନ ଶେଫାଳି ବର୍ମାକୁ ନିର୍ଭିକ ହୋଇ ଖେଳାବାର ଅନୁମତି ଦେଇଥିଲା ।

ଫଳରେ ସେ ନିର୍ଭିକ ହୋଇ ଶାନଦାର ବ୍ୟାଟିଂ କରିଛନ୍ତି । ଭାରତୀୟ ମହିଳା କ୍ରିକେଟ ଟିମର 16ବର୍ଷୀୟ ଶେଫାଳି ବର୍ମା ବାଂଲା ବିପକ୍ଷରେ 17 ବଲ୍‌ରେ 39ରନ କରିଥିଲେ । ସେହି ପାଳିରେ ସେ 6ଟି ଛକା ଓ 2ଟି ଚୌକା ମାରିଛନ୍ତି ।

ଶିଖା କହିଛନ୍ତି ଯେ, ଶେଫାଳିଙ୍କୁ ନିଜ ଅନ୍ଦାଜରେ ଖେଳିବାକୁ କୁହାଯାଇଥିଲା । ସେ ଶାନଦାର । 16ବର୍ଷରେ ମୁଁ କ୍ରିକେଟର ଭାବେ ପ୍ରଶିକ୍ଷଣ ନେବା ବି ଆରମ୍ଭ କରି ନଥିଲି । ଆମର ଟିମ୍‌ରେ ଯୁବା କ୍ରିକେଟରଙ୍କୁ ନିର୍ଭିକ ଦେଖି ଖୁସି ଲାଗୁଛି । ତାଙ୍କର ଖେଳର ଅନ୍ଦାଜ ଦେଖି ଆଶ୍ଚର୍ଯ୍ୟ ଲାଗୁଛି । ତାଙ୍କର ଉପସ୍ଥିତି ଟିମ ପାଇଁ ଆବଶ୍ୟକ ,ସେ ନିଜେ ସାବ୍ୟସ୍ତ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.