ETV Bharat / sports

ଗୁରୁବାର ହୋଇପାରେ ଟିମ ଇଣ୍ଡିଆର ସପୋର୍ଟ ଷ୍ଟାଫ ଘୋଷଣା - ଆର ଶ୍ରୀଧର

ବିସିସିଆଇ ପକ୍ଷରୁ ଖୁବଶୀଘ୍ର  ଘୋଷଣା ହୋଇପାରେ ଟିମ ଇଣ୍ଡିଆର ସପୋର୍ଟ ଷ୍ଟାଫଙ୍କ ତାଲିକା । ଏନେଇ ଆଜିଠୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଚୟନ କର୍ତ୍ତା ମୁଖ୍ୟ ଏମଏସକେ ପ୍ରସାଦ ଓ କୋଚ ରବି ଶାସ୍ତ୍ରୀ ସପୋର୍ଟ ଷ୍ଟାଫ ଚୟନ ପକ୍ରିୟାରେ ଉପସ୍ଥିତ ରହିବେ । ଗୁରୁବାର ଏନେଇ ବିଦ୍ଧିବଧ ଘୋଷଣା ହେବ ବୋଲି ସୂଚନା ମିଳିଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Aug 20, 2019, 5:09 AM IST

ନୂଆଦିଲ୍ଲୀ: ବିସିସିଆଇ ପକ୍ଷରୁ ଖୁବଶୀଘ୍ର ଘୋଷଣା ହୋଇପାରେ ଟିମ ଇଣ୍ଡିଆର ସପୋର୍ଟ ଷ୍ଟାଫଙ୍କ ତାଲିକା। ମୁଖ୍ୟ କୋଚ ପଦ ଉପରୁ ପରଦା ହଟିବା ପରେ ଏବେ ସପୋର୍ଟ ଷ୍ଟାଫ ଘୋଷଣା ଉପରେ ନଜର । ଏନେଇ ଆଜିଠାରୁ ଚୟନ ପ୍ରକିୟା ଆରମ୍ଭ କରିଛି । ଏହା ଆସନ୍ତା ଗୁରୁବାର ପର୍ଯ୍ୟନ୍ତ ଚାଲିବ । ଏବଂ ସେହି ଦିନ ହିଁ ସମସ୍ତ ସପୋର୍ଟ ଷ୍ଟାଫଙ୍କ ନାଁ ଘୋଷଣା ହେବ ।

ତେବେ ବର୍ତ୍ତମାନ ବୋଲିଂ କୋଚ ଭାରତ ଅରୁଣ ନିଜ ସ୍ଥାନ ବଜାୟ ରଖିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଟିମ ଇଣ୍ଡିଆର ଫିଲ୍ଡିଂର ମାନ ବିଶ୍ବସ୍ଥରୀୟ ରହିଛି । ଆର ଶ୍ରୀଧରଙ୍କ ବର୍ତ୍ତମାନ ଫିଲ୍ଡିଂ କୋଚ ରହିଛନ୍ତି । ତେଣୁ ଫିଲ୍ଡିଂ କୋଚରେ ମଧ୍ୟ ପରିବର୍ତ୍ତନ ହେବାର ସମ୍ଭାବନା କମ ରହିଛି । ଏମିତି ହେଲେ ଫିଲ୍ଡିଂ କୋଚ ପାଇଁ ଆବେଦନ କରିଥିବା ଜଣ୍ଟି ରୋଡସଙ୍କୁ ଖାଲି ହାତରେ ଫେରିବାକୁ ପଡିପାରେ । ମାତ୍ର ବ୍ୟାଟିଂ କୋଚ ନେଇ ଏବେବି ସନ୍ଦେହ ଜାରିରହିଛି । ବର୍ତ୍ତମାନ ବ୍ୟାଟିଂ କୋଚ ଥିବା ସଞ୍ଜୟ ବାଙ୍ଗରଙ୍କୁ ଆଉଥରେ ସୁଯୋଗ ମିଳିବ, କିମ୍ବା ଅନ୍ୟ କେହି ବ୍ୟାଟିଂ କୋଚ ନିଯୁକ୍ତ ହେଉଛନ୍ତି ତାହା ଦେଖିବାର କଥା । ତେବେ ଗୁରୁବାର ଏହା ସ୍ପଷ୍ଟ ହେବ ବୋଲି ସୂଚନା ମିଳିଛି ।

ଟିମ ଇଣ୍ଡିଆର ଚୟନ କର୍ତ୍ତା ମୁଖ୍ୟ ଏମଏସକେ ପ୍ରସାଦ ଓ କୋଚ ରବି ଶାସ୍ତ୍ରୀ ସପୋର୍ଟ ଷ୍ଟାଫ ଚୟନ ପକ୍ରିୟାରେ ଉପସ୍ଥିତ ରହିବେ । ତେବେ କପିଲ ଦେବଙ୍କ ନେତୃତାଧିନ କ୍ରିକେଟ ଆଡଭାଇଜାରୀ କମିଟି ଏହି ଚୟନ ପ୍ରକିୟାରେ ଅଂଶଗ୍ରହଣ କରିବାକୁ ଚାହୁଁଛି । ମାତ୍ର ବିସିସିଆଇର ନୂଆ ସମ୍ବିଧାନ ଅନୁୟାୟୀ ସିଏସି କେବଳ ମୁଖ୍ୟ କୋଚ ଚୟନ କରିବେ । ଓ ଚୟନକର୍ତ୍ତା ମୁଖ୍ୟ ସପୋର୍ଟ ଷ୍ଟାଫ ଚୟନ କରିବେ ।

Intro:Body:

dfadf

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.