ETV Bharat / sports

ରାଜକୋଟ ଟି20: ସିରିଜ ବରାବର ଲକ୍ଷ୍ୟରେ ଟିମ ଇଣ୍ଡିଆ

author img

By

Published : Nov 7, 2019, 10:38 AM IST

ଭାରତ-ବାଂଲାଦେଶ ମଧ୍ୟରେ 3 ମ୍ୟାଚ ବିଶିଷ୍ଟ ଟି20 ସିରିଜର 2ୟ ମ୍ୟାଚ ସୌରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମ, ରାଜକୋଟରେ ଖେଳାଯିବ । ଆଜିର ମ୍ୟାଚକୁ ଜିତି ସିରିଜ ବରାବର ଲକ୍ଷ୍ୟରେ ରହିଛି ଟିମ ଇଣ୍ଡିଆ ।

ଭାରତ-ବାଂଲାଦେଶ

ରାଜକୋଟ: ଭାରତ-ବାଂଲାଦେଶ ମଧ୍ୟରେ 3 ମ୍ୟାଚ ବିଶିଷ୍ଟ ଟି20 ସିରିଜର 2ୟ ମ୍ୟାଚ ଆଜି ଖେଳାଯିବ । ସୌରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମ, ରାଜକୋଟରେ ଏହି ମ୍ୟାଚ ଖେଳାଯିବ । ସିରିଜର ପ୍ରଥମ ମ୍ୟାଚରେ ବିଜୟୀ ହୋଇ 1-0ରେ ଆଗୁଆ ରହିଛି ବାଂଲାଦେଶ । ଆଜିର ମ୍ୟାଚକୁ ଜିତି ସିରିଜ ବରାବର ଲକ୍ଷ୍ୟରେ ରହିଛି ଟିମ ଇଣ୍ଡିଆ ।

Team India aim to level series
ଭାରତୀୟ ଦଳ

ତେବେ 2ୟ ମ୍ୟାଚରେ ଉଭୟ ଦଳ ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳିବା ନେଇ ଆଶା କରାଯାଉଛି । ଭାରତ ବିପକ୍ଷରେ ସିରିଜ ବିଜୟୀ ହେବାକୁ ବଡ ସୁଯୋଗ ରହିଛି କହିଛନ୍ତି ବାଂଲାଦେଶ କ୍ୟାପଟେନ ମହମ୍ମଦୁଲ୍ଲା । ଅନ୍ୟପଟେ ପ୍ରଥମ ମ୍ୟାଚ ନିଜ ଭୁଲ ପାଇଁ ହାରିଲୁ, 2ୟ ମ୍ୟାଚରେ ବିଜୟୀ ହୋଇ ସିରିଜକୁ ଫେରିବାକୁ ଦଳ ଲକ୍ଷ୍ୟ ରଖିଛି କହିଛନ୍ତି କ୍ୟାପଟେନ ରୋହିତ । ତେବେ ସେଥିପାଇଁ ଭାରତୀୟ ଦଳକୁ ସବୁ ବିଭାଗରେ ଦମଦାର ପ୍ରଦର୍ଶନ କରିବାକୁ ହେବ ।

ନିୟମିତ ବ୍ୟବଧାନରେ ୱିକେଟ ପତନ, ଖରାପ ଫିଲ୍ଡିଂ ଓ ଦୁର୍ବଳ ବୋଲିଂ ପାଇଁ ବାଂଲାଦେଶ ପ୍ରଥମ ଥର ଭାରତ ବିପପକ୍ଷରେ ଟି20 ମ୍ୟାଚ ଜିତି ଗସ୍ତକୁ ଐତିହାସିକ କରିଛି । କ୍ୟାପଟେନ ରୋହିତ ବ୍ୟାଟଂ କ୍ରମକୁ ନେଇ ସନ୍ତୁଷ୍ଟ ଥିବାବେଳେ ବୋଲିଂ ଆଟାକରେ ପରିବର୍ତ୍ତନ ହେବା ନେଇ ସୂଚନା ଦେଇଛନ୍ତି । ତେବେ ରାଜକୋଟ ଟି20ରେ ବର୍ଷା ବାଧକ ହୋଇପାରେ । ସାମୁଦ୍ରିକ ବାତ୍ୟା 'ମହା'ର ପ୍ରଭାବରେ ବର୍ଷା ମ୍ୟାଚରେ ବାଧକ ସାଜିପାରେ ବୋଲି କୁହାଯାଉଛି ।

Team India aim to level series
ବାଂଲାଦେଶ ଦଳ

ଭାରତୀୟ ଦଳ: ରୋହିତ ଶର୍ମା(କ୍ୟାପଟେନ), ଶିଖର ଧାୱନ, ସଞ୍ଜୁ ସାମସନ, ଶ୍ରେୟସ ଆୟର, ମନିଷ ପାଣ୍ଡେ, ଋଷଭ ପନ୍ତ(ୱିକେଟ କିପର), ୱାସିଂଙ୍ଗଟନ ସୁନ୍ଦର, କ୍ରୁନାଲ ପାଣ୍ଡ୍ୟା, ୟୁଜଭେନ୍ଦ୍ର ଚହଲ, ରାହୁଲ ଚହର, ଦିପକ ଚହର, ଖଲିଲ ଅହମ୍ମଦ, ଶିବମ ଦୁବେ, ଶାର୍ଦ୍ଦୁଳ ଠାକୁର ।

ବାଂଲାଦେଶ ଦଳ: ସୌମ୍ୟ ସରକାର, ମହମ୍ମଦ ନୈମ, ମହମ୍ମଦୁଲ୍ଲା(କ୍ୟାପଟେନ), ଆଫିଫ ହୁସେନ, ମୋଶଦେଶ ହୁସେନ, ଅନିମୁଲ ଇସଲାମ, ଲିଟନ ଦାସ, ମୁସଫିକର ରହିମ, ଅରଫତ ସନ୍ନି, ଅଲଅମିନ ହୁସେନ, ମୁସ୍ତାଫିଜୁର ରେହମାନ, ସୈପଉଲ ଇସଲାମ, ଆବୁ ହାଇଦର, ରନ୍ନି ମହମ୍ମଦ ମିଥୁନ, ତୈଜୁଲସ ଇସଲାମ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.