ETV Bharat / sports

ଟି20 କ୍ରିକେଟରେ 1000ତମ ମ୍ୟାଚରେ ବିଜୟୀ ବାଂଲାବାହୀନି

ଫଟାଫଟ କ୍ରିକେଟର ଫର୍ମାଟରେ 1000ତମ ମ୍ୟାଚ ଖେଳାଯାଇଛି । ଭାରତ-ବାଂଲାଦେଶ ପ୍ରଥମ ଟି20 କ୍ରିକେଟର ଛୋଟ ଫର୍ମାଟରେ ଏହି ମାଇଲଷ୍ଟୋନକୁ ଅତିକ୍ରମ କରିଛି ।

author img

By

Published : Nov 3, 2019, 11:56 PM IST

ଡିଜାଇନ ଫଟୋ

ନୂଆଦିଲ୍ଲୀ: ଫଟାଫଟ କ୍ରିକେଟର ଫର୍ମାଟରେ 1000ତମ ମ୍ୟାଚ ଖେଳାଯାଇଛି । ଭାରତ-ବାଂଲାଦେଶ ପ୍ରଥମ ଟି20 କ୍ରିକେଟର ଛୋଟ ଫର୍ମାଟରେ ଏହି ମାଇଲଷ୍ଟୋନକୁ ଅତିକ୍ରମ କରିଛି । ତେବେ ଏହି ମ୍ୟାଚରେ ବାଂଲେଦେଶ ପାଇଁ ବେଶ ସ୍ମରଣୀୟ ହୋଇଛି । ଭାରତକୁ ଟି20ରେ ପ୍ରଥମଥର ଦେଶର ରାଜଧାନୀ ଦିଲ୍ଲୀରେ ପରାସ୍ତ କରିଛି ବାଂଲାଦେଶ ।

T20I cricket celebrates
ଫଟୋ ସୌଜନ୍ୟ: twitter@ICC

ଟି20 କ୍ରିକେଟ ଏବେ କ୍ରିକେଟରଙ୍କ ଠାରୁ ପ୍ରଶଂସକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଆଦରଣୀୟତା ଲାଭ କରିସାରିଛି । ତେବେ ଜାଣନ୍ତୁ କ୍ରିକେଟର ଏହି ଛୋଟ ଫର୍ମାଟରେ କିଛି ନିଆରା ତଥ୍ୟ:

ପ୍ରଥମ ଟି20 ମ୍ୟାଚ 2005ରେ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିଲା । ରିକି ପଏଣ୍ଟିଂଙ୍କ ଅପରାଜିତ 98 ରନ ବଳରେ କଙ୍ଗାରୁ ଟିମ 214 ରନର ବିଶାଳ ଟାର୍ଗେଟ ରଖିଥିଲା । ଜବାବରେ ନ୍ୟୁଜିଲାଣ୍ଡ 170 ରନ କରିପାରିଥିଲା । ଶେଷ 2ଟି ବଲରୁ ନ୍ୟୁଜିଲାଣ୍ଡ ବିଜୟ ପାଇଁ 46 ରନ ଆବଶ୍ୟକ କରୁଥିଲା । ବୋଲର ମାଗ୍ରାଥ ଏକ ବ୍ୟଙ୍ଗାତ୍ମକ ଭଙ୍ଗୀରେ ଏକ ବଲ ବୋଲିଂ କରିଥିଲେ । ଏହାକୁ ଅମ୍ପାୟାର ବିଲି ବାୱଡେନ ନିଆରା ଢଙ୍ଗରେ ଦର୍ଶାଇଥିଲେ ଯାହାକି ଅତ୍ୟନ୍ତ ମଜାଳିଆ ପରିବେଶ ସୃଷ୍ଟି କରିଥିଲା ।

2007 ବିଶ୍ବକପରେ ଟିମ ଇଣ୍ଡିଆର ଷ୍ଟାଇଲିଷ୍ଟ ଅଲରାଉଣ୍ଡର ଯୁବରାଜ ସିଂ ଇଂଲଣ୍ଡ ବୋଲର ଷ୍ଟୁଆର୍ଟ ବ୍ରଡଙ୍କୁ 6 ବଲରେ 6ଛକା ମାରି ରେକର୍ଡ କରିଥିଲେ । ଏହିପରି ଏନେକ ସ୍ମରଣୀୟ ଟି20 ମ୍ୟାଚ ରହିଛି ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.