ETV Bharat / sports

ଟି-20 ବିଶ୍ବକପ ଆୟୋଜନ 'ଅବାସ୍ତବ': ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ ଚେୟାରମ୍ୟାନ - Cricket Australia chairman

ଟି-20 ବିଶ୍ବକପ ଆୟୋଜନ ନେଇ ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡର ଚେୟାରମ୍ୟାନ ଏର୍ଲ ଇଡିଙ୍ଗ୍ସଙ୍କ ବଡ ବୟାନ । ବର୍ତ୍ତମାନର କୋରୋନା ଭାଇରସ ସଂକ୍ରମଣ ସ୍ଥିତିରେ ଟି-20 ବିଶ୍ବକପ ଆୟୋଜନ ଅବାସ୍ତବ ବୋଲି କହିଛନ୍ତି ଏର୍ଲ ଇଡିଙ୍ଗ୍ସ ।

T20 World Cup in 2020 'unrealstic' says Cricket Australia chairman
ଟି-20 ବିଶ୍ବକପ ଆୟୋଜନ 'ଅବାସ୍ତବ': ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ ଚେୟାରମ୍ୟାନ
author img

By

Published : Jun 16, 2020, 5:30 PM IST

ମେଲବୋର୍ଣ୍ଣ: ଟି-20 ବିଶ୍ବକପ ଆୟୋଜନ ନେଇ ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡର ଚେୟାରମ୍ୟାନ ଏର୍ଲ ଇଡିଙ୍ଗ୍ସଙ୍କ ବଡ ବୟାନ । ବର୍ତ୍ତମାନର କୋରୋନା ଭାଇରସ ସଂକ୍ରମଣ ସ୍ଥିତିରେ ଟି-20 ବିଶ୍ବକପ ଆୟୋଜନ ଅବାସ୍ତବ ବୋଲି କହିଛନ୍ତି ଏର୍ଲ ଇଡିଙ୍ଗ୍ସ ।

ଅଷ୍ଟ୍ରେଲିଆରେ ଅକ୍ଟୋବର 18ରୁ ନଭେମ୍ବର 15 ପର୍ଯ୍ୟନ୍ତ ଫଟାଫଟ କ୍ରିକେଟର ମେଗା ଇଭେଣ୍ଟ ଟି-20 ବିଶ୍ବକପ ଖେଳାଯିବା ନେଇ ସୂଚୀ ରହିଛି ।

ଟି-20 ବିଶ୍ବକପ ଆୟୋଜନ ଅର୍ଥ 16ଟି ଦେଶର ଲୋକ ଅଷ୍ଟ୍ରେଲିଆକୁ ଆସିବେ । ତେବେ ବର୍ତ୍ତମାନ ପରିସ୍ଥିତିରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କଷ୍ଟକର ବୋଲି ଏକ ଭର୍ଚୁଆଲ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡର ଚେୟାରମ୍ୟାନ ।

ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ଏଯାବତ ଏହି ଟୁର୍ଣ୍ଣାମେଣ୍ଟ ନେଇ କୌଣସି ଚୂଡାନ୍ତ ନିଷ୍ପତ୍ତି ନେଇନାହିଁ । ଆସନ୍ତା ମାସରେ ଏନେଇ ଚିତ୍ର ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି । ତେବେ ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡର ଚେୟାରମ୍ୟାନଙ୍କ ଏହି ବୟାନ ଟି-20 ବିଶ୍ବକପର ଭବିଷ୍ୟତକୁ ଅନିଶ୍ଚିନ୍ତତାକୁ ଠେଲି ଦେଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.