ETV Bharat / sports

ଟି-20 ବିଶ୍ବକପ ସ୍ଥଗିତ: ଆଇପିଏଲ ପାଇଁ ଫିଟିଲା ବାଟ

ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ସୋମବାର ପୁରୁଷ ଟି-20 ବିଶ୍ବକପ ସ୍ଥଗିତ ଘୋଷଣା କରିବାପରେ, ଇଣ୍ଡିଆନ ପ୍ରିମିୟର ଲିଗ(IPL)ର 13ତମ ସଂସ୍କରଣ ପାଇଁ ପଥ ପରସ୍କାର ହୋଇଛି ।

T20 World Cup 2020 postponed due to COVID-19, window open for IPL
ଟି-20 ବିଶ୍ବକପ ସ୍ଥଗିତ: ଆଇପିଏଲ ପାଇଁ ଫିଟିଲା ବାଟ
author img

By

Published : Jul 20, 2020, 10:52 PM IST

ହାଇଦ୍ରାବାଦ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ସୋମବାର ପୁରୁଷ ଟି-20 ବିଶ୍ବକପ ସ୍ଥଗିତ ଘୋଷଣା କରିଛି । ଅଷ୍ଟ୍ରେଲିଆରେ ହେବାକୁ ଥିବା ଏହି ମେଗା ଟୁର୍ଣ୍ଣାମେଣ୍ଟ ମହାମାରୀ କୋରୋନା ଭାଇରସ ଯୋଗୁଁ ସ୍ଥଗିତ ହୋଇଛି । ଅକ୍ଟୋବର 18ରୁ ନଭେମ୍ବର 15 ପର୍ଯ୍ୟନ୍ତ ଟୁର୍ଣ୍ଣମେଣ୍ଟ ଖେଳାଯିବା ନେଇ ସୂଚୀ ରହିଥିଲା ।

ଏହି ଘୋଷଣା ଇଣ୍ଡିଆନ ପ୍ରିମିୟର ଲିଗ(IPL)ର 13ତମ ସଂସ୍କରଣ ପାଇଁ ପଥ ପରସ୍କାର ହୋଇଛି । ଅକ୍ଟୋବର 18ରୁ ନଭେମ୍ବର 15 ମଧ୍ୟରେ ଥିବା ସମୟକୁ ବିସିସିଆଇ ପକ୍ଷରୁ ଆଇପିଏଲ ପାଇଁ ବ୍ୟବହାର କରାଯିବାର ସମ୍ଭାବନା ରହିଛି ।

ପୂର୍ବରୁ ଆଇପିଏଲ 2020 ମାର୍ଚ୍ଚ 29ରୁ ଆରମ୍ଭ ହେବାନେଇ ସୂଚୀ ରହିଥିଲା । ମାତ୍ର ମହାମାରୀ କୋରୋନା ଭାଇରସ ଯୋଗୁଁ ବିସିସିଆଇ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ସ୍ଥଗିତ ଘୋଷଣା କରିଥିଲା । ତେବେ ଆଇପିଏଲର ଆୟୋଜନର ଆଶା ଛାଡି ନଥିଲା ବୋର୍ଡ । ଏହି ଟୁର୍ଣ୍ଣାମେଣ୍ଟ ସମ୍ଭବ ନହେଲେ ବୋର୍ଡ 4000 କୋଟିର କ୍ଷତି ସହିବ ବୋଲି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ସ୍ବୀକାର କରିଥିଲେ ।

ରିପୋର୍ଟ ମୁତାବକ, ସେପ୍ଟେମ୍ବର 26ରୁ ନଭେମ୍ବର 7 ମଧ୍ୟରେ ୟୁଏଇରେ ଆଇପିଏଲ-2020 ଖେଳାଯାଇପାରେ । 2014ରେ ସଂସ୍କରଣର ଆଇପିଏଲର କିଛି ମ୍ୟାଚ ୟୁଏଇରେ ଖେଳାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.