ETV Bharat / sports

ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି: ହାଇଦ୍ରାବାଦଠୁ 6 ରନରେ ହାରିଲା ଓଡିଶା

ଚଳିତ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ଓଡିଶାର କ୍ରମାଗତ ଦ୍ବିତୀୟ ପରାଜୟ । ମଙ୍ଗଳବାର ଶୁଭ୍ରାଂଶୁ ସେନାପତିଙ୍କ ଟିମ ଓଡିଶାକୁ 6 ରନରେ ହରାଇଛି ହାଇଦ୍ରାବାଦ । ଅଧିକ ପଢନ୍ତୁ...

author img

By

Published : Jan 12, 2021, 5:23 PM IST

Updated : Jan 12, 2021, 6:28 PM IST

Syed Mustak Ali trophy: hyderabad defeat Odisha by 6 Runs
ସୟଦ ମୁସ୍ତାକ ଅଲୀ ଟ୍ରଫି: ହାଇଦ୍ରାବାଦଠୁ 6 ରନରେ ହାରିଲା ଓଡିଶା

କୋଲକାତା: ଚଳିତ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ଓଡିଶାର କ୍ରମାଗତ ଦ୍ବିତୀୟ ପରାଜୟ । ମଙ୍ଗଳବାର ଶୁଭ୍ରାଂଶୁ ସେନାପତିଙ୍କ ଟିମ ଓଡିଶାକୁ 6 ରନରେ ହରାଇଛି ହାଇଦ୍ରାବାଦ ।

ଟସ ଜିତି ଓଡିଶା କ୍ୟାପଟେନ ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ସହ ହାଇଦ୍ରାବାଦକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ । କୋଲକାତାର ଜାଦବପୁର ୟୁନିଭରସିଟି କ୍ୟାମ୍ପସରେ ଖେଳାଯାଇଥିବା ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ 153 ରନ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ତିଳକ ବର୍ମା ସର୍ବାଧିକ 44 ରନର ଇଂନିସ ଖେଳିଥିଲେ । କ୍ୟାପଟେନ ତନ୍ମୟ ଅଗ୍ରୱାଲ 34 ଓ ହିମାଳୟ ଅଗ୍ରୱାଲ 22 ରନର ଯୋଗଦାନ କରିଥିଲେ । ଓଡିଶା ପକ୍ଷରୁ ସୂର୍ଯ୍ୟକାନ୍ତ ପ୍ରଧାନ ସର୍ବାଧିକ 3ଟି ୱିକେଟ ହାତେଇଥିଲେ । ଶାନ୍ତନୁ ମିଶ୍ର 3ଟି, ପପୁ ରୟ ଓ ରାଜେଶ ମହାନ୍ତି ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।

ଜବାବରେ 154 ରନର ବିଜୟ ଲକ୍ଷ୍ୟକୁ ପିଛା କରି ଓଡିଶା, ନିର୍ଦ୍ଧାରିତ 20 ଓଭରରେ 147 ରନ କରିପାରିଥିଲା । ଫଳରେ ସଂଘର୍ଷପୂର୍ଣ୍ଣ ମ୍ୟାଚକୁ 6 ରନରେ ଜିତିନେଇଥିଲା ହାଇଦ୍ରାବାଦ ।

ପୁଣି ଦୁଇ ଓପନର ଆଦିତ୍ୟ ରାଉତ ଓ ଶାନ୍ତନୁ ମିଶ୍ର ବିଫଳ ହୋଇଥିଲେ । ଗୋବିନ୍ଦା ପୋଦ୍ଦାର 33ବଲରୁ 5 ଚୌକା ଓ 2ଟି ଛକା ସହାୟତାରେ ଦମଦାର 50 ରନର ଅର୍ଦ୍ଧଶତକ ହାସଲ କରିଥିଲେ ମଧ୍ୟ ଦଳକୁ ବିଜୟୀ କରାଇ ପାରିନଥିଲେ । କ୍ୟାପଟେନ ଶୁଭ୍ରାଂଶୁ ସେନାପତି ମଧ୍ୟ 36 ବଲରୁ 4 ଚୌକା ସହାୟତାରେ ଦ୍ରୁତ 43 ରନରର ଇଂନିସ ଖେଳିଥିଲେ । ୱିକେଟ କିପର ବ୍ୟାଟ୍ସମ୍ୟାନ ରାଜେଶ ଧୂପର 30 ରନରେ ବ୍ୟାଟିଂ କରୁଥିବା ବେଳେ ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ରନ ଆଉଟ ହୋଇଥିଲେ । ହାଇଦ୍ରାବାଦ ପକ୍ଷରୁ ଚମା ଭି ମିଲିନ୍ଦ 2ଟି ଓ ତେଲୁକୁପଲ୍ଲୀ ସିଂହ 2ଟି ୱିକେଟ ହାସଲ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 12, 2021, 6:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.