କୋଲକାତା: ଇଡେନ ଗାର୍ଡେନ ଗସ୍ତରେ ହାଇଦ୍ରାବାଦ କ୍ରିକେଟ ଆସୋସିଏସନ ସଭାପତି ମହମ୍ମଦ ଆଝାରୁଦ୍ଦିନ । ବିସିସିଆଇର ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଭିତ୍ତିଭୁମି ପରଖିବା ନେଇ ଆଝାରୁଦ୍ଦିନ କୋଲକାତା ଗସ୍ତ କରିଛନ୍ତି ।
ଗସ୍ତ ସମୟରେ ବେଙ୍ଗଲ କ୍ରିକେଟ ଆସୋସିଏସନ(ସିଏବି) ସଭାପତି ଆଭିଶେକ ଡାଲମିୟାଙ୍କୁ ଭେଟି ଜୈବ ସୁରକ୍ଷା ବଳୟର ନିୟମ ନେଇ ଆଲୋଚନା କରିଥିଲେ ।
ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ଜାନୁଆରୀ 10ରୁ ଆରମ୍ଭ ହେବାକୁ ଯାଉଛି । ଅହମ୍ମଦାବାଦର ମୋଟେରା ଷ୍ଟାଡିୟମରେ ଟୁର୍ଣ୍ଣାମେଣ୍ଟର ନକଆଉଟ ମ୍ୟାଚ ଖେଳାଯିବ ।
ବିସିସିଆଇ ପକ୍ଷରୁ ପ୍ରକାଶିତ ସୂଚୀରେ ମୋଟେରା ଷ୍ଟାଡିୟମରେ ସଦୟ ମୁସ୍ତାକ ଅଲ୍ଲୀ ଟ୍ରଫିର କ୍ବାର୍ଟର ଫାଇନାଲ(ଜାନୁଆରୀ 26-27), ସେମିଫାଇନାଲ(ଜାନୁଆରୀ 29) ଓ ଫାଇନାଲ(ଜାନୁଆରୀ 31)
ବାଙ୍ଗାଲୋର, କୋଲକାତା, ଭଦୋଦରା, ଇନ୍ଦୋର ଓ ମୁମ୍ବାଇରେ ଚୟନ ହୋଇଥିବା 5ଟି ଏଲିଟ ଗ୍ରୁପର ମ୍ୟାଚ ଖେଳାଯିବ । ସେହିପରି ଚେନ୍ନାଇରେ ଅନ୍ୟ ଗ୍ରୁପ ପର୍ଯ୍ୟାୟ ମ୍ୟାଚ ଖେଳାଯିବ ।
ଗତ ସଂସ୍କରଣରେ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ବିଜେତା ରହିଥିଲା କର୍ଣ୍ଣାଟକ । ଜାନୁଆରୀ 10ରେ ଜମ୍ମୁ-କାଶ୍ମୀର ସହ ପ୍ରଥମ ମ୍ୟାଚ ଖେଳିବ କର୍ଣ୍ଣାଟକ ।
ବିସିସିଆଇ ଦ୍ବାରା ଘୋଷିତ ନୀୟମାବଳୀ ଅନୁଯାୟୀ, ଜାନୁଆରୀ 2 ସୁଦ୍ଧା ସମସ୍ତ ଟିମ ପହଞ୍ଚିବା ସହ କ୍ବାରେଣ୍ଟିନରେ ରହିବାକୁ ହେବ । ଜାନୁଆରୀ 2, 4, ଓ 6ରେ ସମସ୍ତ ଖେଳାଳି, ସପୋର୍ଟ ଷ୍ଟାଫ ନିଜର ହୋଟଲରେ କୋଭିଡ ଟେଷ୍ଟ କରାଇବେ । ରିପୋର୍ଟ ନେଗେଟିଭ ହେବାପରେ, ଜାନୁଆରୀ 8ରୁ ଅଭ୍ୟାସ ଆରମ୍ଭ କରିବାକୁ ଅନୁମତି ମିଳିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ