ETV Bharat / sports

ଆଇପିଏଲ 2021: ବରୋଦାର ବ୍ୟାଡ ବୟ, ପଞ୍ଜାବର ପରାକ୍ରମୀ

author img

By

Published : Apr 12, 2021, 10:56 PM IST

ଭାରତୀୟ ଘରୋଇ ସିଜିନ 2020-21ରୁ ଦୀପକ ହୁଡ୍ଡା ବରୋଦା କ୍ରିକେଟ ଆସୋସିଏସନ ଦ୍ବାରା ନିଲମ୍ବିତ ହୋଇଛନ୍ତି । ଅଧିକ ପଢନ୍ତୁ...

Suspended by Baroda, Deepak Hooda proves his worth in IPL
ବରୋଦାର ବ୍ୟାଡ ବୟ, ପଞ୍ଜାବର ପରାକ୍ରମୀ

ମୁମ୍ବାଇ: ଭାରତୀୟ ଘରୋଇ ସିଜିନ2020-21ରୁ ଦୀପକ ହୁଡ୍ଡା ବରୋଦା କ୍ରିକେଟ ଆସୋସିଏସନ ଦ୍ବାରା ନିଲମ୍ବିତ ହୋଇଥାଇପାରନ୍ତି, ମାତ୍ର ଆଇପିଏଲ 2021ରେ ଦମ ଦେଖାଇଛନ୍ତି । ନିଜ ରାଜ୍ୟ ଟିମ ଦଣ୍ଡ ଦେବା ପରେ ଦୀପକଙ୍କ ନିଜର ବିସ୍ଫୋରକ ବ୍ୟାଟିଂ ଆଇପିଏଲରେ ଦେଖାଇଛନ୍ତି ।

25 ବର୍ଷୀୟ ଯୁବ ବ୍ୟାଟ୍ସମ୍ୟାନ, କ୍ୟାପଟେନ କ୍ରୁଣାଳ ପାଣ୍ଡ୍ୟାଙ୍କ ସହ ଝଗଡା ପରେ ଜାନୁଆରୀରେ ବରୋଦା କ୍ରିକେଟ ଆସୋସିଏସନ ଦ୍ବାରା ନିଲମ୍ବିତ ହୋଇଥିଲେ । ଫଳରେ ସେ ସୟଦ ମୁସ୍ତାକ ଅଲୀ ଟ୍ରଫି ଟି20 ଓ ବିଜୟ ହଜାରେ ଦିନିକିଆ ଟ୍ରଫି ଖେଳିବାରୁ ବଞ୍ଚିତ ହୋଇଥିଲେ ।

ତେବେ ନିଜର ଆତ୍ମବିଶ୍ବାସ ହରାଇନାହାଁନ୍ତି ଦୀପକ । ସୋମବାର ପଞ୍ଜାବ କିଙ୍ଗ୍ସ ପକ୍ଷରୁ ଖେଳୁଥିବା ହୁଡ୍ଡା ରାଜସ୍ଥାନ ରୟାଲ୍ସ ବିପକ୍ଷରେ 28 ବଲ୍‌ରୁ ଅବିଶ୍ବସନୀୟ ଭାବେ 64 ରନର ଇଂନିସ ଖେଳିଛନ୍ତି । ଏଥିରେ 6ଟି ଛକା 4ଟି ଚୌକା ସାମିଲ ରହିଛି । ଫଳରେ ପଞ୍ଜାବ କିଙ୍ଗ୍ସ 20 ଓଭରରେ 221ରନ୍‌ର ବିଶାଳ ସ୍କୋର କରିଛି ।

କାରବିୟନ ପାୱରହିଟର ନିକୋଲାସ ପୁରୋନଙ୍କ ପୂର୍ବରୁ 4 ନଂ ସ୍ଥାନରେ ବ୍ୟାଟିଂ ପାଇଁ ପଞ୍ଜାବ ଟିମ ମ୍ୟାନେଜମେଣ୍ଟ ହୁଡ୍ଡାଙ୍କୁ ସୁଯୋଗ ଦେଇଥିଲା । ପରେ ହୁଡ୍ଡା ଏହି ନିଷ୍ପତ୍ତିକୁ ସଠିକ ପ୍ରମାଣିତ କରିଥିଲେ ଓ ପ୍ରାୟ ସମସ୍ତ ରାଜସ୍ଥାନ ବୋଲରଙ୍କୁ ନିର୍ଧୁମ ପ୍ରହାର କରିଥିଲେ ।

ହୁଡ୍ଡାଙ୍କ ଏହି ପ୍ରଦର୍ଶନରେ ପୂର୍ବତନ ବରୋଦା ସାଥୀ ଖେଳାଳି ତଥା ଭାରତୀୟ ଦ୍ରୁତ ବୋଲର ଟ୍ବିଟ କରି ସାଧୁବାଦ ଜଣାଇନ୍ତି ଓ କିପରି କଠିନ ପରିସ୍ଥିତିରେ ଆତ୍ମବିଶ୍ବାସ ହରାଇବା ଉଚିତ ନୁହେଁ ହୁଡ୍ଡାଙ୍କ ଠାରୁ ଶିକ୍ଷା କରିବା ଆବଶ୍ୟକ ବୋଲି କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.