ETV Bharat / sports

କୋହଲିଙ୍କ ଜନ୍ମ ପୂର୍ବରୁ ମ୍ୟାଚ ଜିତୁଛି ଭାରତ: ଗାଭାସ୍କର - ପିଙ୍କ ବଲ ଟେଷ୍ଟ

ଗାଙ୍ଗୁଲିଙ୍କ ପ୍ରଶଂସା କଲେ ବିରାଟ କୋହଲି, ଅସନ୍ତୋଷ ପ୍ରକାଶ କଲେ ସୁନୀଲ ଗାଭାସ୍କର । ଅଧିକ ପଢ଼ନ୍ତୁ...

କୋହଲିଙ୍କ ଜନ୍ମ ପୂର୍ବରୁ ମ୍ୟାଚ ଜିତୁଛି ଭାରତ: ଗାଭାସ୍କର
author img

By

Published : Nov 25, 2019, 8:57 AM IST

ହ୍ରାଇଦ୍ରାବାଦ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ବ୍ୟାଟ୍ସମ୍ୟାନ ସୁନୀଲ ଗାଭାସ୍କର ବିରାଟ କୋହଲିଙ୍କ ବୟାନକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। କାରଣ କୋହଲି ପିଙ୍କ ବଲ ଟେଷ୍ଟ ପରେ କହିଥିଲେ ଯେ ଭାରତ ସୌରଭ ଗାଙ୍ଗୁଲିଙ୍କ ସମୟରେ ଟେଷ୍ଟ କ୍ରିକେଟରେ କଠିନ ଚ୍ୟାଲେଞ୍ଜ ସବୁକୁ ସାମ୍ନା କରିବା ଆରମ୍ଭ କରିଥିଲା । ଏହା ଉପରେ ନିଜର ପ୍ରତିକ୍ରିୟା ରଖି ଗାଭାସ୍କର କହିଛନ୍ତି ଯେ, ଯେତେବେଳେ ବର୍ତ୍ତମାନର ଅଧିନାୟକ (କୋହଲି) ଜନ୍ମ ହୋଇ ନଥିଲେ ସେତେବେଳେ ମଧ୍ୟ ଭାରତ ମ୍ୟାଚ ଜିତୁଥିଲା।

କୋଲକାତାରେ ଭାରତ-ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ଦିବା-ରାତ୍ର ଟେଷ୍ଟ ପରେ ଗାଭାସ୍କର ଏହାର ଖୁବ ପ୍ରସଂଶା କରିଥିଲେ ଓ କହିଥିଲେ ଏହି ମ୍ୟାଚ ଖୁବ ଚମତ୍କାର ଥିଲା ।

ଗାଭାସ୍କାର କହିଥିଲେ, ‘କୋହଲି କହୁଛନ୍ତି ଯେ ଭାରତୀୟ ଟିମ ଟେଷ୍ଟରେ ଭଲ ଖେଳିବା 2000 ମସିହାରୁ ଆରମ୍ଭ କଲା, ଯେତେବେଳେ ଗାଙ୍ଗୁଲି ଟିମର ନେତୃତ୍ବ ନେଉଥିଲେ । ମୁଁ ଜାଣେ ଯେ ଯେହେତୁ ବର୍ତ୍ତମାନ ଗାଙ୍ଗୁଲି ବିସିସିଆଇର ଅଧ୍ୟକ୍ଷ ଅଛନ୍ତି, ହୋଇପାରେ ସେହି କାରଣରୁ କୋହଲି ତାଙ୍କର ପ୍ରସଂଶା କରୁଛନ୍ତି । ହେଲେ ଭାରତ 70 ଓ 80 ଦଶକରେ ମଧ୍ୟ ଅନେକ ମ୍ୟାଚ ଜିତିଛି । ସେତେବେଳେ କୋହଲି ଜନ୍ମ ମଧ୍ୟ ହୋଇ ନଥିଲେ ।’

କଣ ଥିଲା ବିରାଟଙ୍କ ବୟାନ

ଦ୍ବିତୀୟ ଟେଷ୍ଟ ମ୍ୟାଚରେ ବାଂଲାଦେଶ ବିପକ୍ଷରେ ବଡ଼ ବିଜୟ ପରେ କୋହଲି କହିଥିଲେ, ‘ଭାରତ ଚ୍ୟାଲେଞ୍ଜର ସାମ୍ନା କରିବା ଶିଖି ନେଇଛି, ଆଉ ଏହା ଦାଦା(ସୌରଭ ଗାଙ୍ଗୁଲି)ଙ୍କ ଟିମରୁ ଆରମ୍ଭ ହୋଇଥିଲା । ’ ମ୍ୟାଚ ସହ ସିରିଜ ଜିତିବା ପରେ କୋହଲି କହିଛନ୍ତି ଯେ, ଆମେ ଏବେ ଦୃଢ଼ ହୋଇ ଛିଡା ହେବା ଶିଖି ଯାଇଛୁ । ଯାହାର ଆରମ୍ଭ ଦାଦାଙ୍କ ସମୟରେ ହୋଇଥିଲା, ଯାହାକୁ ଆମେ ଆଗକୁ ବଢ଼ାଉଛୁ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.