ETV Bharat / sports

ବିପର୍ଯ୍ୟୟ: ଅଢେଇ ଦିନରେ ଅଷ୍ଟ୍ରେଲିଆର 'ଆଡିଲେଡ', ଭାରତର ଲଜ୍ଜାଜନକ ପରାଜୟ

author img

By

Published : Dec 19, 2020, 4:52 PM IST

Updated : Dec 19, 2020, 6:55 PM IST

ଆଡିଲେଡ ଟେଷ୍ଟର ଦ୍ବିତୀୟ ଇଂନିସରେ ଦୁଇଅଙ୍କ ସ୍କୋର ଛୁଇଁ ପାରିଲେନି କୌଣସି ଭାରତୀୟ ବ୍ୟାଟ୍ସମ୍ୟାନ । ଅଧିକ ପଢନ୍ତୁ...

'Summer of 36': India record lowest score, Australia win in two and half days
ବିପର୍ଯ୍ୟୟ: ଅଢେଇ ଦିନରେ ଅଷ୍ଟ୍ରେଲିଆର 'ଆଡିଲେଡ', ଭାରତର ଲଜ୍ଜାଜନର ପରାଜୟ

ଆଡିଲେଡ: ଭାରତୀୟ ସମୟ ଅନୁସାରେ ଶନିବାର ସକାଳ ଭାରତୀୟ କ୍ରିକେଟ ପ୍ରେମୀଙ୍କ ପରି ଦୁଃସ୍ବପ୍ନ ପରି ହୋଇଛି । ଶନିବାର ବିରାଟ କୋହଲିଙ୍କ ନେତୃତ୍ବରେ ଭାରତୀୟ ଟିମ ଆଡିଲେଡରେ ଖେଳାଯାଇଥିବା ଦିବାରାତ୍ର ଟେଷ୍ଟରେ ଅଲୋଡା ରେକର୍ଡର ଅଧିକାରୀ ହେବାସହ ଲଜ୍ଜାଜନକ ପରାଜୟ ଭୋଗିଛି । ଘାତକ ବୋଲିଂ ସହ ଅଷ୍ଟ୍ରେଲୀୟ ବୋଲର ଭାରତର ଦ୍ବିତୀୟ ଇଂନିସକୁ ମାତ୍ର 21.2 ଓଭରରେ ଶେଷ କରିଦେଇଥିଲେ । ମାତ୍ର 36 ରନରେ 9 ୱିକେଟ ହରାଇଥିଲା ଭାରତ । ଶେଷ ୱିକେଟ ଭାବେ ବ୍ୟାଟିଂ କରିଥିବା ମହମ୍ମଦ ସାମିଙ୍କ ହାତରେ ପାଟ କମିନ୍ସଙ୍କ ବଲ ଲାଗିବାରୁ ସେ ରିଟାର୍ଡ ହର୍ଟ ଭାବେ ଫେରିଥିଲେ ।

ବିଶ୍ବ କ୍ରିକେଟରେ ଦୁଇ ମାରାତ୍ମକ ଦ୍ରୁତ ବୋଲର ଜସ ହେଜେଲଉଡ ଓ ପାଟ କମିନ୍ସ ପୁନର୍ବାର ଶ୍ରେଷ୍ଠ ପ୍ରମାଣିତ ହୋଇଥିଲେ । ହେଜେଲଉଡ(5-3-8-5) 5ଟି ଓ କମିନ୍ସ(10.2-4-21-4) 4ଟି ୱିକେଟ ହାସଲ କରି ଭାରତର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ । କୌଣସି ଭାରତୀୟ ବ୍ୟାଟ୍ସମ୍ୟାନ ଦୁଇଅଙ୍କ ସ୍କୋର ଛୁଇଁ ପାରିନଥିଲେ । କ୍ୟାପଟେନ ବିରାଟ କୋହଲିଙ୍କ ସମେତ ଭାରତୀୟ ଖେଳାଳିଙ୍କ ସ୍କୋର (4, 9, 2, 0, 4, 0, 8, 4, 0, 4, 1) ରହିଥିଲା ।

ଏକଦା ଭାରତୀୟ ଦଳ 26 ରନରେ 8 ୱିକେଟ ହରାଇଥିଲା । ତେବେ ହନୁମା ବିହାରୀଙ୍କ ଚୌକା ଭାରତକୁ ଟେଷ୍ଟ କ୍ରିକେଟ ଇତିହାସରେ ସର୍ବନିମ୍ନ ରନର ଅଲୋଡା କଳା ରେକର୍ଡ ଅର୍ଜନରୁ ବଞ୍ଚାଇଦେଇଥିଲା । ଇଂଲଣ୍ଡ ବିପକ୍ଷରେ ନ୍ୟୁଜିଲାଣ୍ଡର 26 ରନ କ୍ରିକେଟର ଲମ୍ବା ଫର୍ମାଟର ଇତିହାସରେ ସବୁଠୁ କମ ରନର ରେକର୍ଡ । ଏହା ପୂର୍ବରୁ ଟେଷ୍ଟ କ୍ରିକେଟରେ ଭାରତର ସର୍ବନିମ୍ନ ସ୍କୋର 42 ରହିଥିଲା । ବର୍ଷ 1974ରେ ଇଂଲଣ୍ଡ ବିପକ୍ଷରେ ଲର୍ଡ୍ସ ଟେଷ୍ଟରେ ଏହି ସ୍କୋର କରିଥିଲା ।

ଆଡିଲେଡରେ ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିବା ପରେ ପ୍ରଥମ ଇଂନିସରେ 244 ରନ ସଂଗ୍ରହ କରିଥିଲା । ପରେ ଅଷ୍ଟ୍ରେଲିଆକୁ 191 ରନରେ ଅଲଆଉଟ କରିବା ସହ ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ମ୍ୟାଚ ନିଜ ନିୟନ୍ତ୍ରଣରେ ରଖିଥିଲା ଭାରତ । ମାତ୍ର ତୃତୀୟ ଦିନର ଖେଳ ଆରମ୍ଭ ହେବାର କିଛି ସମୟ ମଧ୍ୟରେ ତାସ୍ ର ଘର ପରି ଭାରତର ବିଜୟ ସ୍ବପ୍ନ ପରାଜୟରେ ବଦଳିଯାଇଥିଲା । ବିରାଟ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିବା ସହ ଭାରତୀୟ ବ୍ୟାଟ୍ସମ୍ୟାନ ଜଣଙ୍କ ପରେ ଜଣେ ପାଭିଲିୟନ ଫେରିଥିଲେ ।

ଘରୋଇ ଦଳ ସାମ୍ନାରେ ମାତ୍ର 90 ରନର ସାଧାରଣ ଲକ୍ଷ୍ୟ ରହିଥିଲା । ଏହାକୁ 8 ୱିକେଟ ବାକିଥାଇ ହାସଲ କରିନେଇଥିଲା ଟିମ ପେଇନଙ୍କ ଦଳ । ଏଥିସହ 4 ମ୍ୟାଚ ବିଶିଷ୍ଟ ବର୍ଡର ଗାଭାସ୍କର ଟ୍ରଫି ସିରିଜରେ 1-0ର ଅଜୟ ଅଗ୍ରଣୀ ଓ ବିଶ୍ବ ଟେଷ୍ଟ ଚମ୍ପିଆନସିପର 30 ଗୁରୁତ୍ବପୂର୍ଣ୍ଣ ପଏଣ୍ଟ ହାସଲ କରିଛି । ଅଷ୍ଟ୍ରେଲୀୟ କ୍ୟାପଟେନ ଟିମ ପେଇନ 73 ରନର ଗୁରୁତ୍ବପୂର୍ଣ୍ଣ ଇଂନିସ ପାଇଁ ପ୍ଲେଆର ଅଫ୍ ଦ ମ୍ୟାଚ୍ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 19, 2020, 6:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.