କୋଲକାତା: କ୍ରିକେଟର ମହମ୍ମଦ ସାମିଙ୍କ ସମସ୍ୟା ଥମିବାର ନାଁ ଧରୁନାହିଁ । ତାଙ୍କ ପତ୍ନୀ ହସୀନା ଜାହାନଙ୍କ ଦ୍ବାରା କରାଯାଇଥିବା ଅଭିଯୋଗ ଆଧାରରେ କଲିକତା ପୋଲିସ୍ ସାମିଙ୍କ ନାଁରେ ଚାର୍ଜସିଟି ଦାଖଲ କରିଛି ।ଆଇପିସି ଧାରା 498କ (ଯୌତୁକ ନିର୍ଯାତନା) ଓ ଧାରା 354( ଯୌନ ନିର୍ଯାତନା) ଆଧାରରେ ସାମିଙ୍କ ନାଁରେ ମାମଲା ରୁଜୁ କରାଯାଇଛି ।
ଗତବର୍ଷ ସାମିଙ୍କ ପତ୍ନୀ ତାଙ୍କ ନାଁରେ ଯୌତୁକ ନିର୍ଯାତନା, ଯୌନ ନିର୍ଯାତନା ଓ ମ୍ୟାଚ୍ ଫିକ୍ସିଂ ଭଳି ଗମ୍ଭୀର ଅଭିଯୋଗ ଆଣିଥିଲେ । ଏହାପରେ ବିସିସିଆଇର ଯାଞ୍ଚ ପରେ ସାମିଙ୍କୁ ମ୍ୟାଚ୍ ଫିକ୍ସିଂ ମାମଲାରେ କ୍ଲିନଚିଟ ମିଳିଥିଲା । ଗତ ବୁଧବାର ଦିନ ଅଷ୍ଟ୍ରେଲିଆ ବିପକ୍ଷରେ ଚାଲିଥିବା ଏକ ଦିବସୀୟ ସିରିଜରେ ସାମି ସାମିଲ ଥିଲେ ।
ଏଯାଏଁ ସାମି 40 ଟେଷ୍ଟ ମ୍ୟାଚରେ 144 ଓ 63 ଏକଦିବସୀୟ ମ୍ୟାଚରେ 113 ୱିକେଟ ନିଜ ନାଁରେ କରିଛନ୍ତି ।