ETV Bharat / sports

ଶେଷହେଲା ବାସନ୍ଦାଦେଶ, ସ୍ମିଥ ପୁଣି ହୋଇପାରିବେ ଅଷ୍ଟ୍ରେଲିଆ କ୍ୟାପଟେନ

author img

By

Published : Mar 29, 2020, 11:21 PM IST

ଶେଷ ହୋଇଛି ଭେଟେରାନ ଅଷ୍ଟ୍ରେଲିଆ କ୍ରିକେଟର ଷ୍ଟିଭ ସ୍ମିଥଙ୍କ 2ବର୍ଷର ଅଧିନାୟକତ୍ବ ବାସନ୍ଦାଦେଶ । ଫଳରେ ପୁଣି ଅଷ୍ଟ୍ରେଲିଆ ଦଳର ନେତୃତ୍ବ ନେଇପାରନ୍ତି ସ୍ମିଥ । ଅଧିକ ପଢନ୍ତୁ...

Steve Smith eligible to captain Australia
/ଶେଷହେଲା ସ୍ମିଥଙ୍କ 2ବର୍ଷର ଅଧିନାୟକତ୍ବ ବାସନ୍ଦାଦେଶ

ସିଡନି: ଶେଷ ହୋଇଛି ଅଷ୍ଟ୍ରେଲିଆ କ୍ରିକେଟର ଷ୍ଟିଭ ସ୍ମିଥଙ୍କ ବାସନ୍ଦାଦେଶ । ପୂର୍ବରୁ 12 ମାସ କ୍ରିକେଟରୁ ବାସନ୍ଦାଦେଶ ସମୟ ଶେଷ କରି ଦଳକୁ ଫେରିଥିଲେ ସ୍ମିଥ । ରବିବାର 2ବର୍ଷର ଅଧିନାୟକତ୍ବ ବାସନ୍ଦାଦେଶ ମଧ୍ୟ ଶେଷ ହୋଇଛି । ଫଳରେ ପୁଣି ଅଷ୍ଟ୍ରେଲିଆ ଦଳର ନେତୃତ୍ବ ନେଇପାରନ୍ତି ଏହି ଭେଟେରାନ କ୍ରିକେଟର ।

Steve Smith eligible to captain Australia
ଷ୍ଟିଭ ସ୍ମିଥ

ଦକ୍ଷିଣ ଆଫ୍ରିକାରେ ବର୍ଷ 2018ରେ ଏକ ବଲ ଟାମ୍ପରିଂ ଅଭିଯୋଗରେ ସ୍ମିଥଙ୍କୁ କ୍ୟାପଟେନ ପଦ ହରାଇବାକୁ ପଡିଥିଲା । ଏଥିସହିତ କ୍ରିକେଟରୁ 12ମାସ ଓ ଅଧିନାୟକତ୍ବରୁ 2ବର୍ଷ ପର୍ଯ୍ୟନ୍ତ ବାସନ୍ଦାଦେଶ ଭୋଗିଥିଲେ ଷ୍ଟିଭ ସ୍ମିଥ ।

2018 ଦକ୍ଷିଣ ଆଫ୍ରିକା ବିପକ୍ଷ କେପ ଟାଉନ ଟେଷ୍ଚରେ ଏହି ବହୁ ଚର୍ଚ୍ଚିତ ବଲ ଟାମ୍ପରିଂ ଘଟଣା ଘଟିଥିଲା । ତତ୍କାଳିନ ଅଷ୍ଟ୍ରେଲିଆ ଟିମର ଭାଇସ କ୍ୟାପଟେନ ଡେଭିଡ ୱାର୍ଣ୍ଣର, ସାଥି ଖେଳାଳି କେମରନ ବେନକ୍ରାପ୍ଟଙ୍କ ସହ ମିଶି ବଲକୁ ବାଲିକାଗଜରେ ଘଷି ବଲକୁ ନଷ୍ଟ କରୁଥିବାର ଦେଖିବାକୁ ମିଳିଥିଲା । ଏହି ଘଟଣାରେ ବନକ୍ରାପ୍ଟ 9 ମାସ ଓ ସ୍ମିଥ- ୱାର୍ଣ୍ଣରଙ୍କୁ 12 ମାସ ପର୍ଯ୍ୟନ୍ତ ସମସ୍ତ ପ୍ରକାର କ୍ରିକେଟରୁ ବାସନ୍ଦ କରାଯାଇଥିଲା । ଅଷ୍ଟ୍ରେଲିଆର ତତ୍କାଳୀନ କୋଚ ଡାରେନ ଲେହମାନ, କ୍ରିକେଟ ଅଷ୍ଟ୍ରେଲିଆର ମୁଖ୍ୟ କାର୍ଯ୍ୟନିବାହୀ ଜେମ୍ସ ସୁଦରଲାଣ୍ଡ ଏହି କଳଙ୍କିତ ଘଟଣାରେ ନିଜ ପଦରୁ ଇସ୍ତଫା ଦେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.