ETV Bharat / sports

ସମ୍ମାନିତ ହେବେ କୁଳଶେକରା, ଶ୍ରୀଲଙ୍କା କ୍ରିକେଟର ନିଆରା ପରମ୍ପରା

ଅବସର ନେଇଥିବା ଖେଳାଳିଙ୍କୁ ସମ୍ମାନିତ କରିବ ଶ୍ରୀଲଙ୍କା କ୍ରିକେଟ । ନିକଟରେ ଅନ୍ତଃଜାର୍ତୀୟ କ୍ରିକେଟରୁ ଅବସର ନେଇଥିବା ଷ୍ଟାର ପେସ ବୋଲର ନୁଆନ କୁଳଶେକରାଙ୍କୁ ବାଂଲାଦେଶ ବିପକ୍ଷ 3ୟ ଦିନିକିଆ ମ୍ୟାଚକୁ ସମର୍ପିତ କରିବ ଦଳ ।

author img

By

Published : Jul 30, 2019, 12:43 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ହାଇଦ୍ରାବାଦ: ଅବସର ନେଇଥିବା ଖେଳାଳିଙ୍କୁ ସମ୍ମାନିତ କରିବ ଶ୍ରୀଲଙ୍କା କ୍ରିକେଟ । ଷ୍ଟାର ପେସ ବୋଲର ନୁଆନ କୁଳଶେକରା ନିକଟରେ ଅନ୍ତଃଜାର୍ତୀୟ କ୍ରିକେଟରୁ ଅବସର ନେଇଛନ୍ତି । ତାଙ୍କୁ ସମ୍ମାନ ଜଣାଇ ବାଂଲାଦେଶ ବିପକ୍ଷ 3ୟ ମ୍ୟାଚ ତାଙ୍କୁ ସମର୍ପିତ କରିବ ଦଳ । ଏନେଇ ଶ୍ରୀଲଙ୍କା କ୍ରିକେଟ ବୋର୍ଡର ସଭାପତି ସାମି ସିଲଭା ସୂଚନା ଦେଇଛନ୍ତି ।

ସିଲଭା କହିଛନ୍ତି ପ୍ରେମଦାସ ଷ୍ଟାଡିୟମ କଲୋମ୍ବୋରେ କୁଳଶେକରା ଅତିଥି ଭାବେ ଉପସ୍ଥିତ ରହିବେ । ମ୍ୟାଚ ପରେ ତାଙ୍କୁ ସମ୍ବର୍ଦ୍ଧନା ଦିଆଯିବ। କୁଳଶେକରାଙ୍କର ଶ୍ରୀଲଙ୍କା କ୍ରିକେଟ ପାଇଁ ଅନେକ ଯୋଗଦାନ ରହିଛି । ମୋଟ 184ଟି ଦିନିକିଆ ଖେଳିଛନ୍ତି ଏହି ବୋଲର । 2011 ବିଶ୍ବକପରେ ଶ୍ରୀଲଙ୍କା ପାଇଁ କୁଳଶେକରା ଦମଦାର ପ୍ରଦର୍ଶନ କରିଥିଲେ। ଫାଇନାଲ ମ୍ୟାଚରେ ଭାରତ ବିପକ୍ଷରେ ସେ ଶାଣିତ ବୋଲିଂ କରିଥିଲେ ।

କୁଳଶେକରା 2009ରେ 6 ମାସରୁ ଅଧକ ସମୟ ଆଇସିସି ଦିନିକିଆ ବୋଲିଂ ମାନ୍ୟତାର ଶାର୍ଷରେ ରହିଛନ୍ତି । ତେବେ ସେ 2017ରେ ଜିମ୍ବାୱେ ବିପକ୍ଷରେ ଶେଷ ଦିନିକିଆ ମ୍ୟାଚ ଖେଳିଥିଲେ । ତେବେ ଏହି ଅଭିଜ୍ଞ କ୍ରିକେଟରଙ୍କୁ ଅବସର ପରେ ସମ୍ମାନ ଜଣାଇ, ଶ୍ରୀଲଙ୍କା କ୍ରିକେଟ ବୋର୍ଡ ଏକ ନିଆରା ଉଦାହରଣ ସୃଷ୍ଟି କରିଛି ବୋଲି ଚର୍ଚ୍ଚା ହେଉଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.