କଲମ୍ବୋ: ଜୁଲାଇରୁ ଶ୍ରୀଲଙ୍କାରେ ଆରମ୍ଭ ହୋଇପାରେ କ୍ରିକେଟ । ଏନେଇ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ପ୍ରୟାସ କରୁଥିବା ସୂଚନା ମିଳିଛି । ତେବେ ଭାରତ ଓ ବାଂଲାଦେଶ ବିପକ୍ଷରେ ମ୍ୟାଚ ଆୟୋଜନ ପାଇଁ ବୋର୍ଡ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି । ଏହି ପ୍ରସ୍ତାବ ନେଇ ଉଭୟ ବିସିସିଆଇ ଓ ବାଂଲାଦେଶ କ୍ରିକେଟ ବୋର୍ଡର ସହମତିକୁ ଅପେକ୍ଷା କରାଯାଇଥିବା କହିଛନ୍ତି ଶ୍ରୀଲଙ୍କା କ୍ରିକେଟ ବୋର୍ଡର ସିଇଓ ଆସଲେ ଡି ସିଲଭା ।
ମହାମାରୀ କୋରୋନା ଭାଇରସର ପ୍ରଭାବ କମ ବିଶ୍ବରେ ହୋଇନାହିଁ । ମାତ୍ର ଫୁଟବଲ ସହ କିଛି କ୍ରୀଡା ଇଭେଣ୍ଟ ଆରମ୍ଭ ହୋଇଛି । କ୍ରିକେଟ ବୋର୍ଡ ମଧ୍ୟ କ୍ରିକେଟ ଆରମ୍ଭ ନେଇ ଯୋଜନା କରିଛନ୍ତି ।
ଇଂଲଣ୍ଡ ଓ ପାକିସ୍ତାନ କ୍ରିକେଟ ବୋର୍ଡ ମଧ୍ୟ ଟେଷ୍ଟ ସିରିଜ ଆରମ୍ଭ ନେଇ ପ୍ରୟାସ ଚଳାଇଛନ୍ତି । ଇଂଲଣ୍ଡ କ୍ରିକେଟ ବୋର୍ଡ ପକ୍ଷରୁ ୟୁକେ ସରକାରଙ୍କ ଅନୁମତିକୁ ଅପେକ୍ଷା କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ