କଲମ୍ବୋ: ଶ୍ରୀଲଙ୍କା କ୍ରିକେଟ ବୋର୍ଡ(SLC) ଶୁକ୍ରବାର ପୂର୍ବତନ ଦ୍ରୁତ ବୋଲର ଚାମିନ୍ଦା ଭାସଙ୍କୁ ନିଆ ନିଯୁକ୍ତି ଦେଇଛି । ଆଗାମୀ ୱେଷ୍ଟଇଣ୍ଡିଜ ଗସ୍ତ ପାଇଁ ଜାତୀୟ ଦଳର ଦ୍ରୁତ ବୋଲିଂ କୋଚ ଭାବେ ନିଯୁକ୍ତ କରିଛି ବୋର୍ଡ ।
ପୂର୍ବରୁ ଜାତୀୟ ଦଳର ଦ୍ରୁତ ବୋଲିଂ କୋଚ ଥିବା ଡେଭିଡ ସେକର ପଦରୁ ଇସ୍ତଫା ଦେବା ପରେ ତାଙ୍କ ସ୍ଥାନରେ ଭାସଙ୍କୁ ଚୟନ କରାଯାଇଥିବା ବୋର୍ଡ ପକ୍ଷରୁ କୁହାଯାଇଛି ।
ଶ୍ରୀଲଙ୍କା କ୍ରିକେଟ ବୋର୍ଡର ଉଚ୍ଚ ପ୍ରଦର୍ଶନ କେନ୍ଦ୍ରରେ ଦ୍ରୁତ ବୋଲିଂ କୋଚ ଭାବେ କାର୍ଯ୍ୟରତ ଥିଲେ ଭାସ । ନିଜ ସଫଳତମ କ୍ରିକେଟ କ୍ୟାରିୟରରେ ଶ୍ରୀଲଙ୍କା ପାଇଁ ଭାସ 115 ଟେଷ୍ଟରୁ ନେଇଛନ୍ତି 355 ୱିକେଟ । ସେହିପରି 322 ଦିନିକିଆରୁ ଅକ୍ତିଆର କରିଛନ୍ତି 400 ୱିକେଟ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ