ETV Bharat / sports

ଆଇପିଏଲ 2020: ମୁମ୍ବାଇକୁ 149/8ରେ ରୋକିଲା ହାଇଦ୍ରାବାଦ

author img

By

Published : Nov 3, 2020, 9:42 PM IST

ନିର୍ଧାରିତ 20 ଓଭରରେ ମୁମ୍ବାଇ ଇଣ୍ଡିଆନ୍ସ 8 ୱିକେଟ ହରାଇ149 ରନ ସଂଗ୍ରହ କରିଛି । ଫଳରେ ସନରାଇଜର୍ସ ହାଇଦ୍ରାବାଦ ସାମ୍ନାରେ 150 ରନର ବିଜୟ ଲକ୍ଷ୍ୟ ରହିଛି । ଅଧିକ ପଢନ୍ତୁ...

SRH vs MI: Hyderabad restrict Mumbai to 149/8
ଆଇପିଏଲ 2020: ମୁମ୍ବାଇକୁ 149/8ରେ ରୋକିଲା ହାଇଦ୍ରାବାଦ

ଶାହଜାହ: ଚଳିତ ଆଇପିଏଲ ସଂସ୍କରଣର ଶେଷ ଲିଗ ପର୍ଯ୍ୟାୟ ମ୍ୟାଚ(56ତମ) ସନରାଇଜର୍ସ ହାଇଦ୍ରାବାଦ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଉଛି । ଟସ ଜିତି ହାଇଦ୍ରାବାଦ କ୍ୟାପଟେନ ଡେଭିଡ ୱାର୍ଣ୍ଣର ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ସହ ମୁମ୍ବାଇକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲେ ।

ପରେ ନିର୍ଧାରିତ 20 ଓଭରରେ ମୁମ୍ବାଇ ଇଣ୍ଡିଆନ୍ସ 8 ୱିକେଟ ହରାଇ149 ରନ ସଂଗ୍ରହ କରିଛି । ଫଳରେ ସନରାଇଜର୍ସ ହାଇଦ୍ରାବାଦ ସାମ୍ନାରେ 150 ରନର ବିଜୟ ଲକ୍ଷ୍ୟ ରହିଛି । ଆହତ କାରଣରୁ କିଛି ମ୍ୟାଚ ଖେଳିବାକୁ ବଞ୍ଚିତ ହେବାପରେ ଟିମକୁ ଫେରିଛନ୍ତି କ୍ୟାପଟେନ ରୋହିତ ଶର୍ମା । ତେବେ ମାତ୍ର 4 ରନ କରି ପାଭିଲିୟନ ଫେରିଥିଲେ ରୋହିତ । ଅନ୍ୟତମ ଓପନର କ୍ବିଣ୍ଟନ ଡିକକ୍ 13 ବଲରୁ 2 ଚୌକା ଓ 2 ଛକା ସହାୟତାରେ ଦ୍ରୁତ 25 ରନର ଇଂନିସ ଖେଳିଛନ୍ତି । ଇଶାନ କିଶନ 30 ବଲରୁ 33 ରନର ଇଂନିସ ଖେଳିଛନ୍ତି । କିରଣ ପୋଲାର୍ଡ 24 ବଲରୁ 2 ଚୌକା ଓ 4 ଛକା ସହାୟତାରେ ସର୍ବାଧିକ 41 ରନର ଇଂନିସ ଖେଳିଛନ୍ତି ।

Quinny's entertainment was cut-short but not before he smashed back-to-back sixes in Sharjah 👌

Live Updates: https://t.co/9qNU43PP16
Ball-by-ball: https://t.co/vogYOjQ5uD#OneFamily #MumbaiIndians #MI #Dream11IPL #SRHvMI @QuinnyDeKock69 pic.twitter.com/PuTZFH4JP7

— Mumbai Indians (@mipaltan) November 3, 2020 " class="align-text-top noRightClick twitterSection" data=" ">

ପ୍ଲେ-ଅଫରେ ପହଞ୍ଚିବାକୁ ନିଶ୍ଚିନ୍ତ ବିଜୟ ଆବଶ୍ୟକ କରୁଥିବା ହାଇଦ୍ରାବାଦ ବୋଲର କର ବା ମର ମ୍ୟାଚରେ ଦମଦାର ପ୍ରଦର୍ଶନ କରିଛନ୍ତି । ଫଳରେ ମୁମ୍ବାଇର ଶକ୍ତିଶାଳୀ ବ୍ୟାଟିଂ ଲାଇନଅପକୁ ଧ୍ବସ୍ତ କରିବା ସହ 150 ରନର ମଧ୍ୟରେ ରୋକିବାକୁ ସମର୍ଥ ହୋଇଛନ୍ତି ।

ଅରେଞ୍ଜ ଆର୍ମୀ ପକ୍ଷରୁ ସନ୍ଦୀପ ଶର୍ମା ସର୍ବାଧିକ 3ଟି ୱିକେଟ ଅକ୍ତିଆର କରିଛନ୍ତି । ଜେସନ ହୋଲ୍ଡର ଓ ସାହାବାଜ ନଦୀମଙ୍କୁ ଦୁଇଟି ଲେଖାଏଁ ସଫଳତା ମିଳିଛି । ଷ୍ଟାର ସ୍ପିନର ରସିଦ ଖାନଙ୍କୁ ଗୋଟିଏ ୱିକେଟ ମିଳିଛି । ସ୍ପିନର ସାହାବଜ ନଦୀମ ଘାତକ ବୋଲିଂ ସହ 4 ଓଭରରେ ମାତ୍ର 19 ରନ ବ୍ୟୟରେ 2 ଟି ୱିକେଟ ହାତେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ଶାହଜାହ: ଚଳିତ ଆଇପିଏଲ ସଂସ୍କରଣର ଶେଷ ଲିଗ ପର୍ଯ୍ୟାୟ ମ୍ୟାଚ(56ତମ) ସନରାଇଜର୍ସ ହାଇଦ୍ରାବାଦ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଉଛି । ଟସ ଜିତି ହାଇଦ୍ରାବାଦ କ୍ୟାପଟେନ ଡେଭିଡ ୱାର୍ଣ୍ଣର ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ସହ ମୁମ୍ବାଇକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲେ ।

ପରେ ନିର୍ଧାରିତ 20 ଓଭରରେ ମୁମ୍ବାଇ ଇଣ୍ଡିଆନ୍ସ 8 ୱିକେଟ ହରାଇ149 ରନ ସଂଗ୍ରହ କରିଛି । ଫଳରେ ସନରାଇଜର୍ସ ହାଇଦ୍ରାବାଦ ସାମ୍ନାରେ 150 ରନର ବିଜୟ ଲକ୍ଷ୍ୟ ରହିଛି । ଆହତ କାରଣରୁ କିଛି ମ୍ୟାଚ ଖେଳିବାକୁ ବଞ୍ଚିତ ହେବାପରେ ଟିମକୁ ଫେରିଛନ୍ତି କ୍ୟାପଟେନ ରୋହିତ ଶର୍ମା । ତେବେ ମାତ୍ର 4 ରନ କରି ପାଭିଲିୟନ ଫେରିଥିଲେ ରୋହିତ । ଅନ୍ୟତମ ଓପନର କ୍ବିଣ୍ଟନ ଡିକକ୍ 13 ବଲରୁ 2 ଚୌକା ଓ 2 ଛକା ସହାୟତାରେ ଦ୍ରୁତ 25 ରନର ଇଂନିସ ଖେଳିଛନ୍ତି । ଇଶାନ କିଶନ 30 ବଲରୁ 33 ରନର ଇଂନିସ ଖେଳିଛନ୍ତି । କିରଣ ପୋଲାର୍ଡ 24 ବଲରୁ 2 ଚୌକା ଓ 4 ଛକା ସହାୟତାରେ ସର୍ବାଧିକ 41 ରନର ଇଂନିସ ଖେଳିଛନ୍ତି ।

ପ୍ଲେ-ଅଫରେ ପହଞ୍ଚିବାକୁ ନିଶ୍ଚିନ୍ତ ବିଜୟ ଆବଶ୍ୟକ କରୁଥିବା ହାଇଦ୍ରାବାଦ ବୋଲର କର ବା ମର ମ୍ୟାଚରେ ଦମଦାର ପ୍ରଦର୍ଶନ କରିଛନ୍ତି । ଫଳରେ ମୁମ୍ବାଇର ଶକ୍ତିଶାଳୀ ବ୍ୟାଟିଂ ଲାଇନଅପକୁ ଧ୍ବସ୍ତ କରିବା ସହ 150 ରନର ମଧ୍ୟରେ ରୋକିବାକୁ ସମର୍ଥ ହୋଇଛନ୍ତି ।

ଅରେଞ୍ଜ ଆର୍ମୀ ପକ୍ଷରୁ ସନ୍ଦୀପ ଶର୍ମା ସର୍ବାଧିକ 3ଟି ୱିକେଟ ଅକ୍ତିଆର କରିଛନ୍ତି । ଜେସନ ହୋଲ୍ଡର ଓ ସାହାବାଜ ନଦୀମଙ୍କୁ ଦୁଇଟି ଲେଖାଏଁ ସଫଳତା ମିଳିଛି । ଷ୍ଟାର ସ୍ପିନର ରସିଦ ଖାନଙ୍କୁ ଗୋଟିଏ ୱିକେଟ ମିଳିଛି । ସ୍ପିନର ସାହାବଜ ନଦୀମ ଘାତକ ବୋଲିଂ ସହ 4 ଓଭରରେ ମାତ୍ର 19 ରନ ବ୍ୟୟରେ 2 ଟି ୱିକେଟ ହାତେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.