ETV Bharat / sports

କୋରୋନା ଭାଇରସ: ଦକ୍ଷିଣ ଆଫ୍ରିକାର ଶ୍ରୀଲଙ୍କା ଗସ୍ତ ବାତିଲ

author img

By

Published : Apr 21, 2020, 10:27 AM IST

କୋରୋନା ଭାଇରସ ସଂକ୍ରମଣ ଭୟ କାରଣରୁ ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମର ଶ୍ରୀଲଙ୍କା ଗସ୍ତ ସ୍ଥଗିତ ହୋଇଛି । ଏନେଇ କ୍ରିକେଟ ଦକ୍ଷିଣ ଆଫ୍ରିକା ପକ୍ଷରୁ ଘୋଷଣା କରାଯାଇଛି ।

South Africa tour to Sri lanka postponed due to coronavirus
କୋରୋନା ଭାଇରସ: ଦକ୍ଷିଣ ଆଫ୍ରିକାର ଶ୍ରୀଲଙ୍କା ଗସ୍ତ ବାତିଲ

ଜୋହାନ୍ସବର୍ଗ: କୋରୋନା ଭାଇରସ ସଂକ୍ରମଣ ଭୟ କାରଣରୁ ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମର ଶ୍ରୀଲଙ୍କା ଗସ୍ତ ସ୍ଥଗିତ ହୋଇଛି । ଏନେଇ କ୍ରିକେଟ ଦକ୍ଷିଣ ଆଫ୍ରିକା ପକ୍ଷରୁ ଘୋଷଣା କରାଯାଇଛି ।

କ୍ରିକେଟ ଦକ୍ଷିଣ ଆଫ୍ରିକା(CSA) ମୁଖ୍ୟ କାର୍ଯ୍ୟନିବାହୀ ଜାକସ ଫଲ ଶ୍ରୀଲଙ୍କା ଗସ୍ତ ସ୍ଥଗିତ ନେଇ ଦୁଃଖ ଜାହିର କରିଛନ୍ତି । ଏଥିସହିତ କ୍ରିକେଟ ଆରମ୍ଭ ହେଲେ ଖୁବ ଶ୍ରୀଘ୍ର ଏହି ଗସ୍ତସୂଚୀ ପୁନର୍ବାର ସ୍ଥିର କରାଯିବ କହିଛନ୍ତି । ତେବେ ଖେଳାଳିଙ୍କ ସୁରକ୍ଷା ଓ ସୁସ୍ଥତାକୁ ଦୃଷ୍ଟିରେ ରଖି ଏହି ନିଷ୍ପତି ନିଆଯାଇଥିବା ସେ କହିଛନ୍ତି ।

ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଟି-20 ବିଶ୍ବକପ ପାଇଁ ଏହି ଗସ୍ତ ଗୁରୁତ୍ବପୂର୍ଣ୍ଣ ରହିଥିଲା । ଏହି ସିରିଜରେ ନିଜ ଫର୍ମକୁ ଫେରି ପାଇବାକୁ ଅନେକ ଖେଳାଳି ଆଶାବାଦୀ ରହିଥିଲେ ବୋଲି କ୍ରିକେଟ ଦକ୍ଷିଣ ଆଫ୍ରିକା ମୁଖ୍ୟ କାର୍ଯ୍ୟନିବାହୀ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.