ETV Bharat / sports

ଦ୍ବିତୀୟ ଟି-20: ମୋହାଲିରେ ପ୍ରଥମେ ବୋଲିଂ କରିବ ଭାରତ

author img

By

Published : Sep 18, 2019, 6:53 PM IST

ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ସିରିଜର 2ୟ ଟି-20ରେ ଟସ ଜିତି ପ୍ରଥମେ ବୋଲିଂ କରିବ ଭାରତୀୟ ଦଳ ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ମୋହାଲି: ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ସିରିଜର 2ୟ ଟି-20ରେ ଟସ ଜିତି ପ୍ରଥମେ ବୋଲିଂ କରିବ ଭାରତୀୟ ଦଳ । ତେବେ ପ୍ରଥମ ଟି-20 ଧୋଇଗଲା ପରେ ଏବେ 2ୟ ଟି-20 ଉପରେ ଭାରତୀୟ ଦଳର ନଜର ।

ବିରାଟ ଆଣ୍ଡ ୟଙ୍ଗ-କୋ' ଅତିଥି ଅନଭିଜ୍ଞ ଦକ୍ଷିଣ ଆଫ୍ରିକା ଦଳ ବିପକ୍ଷରେ ପଡିଆକୁ ଓହ୍ଲାଇଛନ୍ତି ।

  • ଭାରତୀୟ ଏକାଦଶ: ବିରାଟ କୋହଲି(ଅଧିନାୟକ), ରୋହିତ ଶର୍ମା, ଶିଖର ଧୱନ, ଶ୍ରେୟସ ଆୟର, ଋଷବ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, କୃଣାଲ ପାଣ୍ଡ୍ୟା, ଦୀପକ ଚହର, ୱସିଂଟନ ସୁନ୍ଦର, ନବଦୀପ ସାଇନ ।
  • ଦକ୍ଷିଣ ଆଫ୍ରିକା ଏକାଦଶ: କ୍ବାଣ୍ଟିନ ଡି କକ୍‌(ଅଧିନାୟକ), ରିଜା ହ୍ୟାଣ୍ଡିରକ୍‌, ଟିମ୍ବା ଭୌମା, ରାଶି ଭାନଡେର ଡିସେନ, ଡେଭିଡ ମିଲର, ଅନ୍ଦିଲ ପେଲୁକାୱ, ଡାୱାନି ପେଟ୍ରିଅସ, ବ୍ରୋଞ୍ଜ ଫରତୁନ,
  • କାଶିଗୋ ରବଡା, ଆରିଞ୍ଚିଜ୍‌ ନୋର୍ଟେଜ‌, ତାବ୍ରିଜ୍‌ ଶାମି ।

Intro:Intro: ଖେଳରେ ବିଜୟୀ ଦଳକୁ ଟ୍ରଫି କିମ୍ବା ଅର୍ଥରାଶି ପୁରଷ୍କାର ମିଳିବା ଆମେ ସମସ୍ତେ ଜାଣିଛୁ । ହେଲେ ଟ୍ରଫି ବଦଳରେ ଖେଳରେ ଛେଳି କୁକୁଡା ପ୍ରଦାନ କରାଯାଇଥିବା ଏପରି ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାରେ ଶେଷ ହୋଇଥିବା ଏକ ଫୁଟବଲ୍ ଟୁର୍ଣାମେଣ୍ଟରେ ।

Body:ଭି.ଓ. ୧- ପଡିଆରେ ଚାଲିଛି ଫୁଟବଲ୍ ଟୁର୍ଣାମେଣ୍ଟର ଫାଇନାଲ ମ୍ୟାଚ୍ । ହେଲେ ଜିତିବା ଓ ହାରିବା ଦଳ ଲାଗି କିନ୍ତୁ ଆୟୋଜକ ମାନେ ରଖି ନାହାନ୍ତି କୌଣସି ଟ୍ରଫି । ତେବେ ଏଇଠି ଆପଣ ନିଶ୍ଚୟ ଭାବୁଥିବେ ଯେ ଏମାନେ କାହିକି ଟୁର୍ଣାମେଣ୍ଟ ଖେଳୁଛନ୍ତି । ଏହାର ଉତ୍ତର ଖୋଜିଲା ବେଳକୁ ଆମେ ଜାଣିବାକୁ ପାଇଥିଲୁ ଯେ ଏଠାରେ ବିଜୟୀ ଓ ପରାଜୟ ଦଳ ଲାଗି ରହିଛି ଦୁଇଟି ଛେଳି । ଫୁଟବଲ ଖେଳରେ ଜିତିଲେ ମିଳିବ ବଡ ଛେଳ ଓ ହାରିଲେ ମିଳିବ ଛୋଟ ଛେଳି । ଛେଳିକୁ ନେଇ ଚାଲିଥିବା ଏପରି ଏକ ନିଆରା ଫୁଟବଲ ଟୁର୍ଣାମେଣ୍ଟ ଦେଖିବାକୁ ମିଳିଛି ଆଦିବାସି ଅଧୁଷିତ ମାଲକାନଗିରି ଜିଲ୍ଲାରେ । ଆଦିବାସି ପରମ୍ପରା ଅନୁଯାଇ ଏହି ଫୁଟବଲ ଟୁର୍ଣାମେଣ୍ଟର ଆୟୋଜନ କରାଯାଇଥିବା କହିଛନ୍ତି ଦଣ୍ଡକାରଣ୍ୟ ଫୁଟବଲ ପଡିଆର ଆୟୋଜକ ।

ବାଇଟ ୧ - କଣ୍ଠେଶ୍ଵର ପଟଲା, ଆୟୋଜକ

ଭି.ଓ. ୨ - କ୍ରିକେଟ, ଫୁଟବଲ ଓ ଭୋଲିବଲ ଟୁର୍ଣ୍ଣାମେଣ୍ଟରେ ଖେଳ ସରିବା ପରେ ବିଜୟୀ ଦଳକୁ ଟ୍ରଫି ସହ ଅର୍ଥରାଶି କିମ୍ବା ସିଲ ପ୍ରଦାନ କରାଯାଉଥିବା ବେଳେ ମାଲକାନଗିରି ଜିଲ୍ଲାରେ ପ୍ରଥମ ଥର ଲାଗି ଫୁଟବଲ ଟୁର୍ଣ୍ଣାମେଣ୍ଟରେ କିଛି ନିଆରା ଢଙ୍ଗରେ ପୁରସ୍କାର ବାବଦକୁ ଦିଆ ଯାଇଛି ଛେଳି ଓ କୁକୁଡା । ଏମିତି କିଛି ଚିତ୍ର ଦେଖିବା ଲାଗି ମାଲକାନଗିରି ସହରରେ ନାହି ନଥିବା ଭିଡ ହୋଇଥିଲା । ଗତ ୧୦ ତାରିଖରୁ ଦଣ୍ଡକାରଣ୍ୟ ଖେଳ ପଡିଆରେ ଫ୍ରେଣ୍ଡସ୍ କ୍ଲବ ପକ୍ଷରୁ ଆରମ୍ଭ ହୋଇଥିବା ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟର ନାମ ରଖା ଯାଇଛି ଖାସି ଟୁର୍ଣ୍ଣାମେଣ୍ଟ । ଏଥିରେ ମାଲକାନଗିରି ଜିଲ୍ଲାର ୧୬ ଟି ଫୁଟବଲ ଟିମ ଭାଗ ନେଇଥିଲେ । ପ୍ରତିଦିନ ଫୁଟବଲ ଖେଳ ସରିବା ପରେ ମ୍ୟାନ-ଓଫ-ଦା-ମେଚ୍ ଖେଳାଳିଙ୍କୁ ପୁରସ୍କାର ବାବଦରେ ଦେଶୀ କୁକୁଡା ଦିଆଯାଉଥିଲା । ଯାହାକୁ ନେଇ ବେଶ ଖୁସି ହେଉଥିଲେ ଫୁଟବଲ ଖେଳାଳି ।

ବାଇଟ ୨- ସଞ୍ଜୟ ମୁର୍ମୁ, ଫୁଟବଲ ଖେଳାଳି

Conclusion:ଫା.ଭି.ଓ. – ଟୁର୍ଣାମେଣ୍ଟର ଫାଇନାଲରେ ମାଲକାନଗିରି ଟାଉନ ଟିମ ବଜୟ ହୋଇଥିବା ବେଳେ ସେମାନଙ୍କୁ ମିଳିଛି ବଡ ଛେଳି ଏହା ସହ ରନର୍ସ ଟିମ୍ ଏମ.ଭି.୨ ଦଳକୁ ମିଳିଛି ଛୋଟ ଛେଳି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ରାମ କୃଷ୍ଣ ଗଣ୍ଡ ଯୋଗ ଦେଇ ବିଜେତା ମାନଙ୍କୁ ଛେଳି ଓ କୁକୁଡା ପୁରଷ୍କାର ପ୍ରଦାନ କରିଥିଲେ ।

ମାଲକାନଗିରିରୁ ଜୟନ୍ତ ତିଆଡି ଇଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.