ETV Bharat / sports

ଆଇପିଏଲ ଫର୍ମ ପାଇଁ ଜାତୀୟ ଟିମକୁ ଫେରିଲେ ଡୁପ୍ଲେସିସ୍ - ଦକ୍ଷିଣ ଆଫ୍ରିକା ଘୋଷଣା

ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ 3ଟିକିଆ ଟି-20 ଓ ଦିନିକିଆ ସିରିଜ ନଭେମ୍ବର 27ରୁ ଡିସେମ୍ବର 7 ପର୍ଯ୍ୟନ୍ତ ଖେଳାଯିବ । ଅଧିକ ପଢନ୍ତୁ...

South Africa recall du Plessis for home series vs England
ଆଇପିଏଲ ଫର୍ମ ପାଇଁ ଦକ୍ଷିଣ ଆଫ୍ରିକା ଟିମକୁ ଫେରିଲେ ଡୁପ୍ଲେସିସ୍
author img

By

Published : Nov 7, 2020, 3:47 AM IST

ଜୋହାନ୍ସବର୍ଗ: ପୂର୍ବତନ କ୍ୟାପଟେନ ଫାଫ୍ ଡୁପ୍ଲେସିସଙ୍କୁ ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜ ପାଇଁ ଦକ୍ଷିଣ ଆଫ୍ରିକା ଟିମରେ ସ୍ଥାନ ମିଳିଛି । ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ଫର୍ମରେ ନଜର ଆସିଥିଲେ ଡୁପ୍ଲେସିସ । ଫଳରେ ଇଂଲଣ୍ଡ ବିପକ୍ଷ ସିରିଜ ପାଇଁ ଘୋଷିତ 24 ଜଣିଆ ଦକ୍ଷିଣ ଆଫ୍ରିକା ଟିମରେ ଡୁପ୍ଲେସିସଙ୍କ ନାମ ରହିଛି । ଡୁପ୍ଲେସିସ, ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ଆଇପିଏଲ 2020ରେ 13 ଟି ମ୍ୟାଚ ଖେଳି 40.82 ହାରରେ 449 ରନ ସଂଗ୍ରହ କରିଛନ୍ତି ।

ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ 3ଟିକିଆ ଟି-20 ଓ ଦିନିକିଆ ସିରିଜ ନଭେମ୍ବର 27ରୁ ଡିସେମ୍ବର 7 ପର୍ଯ୍ୟନ୍ତ ଖେଳାଯିବ । ୱିକେଟକିପର ବ୍ୟାଟ୍ସମ୍ୟାନ କ୍ବିଣ୍ଟନ ଡିକକ ଏହି ସିରିଜ ପାଇଁ କ୍ୟାପଟେନ ରହିଛନ୍ତି । କୋଭିଡ-19 ସ୍ଥିତି ପରେ ଦକ୍ଷିଣ ଆଫ୍ରିକାର ଟିମର ଏହା ପ୍ରଥମ ଅନ୍ତର୍ଜାତୀୟ ସିରିଜ ହେବାକୁ ଯାଉଛି ।

South Africa recall du Plessis for home series vs England
ଫାଫ୍ ଡୁପ୍ଲେସିସ

ଡୁପ୍ଲେସିସ ଶେଷ ଟି-20 ମ୍ୟାଚ ଚଳିତ ବର୍ଷ ଫେବୃଆରୀରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଥିଲେ । ତେବେ 2019 ଜୁଲାଇ ମାସରେ ଖେଳାଯାଇଥିବା କ୍ରିକେଟ ବିଶ୍ବକପ ପରେ ଦିନିକିଆ ମ୍ୟାଚ ଖେଳିନାହାନ୍ତି । ପରେ ସୀମିତ ଓଭର ଦକ୍ଷିଣ ଆଫ୍ରିକା ଟିମର କ୍ୟାପଟେନ ପଦ ଛାଡିଥିଲେ ଡୁପ୍ଲେସିସ । ଗତବର୍ଷ ଫେବୃଆରୀରେ ଇଂଲଣ୍ଡ ବିପକ୍ଷ ସିରିଜରୁ ମଧ୍ୟ ବାଦ ପଡିଥିଲେ ।

ଦକ୍ଷିଣ ଆଫ୍ରିକା ସ୍କ୍ବାଡ: କ୍ବିଣ୍ଟନ ଡିକକ(କ୍ୟାପଟେନ), ତେମ୍ବା ବାଭୁମା, ଜୁନିୟର ଦାଲା, ଫାଫ ଡୁପ୍ଲେସିସ, ବିଜର୍ନ ଫର୍ଚ୍ୟୁଇନ, ବିୟୁରାନ ହେଣ୍ଡ୍ରିକ୍ସ, ରିଜା ହେଣ୍ଡ୍ରିକ୍ସ, ହେନରିଚ କ୍ଳାସନ, ଜର୍ସ ଲିଣ୍ଡେ, କେଶବ ମହାରାଜ, ଜନେମନ ମଲାନ, ଡେଭିଡ ମିଲର, ଲୁଙ୍ଗି ନିଙ୍ଗିଡି, ଆନରିଚ ନର୍ଟଜେ, ଆଣ୍ଡିଲେ ଫେହେଲୁକୱାୟେ, ଡ୍ବାଇନ ପ୍ରିଟୋରିସ, କାଗିସୋ ରବାଡା, ତାବରିଜ ସାମସି, ଲୁଥୋ ସିପମଲା, ଜନ-ଜନ ସ୍ମୁଟସ, ଗ୍ଳେଣ୍ଟନ ଷ୍ଟରମନ, ପିଟ ଭାନ ବିଲଜନ, ରସି ଭାନ ଡର ଡସନ, କେଲ ଭେରିନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.