ETV Bharat / sports

ଗାଙ୍ଗୁଲିଙ୍କ ବଡଭାଇ ହେବେ ବେଙ୍ଗଲ କ୍ରିକେଟ ଆସାସିଏସନର ସମ୍ପାଦକ! - ସୌରଭ ଗାଙ୍ଗୁଲିଙ୍କ ଭାଇ ସ୍ନେହାଶିଷ ଗାଙ୍ଗୁଲି

କ୍ରିକେଟ ଆସୋସିଏସନ ଅଫ ବେଙ୍ଗଲ(CAB)ର ପରବର୍ତ୍ତୀ ସମ୍ପାଦକ ସ୍ନେହାଶିଷ ଗାଙ୍ଗୁଲି ଓ ସଭାପତି ଅଭିଷେକ ଗାଙ୍ଗୁଲି ହେବାନେଇ ଚର୍ଚ୍ଚା ହେଉଛି। ଅଧିକ ପଢନ୍ତୁ...

CAB secretary
ବେଙ୍ଗଲ କ୍ରିକେଟ ଆସାସିଏସନର ସମ୍ପାଦକ
author img

By

Published : Jan 11, 2020, 2:02 PM IST

କୋଲକାତା: କ୍ରିକେଟ ଆସୋସିଏସନ ଅଫ ବେଙ୍ଗଲ(CAB)ର ପରବର୍ତ୍ତୀ ସମ୍ପାଦକ ହୋଇପାରନ୍ତି ସ୍ନେହାଶିଷ ଗାଙ୍ଗୁଲି। ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ବଡ ଭାଇ ହେଉଛନ୍ତି ସ୍ନେହାଶିଷ। ଅନ୍ୟପଟେ ଅଭିଷେକ ଗାଙ୍ଗୁଲି ସଭାପତି ପଦ ସମ୍ଭାଳିବା ନେଇ ଖବର ମିଳିଛି । ସିଏବିର ଏହି 2ଟି ଶୀର୍ଷ ପଦ ପାଇଁ ସର୍ବସମ୍ମତି କ୍ରମେ ଏହି ସ୍ଥିର ହୋଇଥିବା ଜଣାପଡିଛି। ଫେବୃୟାରୀରେ ବୋର୍ଡ ପକ୍ଷରୁ ହେବାକୁଥିବା ସାଧାରଣ ବୈଠକରେ ଏନେଇ ଆନୁଷ୍ଠାନିକ ଘୋଷଣା ହେବାର ସମ୍ଭାବନା ରହିଛି।

ସ୍ନେହାଶିଷ ଗାଙ୍ଗୁଲି ବେଙ୍ଗଲ ପକ୍ଷରୁ 59ଟି ପ୍ରଥମ ଶ୍ରେଣୀ ମ୍ୟାଚ ଖେଳିଛନ୍ତି । 39.59 ବ୍ୟାଟିଂ ହାରରେ 2543 ରନ ମଧ୍ୟ ସଂଗ୍ରହ କରିଛନ୍ତି । ତେବେ ସ୍ନେହାଶିଷ ବେଙ୍ଗଲ କ୍ରିକେଟ ଆସୋସିଏସନର ମଙ୍ଗ ସମ୍ଭାଳିଲେ ରାଜ୍ୟ କ୍ରିକେଟ ବୋର୍ଡରେ ପୂର୍ବତନ କ୍ରିକେଟରଙ୍କ ସଂଖ୍ୟାରେ ବୃଦ୍ଧି ହେବ। ପୂର୍ବରୁ ମହମ୍ମଦ ଆଝାରୁଦ୍ଦିନ (ହାଇଦ୍ରାବାଦ କ୍ରିକେଟ ଆସେସିଏସନ), ରୋଜର ବିନ୍ନି(କର୍ଣ୍ଣାଟକ କ୍ରିକେଟ ବୋର୍ଡ ସଭାପତି), ଜୟଦେବ ଶାହ(ସୌରଷ୍ଟ୍ର କ୍ରିକେଟ ଆସୋସିଏସନ ସଭାପତି), ସଞ୍ଜୀବ ରାୟ( ସମ୍ପାଦକ, ମଧ୍ୟପ୍ରଦେଶ କ୍ରିକେଟ ଆସୋସିଏସନ), ଦେବଜିତ ସାଇକିଆ(ସମ୍ପାଦକ, ଆସାମ କ୍ରିକେଟ ଆସୋସିଏସନ) ପୂର୍ବତନ କ୍ରିକେଟର, ରାଜ୍ୟ କ୍ରିକେଟ ବୋର୍ଡ ଦାୟିତ୍ବରେ ରହିଛନ୍ତି।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.