ମୁମ୍ବାଇ: କୋରୋନା ପାଇଁ ବିସିସିଆଇ ଇଣ୍ଡିଆନ ପ୍ରିମିୟର ଲିଗର 13ସଂସ୍କରଣକୁ କିଛି ଦିନ ପାଇଁ ସ୍ଥଗିତ ରଖିଛି । ମାର୍ଚ୍ଚ 29ରେ ଆରମ୍ଭ ହେବାକୁ ଥିବା ଚଳିତ ସଂସ୍କରଣ ଏପ୍ରିଲ 15 ଯାଏଁ ସ୍ଥଗିତ ରଖାଯାଇଛି ।
ତେବେ ଏହି ଟୁର୍ଣ୍ଣାମେଣ୍ଟର ତାରିଖ ଘୁଞ୍ଚିବାକୁ ନେଇ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି କହିଛନ୍ତି ଯେ, ସମସ୍ତଙ୍କ ସୁରକ୍ଷା ଆମର ପ୍ରଥମିକତା । ଏହାକୁ ନଜରରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି ।
ସୂଚନାଥାଉକି, କୋରୋନା ଭାଇରସ ପାଇଁ ଗତ ବୁଧବାର ଭାରତ ସରକାର ସମସ୍ତ ଭିସା ବାତିଲ କରିଛନ୍ତି ।