ମୁମ୍ବାଇ: ଶେଷ ହୋଇଛି ବିସିସିଆଇର ଏଜିଏମ ବୈଠକ । ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ଆନୁଷ୍ଠାନିକ ଭାବେ ସଭାପତି ଦାୟିତ୍ବ ପ୍ରଦାନ କରାଯାଇଛି । ଏନେଇ ବିସିସିଆଇ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ମିଳିଛି । ମୁମ୍ବାଇ ସ୍ଥିତ ବିସିସିଆଇ କାର୍ଯ୍ୟାଳୟରେ ବସିଥିଲା ବୈଠକ ।
ତେବେ ଦାଦା ବିସିସିଆଇର 39ତମ ସଭାପତି ଭାବେ ଦାୟିତ୍ବ ନେଇଛନ୍ତି । ଦାଦା ଅପ୍ରତିଦ୍ବନ୍ଦ୍ବୀ ପ୍ରାର୍ଥୀ ଭାବେ ସଭାପତି ପଦ ପାଇଁ ଚୟନ ହୋଇଥିଲେ । ସେହିପରି ସମ୍ପାଦକ ପଦ ପାଇଁ ଅମିତ ଶାହାଙ୍କ ପୁଅ ଜୟ ଶାହା, ଯୁଗ୍ମ ସମ୍ପାଦକ ପଦ ପାଇଁ ଜୟେଶ ଜର୍ଜ, କୋଷାଧ୍ୟକ୍ଷ ଅରୁଣ ଧୂମାଲ ଓ ଆଇପିଏଲ ଅଧକ୍ଷ ପଦ ପାଇଁ ବ୍ରିଜେଶ ପଟେଲ ମଧ୍ୟ ନିଜ ନିଜ ଦାୟିତ୍ବ ଗ୍ରହଣ କରିଛନ୍ତି । ପ୍ରସ୍ତୁତ ହୋଇସାରିଛି ବିସିସିଆଇର ନୂଆ ଟିମ।