ETV Bharat / sports

ସେଦିନ ଧୋନି ନେଇଥିଲେ ନିଷ୍ପତ୍ତି, ଏବେ ଦାଦାଙ୍କ 'ଦାଦାଗିରି' - Sourav Ganguly Discuss MS Dhoni's Future

ଆଗାମୀ 24 ତାରିଖରେ ଚୟନକର୍ତ୍ତାଙ୍କ ସହ ବସିବାକୁ ଥିବା ବୈଠକରେ ଧୋନିଙ୍କ ଖେଳିବା ନ ଖେଳିବା ନେଇ ଆଲୋଚନା ହେବ ବୋଲି କହିଛନ୍ତି ବିସିସିଆର ନୂଆ ବିଗ ବସ୍‌ 'ଦାଦା'।

ସେଦିନ ଧୋନି ନେଇଥିଲେ ନିଷ୍ପତି, ଏବେ ଦାଦାଙ୍କ 'ଦାଦାଗିରି'
author img

By

Published : Oct 18, 2019, 1:58 PM IST

ହାଇଦ୍ରାବାଦ: ସମୟ, କେତେ ବେଳେ ପଲଟି ଯାଏ ତାହା କେହି କହିପାରନ୍ତି ନାହିଁ। ଦିନେ ତୁମେ ଯାହା କରିଥିଲେ, ପରେ ତୁମ ସହ ଠିକ୍‌ ସେମିତ ହୋଇପାରେ । କେବେ ଦାଦାଙ୍କ କ୍ୟାରିଅରର ଫୈସଲା କରିଥିଲେ କ୍ୟାପ୍ଟେନ କୁଲ । ଆଉ ଆସନ୍ତା 24 ତାରିଖରେ ମାହିଙ୍କ କ୍ୟାରିଅରର ଫୈସଲା କରିବେ ବିସିସିଆର ନୂଆ ବିଗ ବସ୍‌ 'ଦାଦା' ।

ତେବେ ଏମିତି କିଛି କଥା ଏବେ କ୍ରୀଡା ଜଗତରେ ହଙ୍ଗାମା ମଚାଇଛି । ବିସିସିଆଇର ନୂଆ ସଭାପତି ବନିବାକୁ ଯାଉଥିବା ପୂର୍ବତନ କ୍ରିକେଟର ସୌରଭ ଗାଙ୍ଗୁଲି ଧୋନିଙ୍କ ବିଶ୍ରାମ ଉପରେ ମତ ରଖିବା ପରେ ସୋସିଆଲ ମିଡିଆରେ ଆଲୋଚନା ପର୍ଯ୍ୟାଲୋଚନା ଆରମ୍ଭ ହୋଇଯାଇଛି ।

ତେବେ ଧୋନି ବିଶ୍ଵକପ୍ ସେମି ଫାଇନାଲରେ ଭାରତର ପରାଜୟ ପରଠୁ ଅନ୍ତର୍ଜାତୀୟ କ୍ରିକେଟରୁ ଦୂରରେ ଅଛନ୍ତି । ୱେଷ୍ଟଇଣ୍ଡିଜ ଓ ଦକ୍ଷିଣ ଆଫ୍ରିକା ସିରିଜରୁ ମଧ୍ୟ ନିଜକୁ ଦୂରରେ ରଖିଛନ୍ତି । ତେବେ ଜଣେ କ୍ରିକେଟର ଏତେ ଦିନ ପର୍ଯ୍ୟନ୍ତି ବିଶ୍ରାମ ନେଇ ପାରିବ କି ନାହିଁ ବୋଲି ଦାଦାଙ୍କୁ ପ୍ରଶ୍ନ କରିବାରୁ ସେ ଏମିତି ଉତ୍ତର ରଖିଛନ୍ତି।

ଦାଦା କହିଛନ୍ତି, " ମୁଁ ସେହି ସମୟରେ ଅଧିକାରୀ ପଦରେ ନଥିଲି । ଏନେଇ ଚୟନକର୍ତ୍ତା କଣ ନିଷ୍ପତି ନେଇଛନ୍ତି ମୁଁ ଜାଣି ନାହିଁ । ତେବେ 24ତାରିଖରେ ଚୟନକର୍ତ୍ତାଙ୍କ ସହ ମୋର ବୈଠକ ବସିବ । ସେଠାରେ ମୁଁ ଏନେଇ ଆଲୋଚନା କରିବି । ଏଥି ସହିତ ଆଗାକୁ ଖେଳିବା ନେଇ ଧୋନିଙ୍କ ରାୟ ମଧ୍ୟ ମୁଁ ନେବି। "

ଆଗାମୀ ବାଂଲାଦେଶ ବିପକ୍ଷ ସିରିଜ ପାଇଁ 30 ତାରିଖରେ ଦଳ ଘୋଷଣା ହୋଇଥାନ୍ତା । ମାତ୍ର ନୂଆ ସଭାପତିଙ୍କ ନିର୍ଦ୍ଦେଶ କ୍ରମେ 24 ତାରିଖରେ ଦଳ ଘୋଷଣା ହେବ । ସେହିଦିନ ଦାଦା ଚୟନକର୍ତ୍ତାଙ୍କ ବୈଠକରେ ମଧ୍ୟ ବସିବେ । ଫଳରେ ବାଂଲାଦେଶ ବିପକ୍ଷ ସିରିଜ ଧୋନିଙ୍କ ଖେଳିବା ନ ଖେଳିବା ନେଇ ନିଷ୍ପତ୍ତି ହେବ। ତେବେ ଏହି ସିରିଜ ପାଇଁ ପୂର୍ବରୁ ଧୋନି ନିଜକୁ ଅନୁପସ୍ଥିତ ଘୋଷଣା କରି ସାରିଛନ୍ତି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.