ETV Bharat / sports

ଶ୍ରୀଲଙ୍କା ବନାମ ଇଂଲଣ୍ଡ: ଦୁଇ ହୋଟେଲ ସଦସ୍ୟ କୋରୋନା ପଜିଟିଭ

author img

By

Published : Jan 15, 2021, 10:29 PM IST

ଇଂଲଣ୍ଡ ଟିମ ରହୁଥିବା ହୋଟେଲର ଦୁଇ କର୍ମଚାରୀ କୋରୋନା ପଜିଟିଭ ଚିହ୍ନଟ । ଅଧିକ ପଢନ୍ତୁ...

SL vs Eng: ECB confident of COVID-19 protocols as two staff members at team hotel test positive
ଶ୍ରୀଲଙ୍କା ବନାମ ଇଂଲଣ୍ଡ: ଦୁଇ ହୋଟେଲ ସଦସ୍ୟ କୋରୋନା ପଜିଟିଭ

ଗାଲେ: ଟେଷ୍ଟ ସିରିଜ ପାଇଁ ଶ୍ରୀଲଙ୍କା ଗସ୍ତରେ ରହିଛି ଇଂଲଣ୍ଡ ଟିମ । ତେବେ ଇଂଲଣ୍ଡ ଟିମ ରହୁଥିବା ହୋଟେଲର ଦୁଇ କର୍ମଚାରୀ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ଏହି ସିରିଜରେ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି । ତେବେ ଇଂଲଣ୍ଡ ସ୍କ୍ବାଡର କୌଣସି ଖେଳାଳି ଏହି ଦୁଇ କର୍ମଚାରୀଙ୍କ ସଂସ୍ପର୍ଶରେ ଆସିନଥିବା ସ୍ପଷ୍ଟ କରିଛି ଇଂଲଣ୍ଡ କ୍ରିକେଟ ବୋର୍ଡ ।

ଏଥିସହ ଇସିବି ମୁଖପାତ୍ର କହିଛନ୍ତି, ଟିମର ସମସ୍ତ ସଦସ୍ୟ ସାମାଜିକ ଦୂରତ୍ବ ରକ୍ଷା କରିବାକୁ ଗୁରୁତ୍ବର ସହ ନେଇଛନ୍ତି । ସମସ୍ତ ନିୟମ ପାଳନ କରୁଛନ୍ତି ଓ ଇନ୍‌ଡୋର ହଲ୍‌ରେ ମାସ୍କ ପରିଧାନ କରୁଛନ୍ତି । ଶ୍ରୀଲଙ୍କା ଅଧିକାରୀଙ୍କ ପକ୍ଷରୁ ମିଳିଥିବା ସମସ୍ତ କୋଭିଡ ଗାଇଡଲାଇନକୁ ସମ୍ମାନର ସହ ପାଳନ କରୁଛନ୍ତି ସମସ୍ତ ସଦସ୍ୟ ।

ଗାଲେରେ ଶ୍ରୀଲଙ୍କା ଓ ଇଂଲଣ୍ଡ ମଧ୍ୟରେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ଟେଷ୍ଟ ଖେଳାଯାଉଛି । ଶ୍ରୀଲଙ୍କା ପ୍ରଥମ ଇଂନିସରେ 135 ରନରେ ଅଲଆଉଟ ହେବାପରେ ଭ୍ରମଣକାରୀ ଟିମ ପ୍ରଭାବୀ ପ୍ରଦର୍ଶନ ଜାରି ରଖିଛି । ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା କ୍ୟାପଟେନ ଜୋ ରୁଟ ଅପରାଜିତ ଶତକ ହାସଲ କରିଛନ୍ତି । ଏଥିସହ ଇଂଲଣ୍ଡ ପାଖରେ 185 ରନର ପ୍ରଥମ ଇଂନିସ ଅଗ୍ରଣୀ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.