ଚେନ୍ନାଇ: ଭାରତର ଷ୍ଟାର ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ବିନ ସୋମବାର ଟେଷ୍ଟ କ୍ୟାରିୟରର 5ମ ଶତକ ହାସଲ କରିଛନ୍ତି । ଅଶ୍ବିନଙ୍କ ଶତକୀୟ ଇଂନିସ ବଳରେ ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଉଥିବା ଦ୍ବିତୀୟ ଟେଷ୍ଟର ତୃତୀୟ ଦିନରେ, ଭାରତ 482 ରନର ବିଶାଳ ବିଜୟ ଲକ୍ଷ୍ୟ ଇଂଲଣ୍ଡ ସାମ୍ନାରେ ରଖିଛି । ଅଶ୍ବିନ 148 ବଲ୍ରେ 106 ରନ୍ ସଂଗ୍ରହ କରିଛନ୍ତି । ତେବେ ତାଙ୍କର ଶତକୀୟ ପାଳି ପରେ ସିରାଜଙ୍କ ସେଲିବ୍ରେସନ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି ।
-
A moment to cherish forever! @ashwinravi99 gets his Test💯 in Chennai and Md. Siraj erupts in joy. The dressing room stands up to applaud.🙌🏾 #TeamIndia #INDvENG @paytm pic.twitter.com/ykrBhsiTbl
— BCCI (@BCCI) February 15, 2021 " class="align-text-top noRightClick twitterSection" data="
">A moment to cherish forever! @ashwinravi99 gets his Test💯 in Chennai and Md. Siraj erupts in joy. The dressing room stands up to applaud.🙌🏾 #TeamIndia #INDvENG @paytm pic.twitter.com/ykrBhsiTbl
— BCCI (@BCCI) February 15, 2021A moment to cherish forever! @ashwinravi99 gets his Test💯 in Chennai and Md. Siraj erupts in joy. The dressing room stands up to applaud.🙌🏾 #TeamIndia #INDvENG @paytm pic.twitter.com/ykrBhsiTbl
— BCCI (@BCCI) February 15, 2021
3ୟ ଦିନରେ ଯେତେବେଳେ ଅଶ୍ବିନ ଶତକ ମାରିଥିଲେ , ସେତବେଳେ ନନ୍ଷ୍ଟ୍ରାଇକରେ ଥିବା ସିରାଜ ଖୁସିରେ ଉଲ୍ଲାସିତ ହୋଇ ଉଠିଥିଲେ ଯେପରି ସେ ଶତକୀୟ ଇଂନିସ ଖେଳିଛନ୍ତି ।
ବିସିସିଆଇ ନିଜର ଅଫିସିଆଲ ଟ୍ବିଟରରେ ଅଶ୍ବିନଙ୍କ ଶତକ ମାରିଥିବା ଭିଡିଓ ସେୟାର କରିଛି । ସେଥିରେ ସିରାଜଙ୍କ ସେଲିବ୍ରେସନ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି ।
ଅଶ୍ବିନଙ୍କ 5ମ ଶତକରେ ସିରାଜଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଉଭୟଙ୍କ ମଧ୍ୟରେ 49 ରନ୍ର ପାର୍ଟନରସିପ୍ ଇଂନିସ ଦେଖିବାକୁ ମିଳିଥିଲା ।