ହାଇଦ୍ରାବାଦ: ପାକିସ୍ତାନର ପୂର୍ବତନ ପେସ ବୋଲର ସୋଏବ ଅଖତର ଏବେ ବେଶ୍ ଚର୍ଚ୍ଚାରେ ଅଛନ୍ତି । ବିଶ୍ବକପରେ ପାକ୍ ଟିମ୍ର ପ୍ରଦର୍ଶନୀ ଓ ଖେଳାଳୀମାନଙ୍କ ତ୍ରୁଟିକୁ ସମାଲୋଚନା କରୁଥିବା ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି । ସୋମବାର ଦିନ ପାକ୍ ବ୍ୟାଟ୍ସମ୍ୟାନ ବାବାର ଆଜମଙ୍କୁ ତାଙ୍କ ଆଦର୍ଶ ପରି ଖେଳିବାକୁ ପରାମର୍ଶ ଦେଇଛନ୍ତି ।
ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କୁ ନିଜର ଆଦର୍ଶ ମାନୁଥିବା ପାକ୍ ଖେଳାଳୀ ବାବାର ଆଜମଙ୍କୁ ସୋଏବ ଅଖତର କୋହଲିଙ୍କ ପରି ହେବାକୁ କହିଛନ୍ତି । କୋହଲିଙ୍କ ପରି ମ୍ୟାଚର ପରିସ୍ଥିତି ଦେଖି ଖେଳିବାକୁ କହିଛନ୍ତି ।
ଅଖତର ନିଜର ୟୁଟ୍ୟୁବ ଚ୍ୟାନେଲରେ କହିଛନ୍ତି ଯେ , ମୁଁ ବାବାର ଆଜମଙ୍କୁ କହିବାକୁ ଚାହିଁଛି କି ତମେ ବିରାଟ କୋହଲିଙ୍କୁ ନିଜର ଆଦର୍ଶ ମାନୁଛ ଯଦି ତାଙ୍କ ପରି ଖେଳିବା ମଧ୍ୟ ଶିଖ । ଟିମ ପାଇଁ ଜରୁରୀ ଥିବା ସମୟରେ ବିରାଟ ଅନେକଥର ରନ କରିଛନ୍ତି । ତାଙ୍କ ପରି ରନ୍ ବନେଇବା ଶିଖ ଓ ତାଙ୍କ ପରି ଖେଳରେ କିଛି ନୂତନ ଶୈଳୀ ଆପଣାଇବା ଉଚିତ । ଆଜମ ପାକିସ୍ତାନ ପାଇଁ ମହତ୍ବପୂର୍ଣ୍ଣ ରନ କରୁଛନ୍ତି କିନ୍ତୁ ମ୍ୟାଚକୁ ଅନ୍ତିମ ଚରଣ ଯାଏଁ ନେଇ ପାରୁ ନାହାଁନ୍ତି ।
ଆହୁରି ମଧ୍ୟ ସେ କହିଛନ୍ତି ଯେ, ଯଦି ତମେ ବିରାଟ, ରୋହିତ ଓ କେନ ଓ୍ବିଲିୟମସନ ପରି ଖେଳାଳୀଙ୍କ ଖେଳ ଦେଖି ଜାଣିପାରିବ ଏହି ସମସ୍ତ ବ୍ୟାଟ୍ସମ୍ୟାନ ଅର୍ଦ୍ଧଶତକ କଲା ପରେ ଦ୍ରୁତଗତିରେ ରନ କରନ୍ତି । ଆଜମଙ୍କୁ ଏହି ଖେଳାଳୀଙ୍କ ଠାରୁ ଶିଖିବା ଉଚିତ । ଏଥିସହ ବେଶୀରୁ ବେଶୀ ଭଲ ସଟ୍ ଖେଳିବା ଦରକାର ।
ସୂଚନାଥାଉକି, ବାବର ଏକ ସାକ୍ଷାତକାରରେ କହିଥିଲେ ଯେ, କୋହଲିଙ୍କ ବ୍ୟାଟିଂଶୈଳୀକୁ ଦେଖି ସେ ବ୍ୟାଟିଂ କରିବା ଶିଖୁଛନ୍ତି ।
ଅଖତର ଭିଡିଓରେ ହାରିସ ସୋହେଲଙ୍କୁ ପ୍ରଶଂସା ମଧ୍ୟ କରିଛନ୍ତି ।