ETV Bharat / sports

ରୋହିତଙ୍କୁ ସେଟ ହେବାକୁ ସମୟ ଦିଅନ୍ତି ଶିଖର: ଇରଫାନ

ଭାରତୀୟ କ୍ରିକେଟ ଦଳର ଓପନର ରୋହିତ ଶର୍ମା ଓ ଶିଖର ଧୱନଙ୍କ ୟୋଡ଼ି ବିଷୟରେ ମତ ଦେଇଛନ୍ତି ପୂର୍ବତନ ଅଲରାଉଣ୍ଡର ଇରଫାନ ପଠାନ । ଉଭୟଙ୍କ ମଧ୍ୟରେ ଭଲ ସମ୍ପର୍କ ଯୋଗୁଁ ପଡ଼ିଆରେ ବେଶ୍‌ ଭଲ ପ୍ରଦର୍ଶନ କରନ୍ତି କହିଲେ ଇରଫାନ । ଅଧିକ ପଢ଼ନ୍ତୁ

Shikhar plays freely, shikhar gives time to Rohit, Irfan pathan, ରୋହିତଙ୍କୁ ସେଟ ହେବାକୁ ସମୟ ଦିଅନ୍ତି ଶିଖର, ଇରଫାନ ପଠାନ, ରୋହିତ ଶର୍ମା ଓ ଶିଖର ଧୱନଙ୍କ ୟୋଡ଼ି
ରୋହିତଙ୍କୁ ସେଟ ହେବାକୁ ସମୟ ଦିଅନ୍ତି ଶିଖର: ଇରଫାନ
author img

By

Published : Jun 29, 2020, 10:42 PM IST

ନୂଆଦିଲ୍ଲୀ: କ୍ରିକେଟ ପଡ଼ିଆରେ ବର୍ତ୍ତମାନ ସମୟର ଶ୍ରେଷ୍ଠ ଭାରତୀୟ ଓପନର ଯୋଡ଼ି ରୋହିତ ଶର୍ମା ଓ ଶିଖର ଧୱନ ବୋଲି ବିଶ୍ବାସ କରାଯାଉଛି । ଉଭୟଙ୍କ ମଧ୍ୟରେ ତାଳମେଳ, ବନ୍ଧୁତ୍ବ ପାଇଁ ଦୁହେଁ ଦୁହିଁଙ୍କ ଶକ୍ତି ଓ ଦୁର୍ବଳତା ବିଷୟରେ ମଧ୍ୟ ଜାଣନ୍ତି । ଯାହା କାରଣରୁ ଭାରତୀୟ ଦଳକୁ ସୀମିତ ଓଭର କ୍ରିକେଟରେ ଏହି ଯୋଡ଼ି ଅନେକ ସଫଳତା ଦେଇ ପାରିଛନ୍ତି । ତେବେ ପୂର୍ବତନ ଭାରତୀୟ ଅଲରାଉଣ୍ଡର ଇରଫାନ ପଠାନ ମଧ୍ୟ ଏହି କଥା କହିଛନ୍ତି ।

2013 ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ଭାରତର ବିଜୟ ଅଭିଯାନରେ ଏକ ଓପନିଂ ଯୋଡି ଭାବରେ ଉଭା ହୋଇଥିବା ଧୱନ ଏବଂ ରୋହିତ ଏକାଠି ଅନେକ ରେକର୍ଡ ଭାଙ୍ଗିଛନ୍ତି ଏବଂ ସଚିନ ତେନ୍ଦୁଲକର ଓ ସୌରଭ ଗାଙ୍ଗୁଲିଙ୍କ କିମ୍ବଦନ୍ତୀ ଯୋଡି ପରେ ହ୍ବାଇଟ-ବଲ କ୍ରିକେଟରେ ଭାରତର ଅନ୍ୟତମ ସଫଳତମ ଯୋଡ଼ି ହୋଇପାରିଛନ୍ତି ।

ଷ୍ଟାର ସ୍ପୋର୍ଟସ୍ ସୋ କ୍ରିକେଟ୍ କନେକ୍ଟେଡରେ କଥା ହେବାବେଳେ ପଠାନ କହିଛନ୍ତି, ‘‘ଆମେ ଜାଣୁ ଶିଖର ଖୁବ ମୁକ୍ତ ଭାବରେ ଖେଳନ୍ତି । ସେ ରୋହିତଙ୍କୁ ସମୟ ଦିଅନ୍ତି। ରୋହିତ କିପରି ଶୀଘ୍ର ଗିଅର ବଦଳାଇବାକୁ ସକ୍ଷମ ତାହା ଆମେ ସମସ୍ତେ ଜାଣୁ, କିନ୍ତୁ ସେ ଆରମ୍ଭରୁ ସମୟ ନିଅନ୍ତି ।’’

‘‘କ୍ରିକେଟରେ ଆପଣଙ୍କର ଶକ୍ତି ଏବଂ ଦୁର୍ବଳତାକୁ ବୁଝିବା ପାଇଁ ଅନ୍ୟ ପଟେ କେହି ଜଣେ ଦରକାର । ଶିଖର ବୁଝନ୍ତି ଯେତେବେଳେ ରୋହିତଙ୍କୁ ସମୟ ଦରକାର ହୁଏ । ତେଣୁ କିଛି ଓଭର ଅନ୍ତତଃ ସେ ନିଜେ ଫେସ କରନ୍ତି ।’’

‘‘ସେ ଏହି ଦାୟିତ୍ବ ଗ୍ରହଣ କରନ୍ତି ଏବଂ ମୁଁ ଭାବୁଛି ତାହା ହିଁ ତାଙ୍କୁ ସଫଳ କରିଥାଏ। ଆଉ ଯେତେବେଳେ ସ୍ପିନରମାନେ ଆସନ୍ତି ରୋହିତ ଶର୍ମା ସ୍ଥିର ହେବା ମାତ୍ରେ ସେ ଶିଖର ଧୱନଙ୍କ ଠାରୁ ସମସ୍ତ ଚାପ ନେଇଯାଆନ୍ତି, ତେଣୁ କରି ଅନେକ ବର୍ଷ ଧରି ଭାରତୀୟ ଟିମରେ ସବୁ ଠିକ ଚାଲିଛି,’’ ବୋଲି ପଠାନ କହିଛନ୍ତି ।

ରୋହିତ ଅନେକ ଥର କହିଛନ୍ତି ଯେ, ଧୱନଙ୍କ ସହ ପଡ଼ିଆ ବାହାରେ ମଧ୍ୟ ତାଙ୍କର ବେଶ୍‌ ଭଲ ସମ୍ପର୍କ ରହିଛି ଯାହା ତାଙ୍କୁ ଅନେକ ସମୟରେ ଯୋଡ଼ି ଭାବରେ ଭଲ ପ୍ରଦର୍ଶନ କରିବାରେ ସାହାଯ୍ୟ କରେ ।

Bcci.tv ଦ୍ବାରା ଆୟୋଜିତ ସିରିଜ ‘ଓପନ ନେଟ୍ସ ୱିଥ ମୟଙ୍କ’ରେ ରୋହିତ ମୟଙ୍କ ଅଗ୍ରୱାଲ ଏବଂ ଧୱନଙ୍କ ସହ କଥାବାର୍ତ୍ତା ବେଳେ କହିଛନ୍ତି ଯେ, ‘‘ପଡ଼ିଆରେ ଠାରୁ ଅଧିକ ପଡ଼ିଆ ବାହାକରେ ଆମର ସମ୍ପର୍କ ଖୁବ ଭଲ । ପରସ୍ପରକୁ ଭଲ ଭାବରେ ଜାଣିବା, ପରସ୍ପରର ସୁବିଧା ଓ ଅସୁବିଧା ବିଷୟରେ ବୁଝିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ।’’

‘‘ଯେତେବେଳେ ଆମେ ଇଣ୍ଡିଆ ଏ ଟୁରରେ ଯାଇଥିଲୁ ସେତେବେଳେ ଆମେ ଏକାଠି ଗୋଟିଏ ରୁମରେ ରହିଥିଲୁ । ତେଣୁ ଏକାସାଙ୍ଗରେ ଆମର ଅନେକ ଇତିହାସ ଅଛି । ଜଣେ ବ୍ୟକ୍ତି ଭାବରେ ଆମେ ଦୁହେଁ ପରସ୍ପରକୁ ଭଲଭାବେ ଜାଣିଛୁ ଏବଂ ଏହା ପଡ଼ିଆରେ ବହୁତ ସାହାଯ୍ୟ କରିଥାଏ।’’

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.