ETV Bharat / sports

ୱେଷ୍ଟଇଣ୍ଡିଜ ଟେଷ୍ଟ ଟିମରେ ସାନନ ଗାବ୍ରିଏଲ ସାମିଲ

ୱେଷ୍ଟଇଣ୍ଡିଜ 15 ଜଣିଆ ଟେଷ୍ଟ ଟିମରେ ସାମିଲ ହୋଇଛନ୍ତି ଅଭିଜ୍ଞ ବୋଲର ସାନନ ଗାବ୍ରିଏଲ । ଏନେଇ ଗୁରୁବାର ୱେଷ୍ଟଇଣ୍ଡିଜ କ୍ରିକେଟ ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

Shannon Gabriel included in West Indies 15-man squad for England Tests
ୱେଷ୍ଟଇଣ୍ଡିଜ ଟେଷ୍ଟ ଟିମରେ ସାନନ ଗାବ୍ରିଏଲ ସାମିଲ
author img

By

Published : Jul 3, 2020, 12:06 PM IST

ମାଞ୍ଚେଷ୍ଟର: ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ଦ୍ବିପାକ୍ଷିକ ଟେଷ୍ଟ ସିରିଜ । ଏହା ପୂର୍ବରୁ ୱେଷ୍ଟଇଣ୍ଡିଜ 15 ଜଣିଆ ଟେଷ୍ଟ ଟିମରେ ସାମିଲ ହୋଇଛନ୍ତି ଅଭିଜ୍ଞ ବୋଲର ସାନନ ଗାବ୍ରିଏଲ । ଏନେଇ ଗୁରୁବାର ୱେଷ୍ଟଇଣ୍ଡିଜ କ୍ରିକେଟ ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ପୂର୍ବରୁ ଗୋଇଠିରେ ଆଘାତ ଯୋଗୁଁ ଦଳରୁ ବାଦ ପଡିଥିଲେ ଗାବ୍ରିଏଲ । ଏହାପରେ ତାଙ୍କୁ ଏକ ସର୍ଜରୀ କରିବାକୁ ପଡିଥିଲା । ତେବେ ସଂପୂର୍ଣ୍ଣ ସୁସ୍ଥ ହୋଇ ଫିଟନେସ ଟେଷ୍ଟରେ ଉତ୍ତୀର୍ଣ୍ଣ ହେବା ପରେ, ଗାବ୍ରିଏଲଙ୍କୁ ଟେଷ୍ଟ ସ୍କ୍ବାଡରେ ସାମିଲ କରାଯାଇଛି । ଏଥିସହିତ ଓଲ୍ଡ ଟ୍ରାଫର୍ଡରେ ହୋଇଥିବା ଦୁଇଟି ଅଭ୍ୟାସ ମ୍ୟାଚରେ ଦମଦାର ପ୍ରଦର୍ଶନ କରି ଫର୍ମରେ ଥିବା ପ୍ରମାଣିତ କରିଛନ୍ତି । ୱେଷ୍ଟଇଣ୍ଡିଜ କ୍ରିକେଟ ବୋର୍ଡ ପକ୍ଷରୁ ଏହା କୁହାଯାଇଛି ।

ୱେଷ୍ଟଇଣ୍ଡିଜ ଟେଷ୍ଟ ଟିମ: ଜେସନ ହୋଲ୍ଡର(କ୍ୟାପଟେନ), ଜର୍ମାଇନ ବ୍ଳାକଉଡ, ନିକ୍ରୁମ ବ୍ରୁନର, କ୍ରେଗ ବ୍ରାଥୱେଟ, ସମରହ ବ୍ରୁକ୍ସ, ଜମ ଚାମ୍ପବେଲ, ରୋଷ୍ଟନ ଚେଜ, ରହକୀମ କର୍ଣ୍ଣୱାଲ, ସେନ ଡାୱରିଚ, ସାନନ ଗାବ୍ରିଏଲ, ଚେମାର ହୋଲ୍ଡର, ସାଇ ହୋପ, ଆଲଜେରୀ ଜୋସେଫ, ରେମନ ରୈଫର ଓ କେମାର ରୋଚ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.