ETV Bharat / sports

ଆଇପିଏଲରୁ ସେନ ୱାଟସନଙ୍କ ଅବସର ସୂଚନା - ଇଣ୍ଡିଆନ ପ୍ରିମିୟର ଲିଗ

ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)ରୁ ଚେନ୍ନାଇ ସୁପର କିଙ୍ଗ୍ସର ଅଲରାଉଣ୍ଡର ସେନ ୱାଟସନଙ୍କ ଅବସର ସୂଚନା । ଅଧିକ ପଢନ୍ତୁ...

Shane Watson retires from IPL: Report
ଆଇପିଏଲରୁ ସେନ ୱାଟସନଙ୍କ ଅବସର ସୂଚନା
author img

By

Published : Nov 2, 2020, 8:23 PM IST

ହାଇଦ୍ରାବାଦ: ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)ରୁ ଚେନ୍ନାଇ ସୁପର କିଙ୍ଗ୍ସର ଅଲରାଉଣ୍ଡର ସେନ ୱାଟସନଙ୍କ ଅବସର ଚର୍ଚ୍ଚା । ଏକାଧିକ ମିଡିଆ ରିପୋର୍ଟ ଅନୁୟାୟୀ, ୱାର୍ଣ୍ଣର ଚେନ୍ନାଇ ସୁପରକିଙ୍ଗ୍ସ ଟିମରେ ଶେଷ ଆଇପିଏଲ ମ୍ୟାଚ ଖେଳିସାରିଛନ୍ତି ।

ତେବେ ଏନେଇ ଏହି ଷ୍ଟାର ଅଷ୍ଟ୍ରେଲୀୟ ଅରାଉଣ୍ଡରଙ୍କ ଓୌପଚାରିକ ଘୋଷଣାକୁ ଅପେକ୍ଷା ରହିଛି । ଚଳିତ ଆଇପିଏଲ ସଂସ୍କରଣରେ କିଙ୍ଗ୍ସ ଏକାଦଶ ପଞ୍ଜାବ ବିପକ୍ଷରେ ସିଏସକେ ପକ୍ଷରୁ ଶେଷ ମ୍ୟାଚ ଖେଳିଥିଲେ ୱାଟସନ ।

ପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟରୁ ବର୍ଷ 2016ରୁ ସନ୍ୟାସ ନେଇସାରିଥିଲେ ମଧ୍ୟ ବିଭିନ୍ନ ଫ୍ରାଞ୍ଚାଇଜ କ୍ରିକେଟ ଖେଳିବା ଜାରି ରଖିଥିଲେ ୱାଟସନ ।

ଏହି ଷ୍ଟାର ଅଲରାଉଣ୍ଡର ଦୁଇଥର ଆଇପିଏଲ ଚମ୍ପିଆନ ଟିମର ସଦସ୍ୟ ରହିଛନ୍ତି । ବର୍ଷ 2008ରେ ରାଜସ୍ଥାନ ରୟାଲ୍ସ ଓ 2018ରେ ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ଖେଳି ଆଇପିଏଲ ଟ୍ରଫି ବିଜେତା ରହିଛନ୍ତି । 57 ବଲରୁ 117 ରନର ଅବିଶ୍ବସନୀୟ ମାରାଥନ ଇଂନିସ 2018 ଆଇପିଏଲ ଫାଇନାଲ ମୁକାବିଲାରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଖେଳିଥିଲେ ୱାଟସନ ।

39 ବର୍ଷୀୟ ୱାଟସନ 145ଟି ମ୍ୟାଚ ଖେଳି 137.91 ଷ୍ଟ୍ରାଇକରେଟରେ 3874 ରନ ସଂଗ୍ରହ କରିଛନ୍ତି । ବଲରେ ମଧ୍ୟ କମାଲ କରିଛନ୍ତି ଏହି ଅଷ୍ଟ୍ରେଲୀୟ ଅଲରାଉଣ୍ଡର । ଗୋଟିଏ ହାଟ୍ରିକ ସହ ମୋଟ 92 ଟି ୱିକେଟ ମଧ୍ୟ ନିଜ ନାମରେ କରିଛନ୍ତି । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ଟିମର ମଧ୍ୟ ସଦସ୍ୟ ରହିଥିଲେ ୱାଟସନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.