ETV Bharat / sports

ସାମିଙ୍କ ଅଭ୍ୟାସ ଆରମ୍ଭ, ଅହମ୍ମଦାବାଦ ଟେଷ୍ଟ ଖେଳିବା ସମ୍ଭାବନା - ବେଙ୍ଗାଲୁରୁରେ ଅଭ୍ୟାସ ଆରମ୍ଭ

ନ୍ୟାସନାଲ କ୍ରିକେଟ ଏକାଡେମୀ ବେଙ୍ଗାଲୁରୁରେ ଅଭ୍ୟାସ ଆରମ୍ଭ କଲେ ଟିମ ଇଣ୍ଡିଆର ସିନିୟର ଦ୍ରୁତ ବୋଲର ମହମ୍ମଦ ସାମି । ଅଧିକ ପଢନ୍ତୁ...

Shami resumes training, may be available for 3rd Test against England
ସାମିଙ୍କ ଅଭ୍ୟାସ ଆରମ୍ଭ, ଅହମ୍ମଦାବାଦ ଟେଷ୍ଟ ଖେଳିବା ସମ୍ଭାବନା
author img

By

Published : Feb 7, 2021, 8:35 PM IST

ନୂଆଦିଲ୍ଲୀ: ଅଭ୍ୟାସ ଆରମ୍ଭ କଲେ ଟିମ ଇଣ୍ଡିଆର ସିନିୟର ଦ୍ରୁତ ବୋଲର ମହମ୍ମଦ ସାମି । ନ୍ୟାସନାଲ କ୍ରିକେଟ ଏକାଡେମୀରେ ସାମି ବୋଲିଂ ଆରମ୍ଭ କରିଥିବା ଜଣାପଡିଛି । ଫଳରେ ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ପାଇଁ ଦଳକୁ ଫେରିବାର ସମ୍ଭାବନା ସୃଷ୍ଟି ହୋଇଛି ।

Shami resumes training, may be available for 3rd Test against England
ମହମ୍ମଦ ସାମି

ଡିସେମ୍ବର 19ରେ ଆଡିଲେଡ ଟେଷ୍ଟରେ ଭାରତର ଦ୍ବିତୀୟ ଇଂନିସ ବ୍ୟାଟିଂ ସମୟରେ ପାଟ କମିନ୍ସଙ୍କ ଏକ ସର୍ଟ ବଲ୍‌ ସାମିଙ୍କ ହାତରେ ଲାଗିଥିଲା । ପରେ ଅବଶିଷ୍ଟ ମ୍ୟାଚରୁ ବାଦ ପଡିଥିଲେ ସାମି ।

ନ୍ୟାସନାଲ କ୍ରିକେଟ ଏକାଡେମୀ, ବେଙ୍ଗାଲୁରୁରେ ନବଦୀପ ସାଇନିଙ୍କ ସହ ବୋଲିଂ କରୁଥିବାର ଏକ ଭିଡିଓ ପୋଷ୍ଟ କରିଛନ୍ତି ସାମି । ବ୍ରିସବେନ ଟେଷ୍ଟରେ ମାଂସପେଶୀ ଜନିତ ଆହତ ହୋଇଥିଲେ ସାଇନି । ସାମି ସାମାନ୍ୟ ସୁସ୍ଥ ହୋଇଛନ୍ତି । ସୂଚନା ଅନୁଯାୟୀ, 50ରୁ 60 ପ୍ରତିଶତ ପ୍ରୟାସରେ ସାମିଙ୍କୁ ଦୈନିକ ପ୍ରାୟ 18ଟି ବଲ ବୋଲିଂ କରିବାକୁ ପରାମର୍ଶ ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.