ETV Bharat / sports

ମହିଳା ଟି-20 ମାନ୍ୟତା: ଖସିଲେ ଶେଫାଳି, ଶୀର୍ଷରେ ବେଥ ମୁନି

author img

By

Published : Mar 9, 2020, 7:25 PM IST

ମାନ୍ୟତାରେ ଭାରତୀୟ ଦଳର ଓପନର ଶେଫାଳି ବର୍ମା ନିଜର ଶୀର୍ଷ ସ୍ଥାନ ହରାଇଛନ୍ତି । ଅନ୍ୟପଟେ ବିଶ୍ବ ବିଜେତା ଅଷ୍ଟ୍ରେଲିଆର ଓପନର ବେଥ୍ ମୁନି ଦଳକୁ ପଞ୍ଚମଥର ପାଇଁ ଟି -20 ବିଶ୍ୱକପ ଜିତାଇବା ସହିତ ମାନ୍ୟତାର ଶୀର୍ଷ ସ୍ଥାନକୁ ଉଠିଛନ୍ତି ।

shafali-verma-slips-to-3rd-spot-in-icc-t20i-rankings
ମହିଳା ଟି-20 ମାନ୍ୟତା: ଖସିଲେ ଶେଫାଳି, ଶୀର୍ଷରେ ବେଥ ମୁନି

ଦୁବାଇ: ସଦ୍ୟସମାପ୍ତ ଆଇସିସି ମହିଳା ଟି-20 ବିଶ୍ବକପ ପରେ ପ୍ରକାଶ ପାଇଛି ଆଇସିସି ମହିଳା ଟି-20 ମାନ୍ୟତା । ତେବେ ଏହି ମାନ୍ୟତାରେ ବ୍ୟାଟ୍ସମ୍ୟାନ ତାଲିକାରେ ବଡ ପରିବର୍ତ୍ତନ ଦେଖିବାକୁ ମିଳିଛି । ମାନ୍ୟତାରେ ଭାରତୀୟ ଦଳର ଓପନର ଶେଫାଳି ବର୍ମା ନିଜର ଶୀର୍ଷ ସ୍ଥାନ ହରାଇଛନ୍ତି । ଅନ୍ୟପଟେ ବିଶ୍ବ ବିଜେତା ଅଷ୍ଟ୍ରେଲିଆର ଓପନର ବେଥ୍ ମୁନି ଦଳକୁ ପଞ୍ଚମଥର ପାଇଁ ଟି -20 ବିଶ୍ୱକପ ଜିତାଇବା ସହିତ ମାନ୍ୟତାର ଶୀର୍ଷ ସ୍ଥାନକୁ ଉଠିଛନ୍ତି ।

shafali-verma-slips-to-3rd-spot-in-icc-t20i-rankings
ଶେଫାଳି ବର୍ମା

ମୁନି ବିଶ୍ବକପ ଟୁର୍ଣ୍ଣାମେଣ୍ଟର 6ଟି ଇନିଂସରେ 64 ହାରରେ 259 ରନ୍ ସଂଗ୍ରହ କରିଥିଲେ । ତେବେ ପ୍ରତିଯୋଗିତାର ଗୋଟିଏ ସଂସ୍କରଣରେ ଯାହା ସର୍ବାଧିକ ହାରାହାରି ହୋଇଛି । ଅନ୍ୟପଟେ ତାଙ୍କୁ ପ୍ଲେୟାର ଅଫ୍ ଦି ଟୁର୍ଣ୍ଣାମେଣ୍ଟ ଭାବରେ ମଧ୍ୟ ସମ୍ମାନିତ କରାଯାଇଛି । ମାର୍ଚ୍ଚ 2018ରେ ଦୁଇ ନମ୍ବର ସ୍ଥାନରେ ଥିବା ମୁନି ପ୍ରଥମ ଥର ପାଇଁ ଶୀର୍ଷ ସ୍ଥାନକୁ ଉଠିଛନ୍ତି ।

ମହିଳା ଟି-20 ମାନ୍ୟତା

ତେବେ ଟୁର୍ଣ୍ଣାମେଣ୍ଟରେ ଶ୍ରୀଲଙ୍କା ବିପକ୍ଷ ଲିଗ୍‌ ମ୍ୟାଚରେ 161ରନର ପାଳି ଖେଳିବା ପରେ ଶେଫାଳି ମାନ୍ୟତାର ଶୀର୍ଷ ସ୍ଥାନକୁ ଉଠିଥିଲେ । ମାତ୍ର ଏମସିଜିରେ ରବିବାରର ଫାଇନାଲରେ ମାତ୍ର 2 ସ୍କୋର କରିଥିଲେ ଏହି 16 ବର୍ଷିୟା ଯୁବ ତାରକା । ତେବେ ସେ ଏବେ ତୃତୀୟ ସ୍ଥାନକୁ ଖସିଛନ୍ତି । ସେହିପରି ନ୍ୟୁଜିଲାଣ୍ଡର ସୁଜି ବେଟ୍ସ 2ୟ ସ୍ଥାନରେ ରହିଛନ୍ତି ।

ସେହିପରି ଅଷ୍ଟ୍ରେଲିଆର ଅନ୍ୟତମ ଓପନର ଆଲିସା ହେଲି ଦୁଇଟି ସ୍ଥାନ ଉପରକୁ ଉଠି ପଞ୍ଚମ ସ୍ଥାନରେ ରହିଛନ୍ତି । ସେ ଭାରତ ବିପକ୍ଷ ଫାଇନାଲରେ 39ବଲରୁ 75ରନର ପାଳି ଖେଲିଥିଲେ । ଅନ୍ୟପଟେ ଦକ୍ଷିଣ ଆଫ୍ରିକାର ଲାଉରା ୱୋଲଭାର୍ଡ 13ଟି ସ୍ଥାନ ଉପରକୁ ଉଠି 31 ତମ ସ୍ଥାନରେ ପହଞ୍ଚିଛନ୍ତି । ଅନ୍ୟପଟେ ଶେଫାଳିଙ୍କ ଓପନିଂ ପାର୍ଟନର ସ୍ମୃତି ମନ୍ଧାନା ମଧ୍ୟ ଗୋଟିଏ ସ୍ଥାନ ଖସି 7ମ ସ୍ଥାନରେ ରହିଛନ୍ତି ।

@ians

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.