ETV Bharat / sports

ସଚିନଙ୍କ 30 ବର୍ଷର ରେକର୍ଡ ଭାଙ୍ଗିଲେ ଶେଫାଳି - ସର୍ବକନିଷ୍ଠ ଭାରତୀୟ କ୍ରିକେଟର ଶେଫାଳି

ଭାରତୀୟ ମହିଳା କ୍ରିକେଟ ଦଳର ଟି20 ଓପନର ସେଫାଳି ବର୍ମା ସର୍ବକନିଷ୍ଠ ଭାରତୀୟ କ୍ରିକେଟର ଭାବେ ଅନ୍ତଜାର୍ତୀୟ ଅର୍ଦ୍ଧଶତକ ହାସଲ କରି ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ 30 ବର୍ଷ ତଳର ରେକର୍ଡକୁ ଭଙ୍ଗ କରିଛନ୍ତି ।

ଡିଜାଇନ ଫଟୋ
author img

By

Published : Nov 10, 2019, 1:34 PM IST

ହାଇଦ୍ରାବାଦ: ଭାରତୀୟ ମହିଳା କ୍ରିକେଟ ଦଳର ଟି20 ଓପନର ଶେଫାଳି ବର୍ମା ଏକ ନିଆରା ରେକର୍ଡ ନିଜ ନାମରେ କରିଛନ୍ତି । 15 ବର୍ଷିୟା ଶେଫାଳି ଭାରତର ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ରେକର୍ଡକୁ ଭଙ୍ଗ କରିଛନ୍ତି । ସବୁଠୁ କମ ବୟସରେ ଭାରତୀୟ କ୍ରିକେଟର ଭାବେ ଅନ୍ତଜାର୍ତୀୟ ଅର୍ଦ୍ଧଶତକ ହାସଲ କରିଛନ୍ତି ଶେଫାଳି । ପୂର୍ବରୁ 16 ବର୍ଷ ବୟସରେ ସଚିନ ଅର୍ଦ୍ଧଶତକ ହାସଲ କରି ଏହି ରେକର୍ଡର ଅଧିକାରୀ ଥିଲେ । ପାକିସ୍ତାନ ବିପକ୍ଷରେ ନଭେମ୍ବର 1989ରେ ଫଇଜଲାବାଦରେ 16 ବର୍ଷ ବୟସରେ 59 ରନର ପାଳି ଖେଳିଥିଲେ ସଚିନ ।

ଶେଫାଳି ବର୍ମା ନିଜ କ୍ୟାରିୟରର ମାତ୍ର 5ମ ମ୍ୟାଚରେ ହିଁ 30 ବର୍ଷ ତଳର ସଚିନଙ୍କ ରେକର୍ଡକୁ ଅତିକ୍ରମ କରିଛନ୍ତି । ଅନ୍ୟତମ ଓପନର ସ୍ମୃତି ମନ୍ଧାନାଙ୍କ ସହ ମିଶି ଟି20 କ୍ରିକେଟରେ, ଭାରତୀୟ ମହିଳା କ୍ରିକେଟ ଇତିହାସର ରେକର୍ଡ 143 ରନର ପାର୍ଟନରସିପ କରିଛନ୍ତି । ଶେଫାଳି ମାତ୍ର 49 ବଲରୁ 6ଚୌକା ଓ 4 ଛକା ସହାୟତାରେ ଧୁଆଁଧାର 73 ରନର ପାଳି ଖେଳିଛନ୍ତି । ସ୍ମୃତି ମନ୍ଧାନା 46 ବଲରେ 67 ରନ କରିଥିଲେ । ଫଳରେ ୱେଷ୍ଟଇଣ୍ଡିଜ ବିପକ୍ଷ 5 ମ୍ୟାଚ ବିଶିଷ୍ଟ ଟି20 ସରିଜର ପ୍ରଥମ ମ୍ୟାଚରେ 84 ରନରେ ଭାରତ ବିଜୟୀ ହୋଇଛି ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.