ETV Bharat / sports

ଶେଫାଳିଙ୍କ ପାଇଁ ଟିମ୍‌ରେ ସକାରାତ୍ମକ ଭାବନାର ମାହୋଲ: ହରମନପ୍ରୀତ କୌର

author img

By

Published : Mar 4, 2020, 7:14 PM IST

ଚଳିତ ମହିଳା ଟି-20 ବିଶ୍ବକପର ଶେଫାଳି ନିଜ ଜୀବନ ଶ୍ରେଷ୍ଠ ଫର୍ମରେ ରହିଛନ୍ତି । ସଦ୍ୟ ପ୍ରକାଶିତ ଆଇସିସି ମହିଳା ଟି-20 ତାଲିକାର ସର୍ବୋଚ୍ଚ ସ୍ଥାନରେ ରହିଛନ୍ତି ଶେଫାଳି । 16 ବର୍ଷୀୟା ଶେଫାଳି ଅଷ୍ଟ୍ରେଲିଆରେ 161.00 ର ଚମତ୍କାର ଷ୍ଟ୍ରାଇକ୍ ହାରରେ 161 ରନ୍ ସ୍କୋର କରି ନିଜର ପ୍ରଥମ ବିଶ୍ବ ଟୁର୍ନାମେଣ୍ଟରେ ଦମଦାମ ଓ ଭୟଶୂନ୍ୟ ବ୍ୟାଟିଂ ଜାରି ରଖିଛନ୍ତି । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ସିଡନୀ: ଭାରତୀୟ ମହିଳା ଟିମର୍‌ ବିସ୍ଫୋରକ ଓପନର ଶେଫାଳି ବର୍ମାଙ୍କ ପ୍ରଶଂସାରେ ଶତମୁଖ ଅଧିନାୟିକା ହରମନପ୍ରୀତ କୌର । ଆକ୍ରମଣାତ୍ମକ ଆରମ୍ଭ ପାଇଁ ପରିଚିତ ଶେଫାଳି ବର୍ମାଙ୍କ ବ୍ୟାଟିଂ କରାମତିରେ ଭାରତୀୟ ଦଳର ମନୋବଳ ଦୃଢ ହେବା ସହ ବିଜୟ ପଥ ସୁଗମ ହେବାରେ ଲାଗିଛି । ସେହିପରି ପଡିଆ ବାହାରେ ଶେଫାଳିଙ୍କ ମଜାଳିଆ ଅନ୍ଦାଜ ଭାରତୀୟ ଟିମ୍‌ ପାଇଁ ଏକ ସକରାତ୍ମକ ଓ ସୁଖକର ମାହୋଲ ସୃଷ୍ଟି କରିଥାଏ ବୋଲି କହିଛନ୍ତି ଅଧିନାୟିକା ହରମନପ୍ରୀତ କୌର ।

ଶେଫାଳିଙ୍କ ପାଇଁ ଟିମ୍‌ରେ ସକାରାତ୍ମକ ଭାବନାର ମାହୋଲ: ଅଧିନାୟକ ହରମନପ୍ରୀତ କୌର
ଅଷ୍ଟ୍ରେଲିଆରେ ଶେଫାଳିଙ୍କ 161.00 ର ଚମତ୍କାର ଷ୍ଟ୍ରାଇକ୍ ହାରରେ 161 ରନ୍ ସ୍କୋର

ଚଳିତ ମହିଳା ଟି-20 ବିଶ୍ବକପର ଶେଫାଳି ନିଜ ଜୀବନ ଶ୍ରେଷ୍ଠ ଫର୍ମରେ ରହିଛନ୍ତି । ସଦ୍ୟ ପ୍ରକାଶିତ ଆଇସିସି ମହିଳା ଟି-20 ତାଲିକାର ସର୍ବୋଚ୍ଚ ସ୍ଥାନରେ ରହିଛନ୍ତି ଶେଫାଳି । 16 ବର୍ଷୀୟା ଶେଫାଳି ଅଷ୍ଟ୍ରେଲିଆରେ 161.00 ର ଚମତ୍କାର ଷ୍ଟ୍ରାଇକ୍ ହାରରେ 161 ରନ୍ ସ୍କୋର କରି ନିଜର ପ୍ରଥମ ବିଶ୍ବ ଟୁର୍ନାମେଣ୍ଟରେ ଦମଦାର ଓ ଭୟଶୂନ୍ୟ ବ୍ୟାଟିଂ ଜାରି ରଖିଛନ୍ତି ।

ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ଇଂଲଣ୍ଡ ସହ ଗୁରୁବାରର ସେମିଫାଇନାଲ ଶୋ ଡାଉନ୍ ପୂର୍ବରୁ ତାଙ୍କ ଅଧିନାୟକ ଶେଫାଳୀଙ୍କ ପଡିଆ ବାହାର କାହାଣୀକୁ ସାମ୍ନାକୁ ଆଣିଛନ୍ତି । ଶେଫାଳିଙ୍କ ମଜାଦାର ବଦମାସି ଦଳ ପାଇଁ ହସଖୁସି ଓ ସକରାତ୍ମକ ମାହୋଲ ଦେଇଥାଏ । ଏହାକୁ ସମସ୍ତ ଟିମ୍‌ ସଦସ୍ୟ ବେଶ୍‌ ଉପଭୋଗ କରନ୍ତି ବୋଲି କହିଛନ୍ତି ଅଧିନାୟିକା ।

ସେ ଆହୁରି ମଧ୍ୟ କହିଛନ୍ତି, ଶେଫାଳିଙ୍କ ସହ ବ୍ୟାଟିଂ କରିବାବେଳେ ସେ ଆପଣଙ୍କୁ ଉତ୍ସାହିତ କରିବା ସହ ଚାପ ମୁକ୍ତ ରଖିଥାନ୍ତି । ଆପଣଙ୍କ ଦଳରେ ଆପଣ ସେହି ପ୍ରକାରର ଖେଳାଳି ଆବଶ୍ୟକ କରନ୍ତି, ଯିଏ ଦେଶ ପାଇଁ ଖେଳେ , ଖେଳକୁ ଉପଭୋଗ କରିବା ସହ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଇଥାଏ ।

ବର୍ତ୍ତମାନ ଏହି ଦଳ ଦୀର୍ଘ ସମୟ ଧରି ଏକାଠି ରହିଆସିଛି । ଆମେ ପରସ୍ପରଠାରୁ ବହୁତ କିଛି ଶିଖୁ ବୋଲି ଅଧିନାୟିକା କହିଛନ୍ତି । ଏହା ଶେଫାଳିଙ୍କ ଭଳି ଖେଳାଳିଙ୍କ ପାଇଁ ସହଜ ହୋଇଯାଇଥାଏ ବୋଲି କହିଛନ୍ତି ହରମନପ୍ରୀତ ।

ଟି-20 ଟୁର୍ଣ୍ଣାମେଣ୍ଟରେ ଇଂଲଣ୍ଡ ଠାରୁ କେବେ ହେଲେ ବିଜୟ ଲାଭ କରିନାହିଁ ଭାରତ । ଇଂଲଣ୍ଡ ବିରୁଦ୍ଧରେ ଭାରତୀୟ ମହିଳା ଟିମ୍‌ର ପ୍ରଦର୍ଶନ ଅତ୍ୟନ୍ତ ନୈରାଶଜନକ ରହିଛି । 2018 ସେମିଫାଇନାଲରେ ଆଠ ୱିକେଟ୍ ପରାଜୟ ଇଂଲଣ୍ଡ ଠାରୁ ପରାସ୍ତ ହୋଇଥିଲା । ମାତ୍ର ଏବେ ଭାରତୀୟ ଟିମ୍‌ ପୂର୍ବ ପରାଜୟର ପ୍ରତିଶୋଧ ନେବ ବୋଲି କହିଛନ୍ତି ଅଧିନାୟିକା ।

ଅଧିନାୟିକା ହରମନପ୍ରୀତ କୌର କହିଛନ୍ତି, “ 2018 ସେମିଫାଇନାଲ ହରିବା ପରେ, ଦଳଗତ ପ୍ରଦର୍ଶନ କରିବା ପାଇଁ ଏକ ୟୁନିଟ ହୋଇ ସମସ୍ତଙ୍କୁ ଖେଳିବାକୁ ପଡିବ, ଏବଂ ବର୍ତ୍ତମାନ ଭାରତୀୟ ଟିମ୍ ଏକ ୟୁନିଟ୍ ଭାବରେ କାମ କରୁଛି । ଆମେ କେବଳ ଗୋଟିଏ କିମ୍ବା ଦୁଇ ଖେଳାଳିଙ୍କ ଉପରେ ନିର୍ଭରଶୀଳ ନେହୁଁ ବୋଲି ସେ କହିଛନ୍ତି ।

ଏବେ ଆମକୁ ଅତୀତର ପରିଣାମକୁ ଭୁଲି ବର୍ତ୍ତମାନରେ ଧ୍ୟାନ ଦେବାକୁ ପଡିବ । ଅତୀତକୁ ପରିବର୍ତ୍ତନ କରାଯାଇପାରିବ ନାହିଁ, ମାତ୍ର ବର୍ତ୍ତମାନର ଫଳାଫଳକୁ ନିଜ ସପକ୍ଷରେ କରାଯାଇପାରିବ । ଦଳରେ ଏକ ସକାରାତ୍ମକ ମାହୋଲ ରହିଛି, ଆମେ ଏକ ଦଳ ଭାବରେ ଖେଳି ଜିତିବାକୁ ଚେଷ୍ଟା କରିବୁ। ବୋଲି କହିଛନ୍ତି ଅଧିନାୟିକା ହରମନପ୍ରୀତ କୌର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.