ETV Bharat / sports

‘ଟେଷ୍ଟ ଇତିହାସର ସବୁଠାରୁ ବିସ୍ଫୋରକ ବ୍ୟାଟ୍ସମ୍ୟାନ ସେହୱାଗ’ - ଟେଷ୍ଟ ଇତିହାସର ସବୁଠାରୁ ବିସ୍ଫୋରକ ବ୍ୟାଟ୍ସମ୍ୟାନ ସେହୱାଗ

ବିରେନ୍ଦ୍ର ସେହୱାଗଙ୍କୁ ଖୁବ ପ୍ରଶଂସା କରିଛନ୍ତି ପୂର୍ବତନ କ୍ରିକେଟର ଭିଭିଏସ ଲକ୍ଷ୍ମଣ । କହିଲେ ଟେଷ୍ଟର ସବୁଠାରୁ ବିସ୍ଫୋରକ ଓପନର ସେହୱାଗ । ଅଧିକ ପଢ଼ନ୍ତୁ...

doctor working in Anugul Covid Hospital, Doctor tested positive for COVID-19, Anugul, କୋଭିଡ ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତର କୋରୋନା ପଜିଟିଭ, କୋରୋନା ଯୋଦ୍ଧା ଡାକ୍ତରଙ୍କୁ କୋରନା
‘ଟେଷ୍ଟ ଇତିହାସର ସବୁଠାରୁ ବିସ୍ଫୋରକ ବ୍ୟାଟ୍ସମ୍ୟାନ ସେହୱାଗ’
author img

By

Published : Jun 5, 2020, 10:01 PM IST

ନୂଆଦିଲ୍ଲୀ: ମହାନ ବ୍ୟାଚ୍ସମ୍ୟାନ ସୁନୀଲ ଗାଭାସ୍କରଙ୍କ ପରେ ଭାରତର ଅନ୍ୟତମ ଶ୍ରେଷ୍ଠ ଓପନର ଭାବରେ ବିରେନ୍ଦ୍ର ସେହୱାଗ ପରିଚିତ । ଟେଷ୍ଟ କ୍ରିକେଟରେ ଗୋଟିଏ ଇନିଂସରେ ଓପନର ମାନେ ବର୍ତ୍ତମାନ ଯେଉଁଭଳି ଆରମ୍ଭ କରନ୍ତି ତାର ଶ୍ରେୟ ଅନେକ ମାତ୍ରାରେ ସେହୱାଗଙ୍କୁ ଦିଆଯାଏ । ଟେଷ୍ଟ ମ୍ୟାଚର ପ୍ରଥମ ଓଭରରେ ଦ୍ରୁତ ବୋଲରମାନଙ୍କୁ ବଡ ସଟ୍ ଖେଳି ଟେଷ୍ଟ ଓପନରର ସଂଜ୍ଞାକୁ ବଦଳାଇ ଦେଇଥିବା ବ୍ୟାଟ୍ସମ୍ୟାନ ହେଉଛନ୍ତି ସେହୱାଗ । ତେବେ ସେହୱାଗଙ୍କ ଏହି ସମସ୍ତ ଗୁଣକୁ ପ୍ରଶଂସା କରିଛନ୍ତି ପୂର୍ବତନ ବ୍ୟାଟ୍ସମ୍ୟାନ ତଥା ସେହୱାଗଙ୍କ ପୂର୍ବତନ ଟିମମେଟ୍ ଭିଭିଏସ ଲକ୍ଷ୍ମଣ ।

ସେହୱାଗଙ୍କୁ ‘ଟେଷ୍ଟ ଇତିହାସର ସବୁଠାରୁ ବିସ୍ଫୋରକ ଓପନର’ ବୋଲି କହି ଲକ୍ଷ୍ମଣ ଦିଲ୍ଲୀ କ୍ରିକେଟରଙ୍କ ଆତ୍ମବିଶ୍ବାସ ଏବଂ ସକରାତ୍ମକତାକୁ ପ୍ରଶଂସା କରିଛନ୍ତି ।

ଉଚ୍ଚମାନର ଦ୍ରୁତ ବୋଲିଂ ବିରୁଦ୍ଧରେ ଯେଉଁମାନେ ତାଙ୍କ ପ୍ରଦର୍ଶନ ଉପରେ ପ୍ରଶ୍ନ କରିଥିଲେ, ସେମାନଙ୍କୁ କଡ଼ା ଜବାବ ଦେଇ ବିରେନ୍ଦ୍ର ସେହୱାଗ ଟେଷ୍ଟ ଇତିହାସର ଅନ୍ୟତମ ବିସ୍ଫୋରକ ଓପନର ଭାବରେ ନିଜକୁ ପ୍ରତିଷ୍ଠିତ କରିଥିଲେ। ବୀରୁଙ୍କର ଅପାର ଆତ୍ମବିଶ୍ବାସ ଏବଂ ସକରାତ୍ମକ ଚିନ୍ତାଧାରା ଯେତିକି ସଂକ୍ରାମକ ଥିଲା ସେତିକି ମନକୁ ବିସ୍ମିତ କରିଥିଲା ,’’ ବୋଲି ଲକ୍ଷ୍ମଣ ଏକ ଟ୍ବିଟ କହିଛନ୍ତି।

ସେହୱାଗ 104 ଟେଷ୍ଟ, 251 ଦିନିକିଆ ଏବଂ 19 ଟି -20 ରେ ଭାରତର ପ୍ରତିନିଧିତ୍ବ କରିଥିଲେ ଯେଉଁଥିରେ ସେ ଯଥାକ୍ରମେ 8586, 8273 ଏବଂ 394 ରନ୍ ସ୍କୋର କରିଥିଲେ। ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ ଭାବରେ ଆରମ୍ଭ କରିଥିବା ସେହୱାଗ ପ୍ରଥମ ଭାରତୀୟ ଯିଏକି ଟେଷ୍ଟ କ୍ରିକେଟରେ ତ୍ରିଶତକ ସ୍କୋର କରିଥିଲେ । ଯାହାକି ସେ 2004ରେ ମୁଲତାନରେ ପାକିସ୍ତାନ ବିପକ୍ଷରେ ହାସଲ କରିଥିଲେ। ତାପରେ ତାଙ୍କୁ ‘ମୁଲତାନର ସୁଲତାନ’ ବୋଲି କୁହାଗଲା ।

ସେହୱାଗ 2008ରେ ପୁଣିଥରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚେନ୍ନାଇରେ ଆଉ ଏକ ତ୍ରିଶତକ ସ୍କୋର କରିଥିଲେ।

2006ରେ ଭାରତର ପାକିସ୍ତାନ ଗସ୍ତ ସମୟରେ ସେହୱାଗ ରାହୁଲ ଦ୍ରାବିଡଙ୍କ ସହ ମିଶି 410 ରନର ଭାଗିଦାରୀ କରି ବିଚକ୍ଷଣ ଭାବେ 254 ରନ ସ୍କୋର କରିଥିଲେ ।

ସେହୱାଗ ମିଳିତ ଭାବେ ସଚିନ ତେନ୍ଦୁଲକରଙ୍କ ସହ ଟେଷ୍ଟରେ ଭାରତ ପାଇଁ ସର୍ବାଧିକ ଦ୍ବିଶତକ ସ୍କୋର କରିବାର ରେକର୍ଡ ରଖିଥିଲେ। ତେବେ ଗତ ଅକ୍ଟୋବରରେ ବର୍ତ୍ତମାନର ଭାରତୀୟ ଅଧିନାୟକ ବିରାଟ କୋହଲି ତାଙ୍କର ସପ୍ତମ ଦ୍ବିଶତକ ସ୍କୋର କରି ଏହି ରେକର୍ଡକୁ ଭାଙ୍ଗିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.